Achira News Logo
Achira News

କୋଲକାତାର ମେଡ଼ିକାଲ କଲେଜ ଓ ଡାକ୍ତରଖାନାରେ ଜୁନିୟର ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା

Prameya
କୋଲକାତାର ମେଡ଼ିକାଲ କଲେଜ ଓ ଡାକ୍ତରଖାନାରେ ଜୁନିୟର ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା
Full News
Share:

କୋଲକାତା,୧୯।୩: କୋଲକାତା ଆରଜିକର ମେଡିକାଲ କଲେଜ ଓ ହସ୍ପିଟାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହାକୁ ନେଇ ଆରମ୍ଭ ହୋଇଥିଲା ହଙ୍ଗାମା। ଦୀର୍ଘ ଦିନର ଆନ୍ଦୋଳନରେ ଯୋଗ ଦେଇଥିଲେ ଦେଶସାରାର ଡାକ୍ତର। ଏବେ ବି ପୀଡିତାଙ୍କ ପରିବାର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ତୁଷ୍ଟ ନୁହଁନ୍ତି। ଏହା ଭିତରେ ପୀଡିତାଙ୍କ ମା’ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିପାରନ୍ତି। ଗୁରୁବାର ପୀଡିତାଙ୍କ ମା’ ବିଜେପି ଟିକେଟରୁ ନିର୍ବାଚନ ଲଢିବାକୁ ଇଛା ପ୍ରକାଶ କରିଛନ୍ତି। ବିଜେପି ତାଙ୍କୁ ପାନିହାଟି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିପାରେ। ଗୁରୁବାର ବିଜେପି ନିଜର ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୧୧ ପ୍ରାର୍ଥୀଙ୍କ ଭିତରେ ୨୦ ଜଣ ମହିଳା ରହିଛନ୍ତି। ତେବେପାନିହାଟିରୁ ବର୍ତ୍ତମାନ କୌଣସି ପ୍ରାର୍ଥୀଙ୍କ ନାଁ ଆଜି ଘୋଷଣା ହୋଇନି। ଆରଜିକର ପୀଡିତାଙ୍କ ମା’ କହିଛନ୍ତି, ଏହା ଶେଷ ମୁହୂର୍ତ୍ତରେ ନିଆଯାଇଥିବା ନିଷ୍ପତ୍ତି ନୁହେଁ। ବିଜେପି ପକ୍ଷରୁ ମୋତେ ବହୁତ ଆଗରୁ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ସେତେବେଳେ ମୁଁ ପ୍ରସ୍ତୁତ ନଥିଲି। ଏବେ ବୁଝି ଯାଇଛି ପଶ୍ଚିମବଙ୍ଗର ଚାରିଆଡେ ଭ୍ରଷ୍ଟାଚାର ବ୍ୟାପି ରହିଛି। ମହିଳାଙ୍କ ସୁରକ୍ଷା ପାଇଁ ଓ ଟିଏମସିକୁ କ୍ଷମତାରୁ ବାହାର କରିବାକୁ ବିଜେପିରେ ସାମିଲ ହୋଇଛି।’ ପୀଡିତାଙ୍କ ମା’ ଆହୁରି କହିଛନ୍ତି ଯେ, ତାଙ୍କୁ ନିର୍ବାଚନ ଲଢିବାକୁ ବହୁ ଦଳ ଅଫର ଦେଇଥିଲେ, କିନ୍ତୁ ସେ ବିଜେପି ସହ ଯିବାକୁ ଚାହାଁନ୍ତି। ସେ ଆରଜି କର ମାମଲାରେ ସିବିଆଇ ତଦନ୍ତକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଠିକ୍ ଭାବରେ କାମ ହୋଇନି। ମୁଁ ଚାହୁଁନି ମୋ ଝିଅ ସହ ଯାହା ହେଲା ତାହା ଅନ୍ୟ ମହିଳା କିମ୍ବା ଝିଅଙ୍କ ସହ ନହେଉ। ନିକଟରେ ବିଜେପି ନେତା ଅର୍ଜୁନ ସିଂହ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ଉଲ୍ଳେଖନୀୟ ଯେ,ଅଗଷ୍ଟ ୨୦୨୪ ରେ ପଶ୍ଚିମବଙ୍ଗରେ ସେତେବେଳେ ଆକ୍ରୋଶ ଦେଖିବାକୁ ମିଳିଥିଲା।ଯେତେବେଳେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ସହ ହତ୍ୟା କରାଯାଇଥିଲା। ଡାକ୍ତରଙ୍କଠାରୁ ସାଧାରଣ ଜନତା ବହୁ ଦିନ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିଥିଲେ। ଆହୁରି ପଢନ୍ତୁ :୭୦ ବର୍ଷୀୟ ଓକିଲଙ୍କୁ ବାହାହେବାର ଲୋଭ ଦେଖାଇ ଚୂନ ଲଗାଇଲେ ସାଇବର ଠକ

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

କୋଲକାତାର ମେଡ଼ିକାଲ କଲେଜ ଓ ଡାକ୍ତରଖାନାରେ ଜୁନିୟର ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା | Achira News