ପାଣିକୋଇଲି:ଯାଜପୁରଜିଲ୍ଲାକୋରେଇ ବ୍ଲକ୍ କରଦା ପଞ୍ଚାୟତ ହରିହାଟ ମେଳା ପଡ଼ିଆରେ ସପ୍ତାହେ ଧରି ଚାଲିଥିବା କରଦା ହରିହାଟ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନ ଉତ୍ସବରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ସିନେ ତାରକା ତଥା ବିଜେପି ନେତା ଅରିନ୍ଦମ ରାୟ ନିଜର ମନର କଥା କହିବା ସହ ନାଁ ନ ନେଇ ଶାଳକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଇଙ୍ଗିତ କରି ବର୍ଷିବା ସହିତ କୋରେଇ ବିଧାୟକ ଆକାଶ ଦାସନାୟକଙ୍କୁ ପ୍ରଶଂସାରେ ପୋତିଥିଲେ। ତେବେ ଏକ ସିନେମାର ସଂଳାପ ଛଳରେ ଶ୍ରୀରାୟ ଶାଳକଙ୍କୁ ଧୋଇଥିଲେ... ରାଜା ଝିଅ ସହ ହୋଇଗଲା ଭାବ... କହିଲି ମୋ ସାଂଗରେ ଲାଗେନା ଲାଗିଲୁ, ଏବେ ନାମ ନେ... ବୋଲି କହିଥିଲେ। ଅରିବିନ୍ଦଙ୍କ ଏହି ସଂଳାପରେ ସିଧାଳସଖ ସେ ବବିଙ୍କ ନାମ ନେଇନଥିଲେ ମଧ୍ୟ ଉପସ୍ଥିତ ଦର୍ଶକମାନଙ୍କ ତାଳିମାଡ଼ରେ ପୂରା ମହୋତ୍ସବ ପଡ଼ିଆ କମ୍ପି ଉଠିଥିଲା। ନିଜ ଶାଳକଙ୍କୁ ଆକ୍ଷେପ କରି ସେ ଏଭଳି କହୁଥିବା ଦର୍ଶକ ବୁଝିଯାଇଥିଲେ। ଶ୍ରୀ ରାୟ କହିଥିଲେ, ଯାଜପୁର ସହ ତାଙ୍କର ନିବିଡ଼ି ସଂପର୍କ ରହିଛି। ହେଲେ ସେ ଦୁଇବର୍ଷ ହେଲା ଏଠାକୁ ଆସିନାହାନ୍ତି। ଏଭଳି କହି ତାଙ୍କ ମନରେ ଥିବା ଆକ୍ରୋଶକୁ ସାମନାକୁ ଆଣିଥିଲେ। କେବଳ କୋରେଇ ବିଧାୟକ ଆକାଶ ଭାଇଙ୍କ ଡାକରାରେ ଓ ଏଠାକାର ଲୋକଙ୍କ ଭଲପାଇବା ତାଙ୍କୁ ଏଠାକୁ ଟାଣିଆଣିଥିବା ସେ କହିଥିଲେ। Swachh Bharat Mission: ସହରାଞ୍ଚଳ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବ ଓଡ଼ିଶା ବବିଙ୍କ ଉପରେ ବର୍ଷିଲେ ଭିଣୋଇ ଅରିନ୍ଦମମାନବରୂପୀ ରାବଣଙ୍କୁ କୋରେଇବାସୀ ଗ୍ରହଣ କରିବେନି: ଆକାଶ ବବିଙ୍କୁ ଆକ୍ଷେପ କହି ଅରିନ୍ଦମ କହିଥିଲେ, ପୂର୍ବରୁ ସାରା ରାଜ୍ୟକୁ ନିୟନ୍ତ୍ରଣରେ ରଖୁଥିବା ବ୍ୟକ୍ତିଙ୍କ ଅବସ୍ଥା ଏବେ କେମିତି ଅଛି ଆପଣମାନେ ଭଲ ଭାବରେ ଜାଣିଛନ୍ତି। ଗତ ନିର୍ବାଚନରେ କୋରେଇରେ କଳାଟଙ୍କା କାମ ଦେଲାନି। ନିଜ ମା’ଙ୍କୁ ନିର୍ବାଚନ ହାରିବାକୁ ପଡ଼ିଲା। ଅହଂକାର କେବେ ସବୁଦିନ ରହିନାହିଁ। ସମୟ ବଡ଼ ବଳବାନ। କୋରେଇବାସୀଙ୍କ ଭଲପାଇବା ଯୋଗୁଁ ଆକାଶ ଭାଇ ଅହଂକାରୀ ପରିବାରକୁ ଏଠାରୁ ହଟାଇ ଦେଇଛନ୍ତି। ସେହିପରି କୋରେଇର ଭୋଟରଙ୍କୁ ସେ ପ୍ରଶଂସା କରିଥିଲେ। କୋରେଇବାସୀ ଖଟ ମୁଣ୍ଡାନ୍ତି ନାହିଁ, ମୁଣ୍ଡ ଖଟାନ୍ତି ବୋଲି କହିଥିଲେ। ଭ୍ରଷ୍ଟାଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଅରିନ୍ଦମ କହିଥିଲେ। Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ ଅନ୍ୟତମ ଅତିଥି ଭାବେ କୋରେଇବିଧାୟକଆକାଶ ଦାସନାୟକ କହିଥିଲେ, ସ୍ନେହ ଓ ପ୍ରେମର ମିଳନସ୍ଥଳ ହେଉଛି ମହୋତ୍ସବ। ମହୋତ୍ସବ ଦ୍ବାରା ଭାଇଚାରା ସୃଷ୍ଟି ହୁଏ। କେତେଜଣ ମାନବରୂପୀ ରାବଣ କୋରେଇରେ ବୁଲି ବୁଲି କାର୍ଯ୍ୟକ୍ରମ ଭଣ୍ତୁର କରିବାକୁ ଚେଷ୍ଟା କରୁଛନ୍ତି। ସେଥିରେ ସେମାନେ ସଫଳ ହେବେ ନାହିଁ। କୋରେଇବାସୀ ଗତ ନିର୍ବାଚନରେ ବାହାରୁ ଆସିଥିବା ପ୍ରାର୍ଥୀ ତଥା ଯେଉଁମାନଙ୍କ କୋରେଇ ପ୍ରତି ଅବଦାନ ନାହିଁ ସେମାନଙ୍କୁ ବିତାଡ଼ିତ କରିଛନ୍ତି ବୋଲି କହିଥିଲେ। ଅରିନ୍ଦମଙ୍କ ସଂଳାପ ଓ ତାଙ୍କ ଉପସ୍ଥିତିରେ ଆକାଶ, ବବିଙ୍କୁ ଟାର୍ଗେଟ କରିବା ଓ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କୁ ବାହାର ଲୋକ ବୋହି କହିବା ଆଦି ଘଟଣାକୁ ନେଇ ବେଶ ଚର୍ଚ୍ଚା ହେଉଛି। ଅରନ୍ଦିମଙ୍କ ସହିତ ବବିଙ୍କ ପରିବାରିକ ସଂପର୍କକୁ ନେଇ ରହିଥିବା ଫାଟ ଏଥିରୁ ଜଳ ଜଳ ହୋଇ ବାହାରକୁ ଆସିଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିଂମାଶୁ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ଉପାଧ୍ୟକ୍ଷ ଗଣେଶ୍ବର ବରାଳ, ବିଜେପି କରଦା ପଞ୍ଚାୟତ ସଭାପତି କାର୍ତ୍ତିକ ଚନ୍ଦ୍ର ସାହୁ, ମହୋତ୍ସବ କମିଟି ସଭାପତି ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାଦକ ବିଶ୍ବନାଥ ପଣ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭ୍ୟ ସୁଧାଶଙ୍କର ବିଶ୍ବାଳ ଧନ୍ୟବାଦ ଦେଇଥିଲେ।
କାରଦା ହରିହାଟ ମହୋତ୍ସବରେ ୟାଜପୁର ଜିଲ୍ଲାରେ ଗୋଷ୍ଠୀଗତ ଉତ୍ସାହର ଉତ୍ସବ ପାଳିତ
Sambad•
%2Fsambad%2Fmedia%2Fmedia_files%2F2026%2F02%2F04%2Fadgdagdgda-2026-02-04-02-05-52.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.