କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମ ପଞ୍ଚାୟତର ଗାଇଦର ଗ୍ରାମରେ ଏକ ବଳଦକୁ କାଟୁଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଧରିଛି। ଗାଇଦର ଗ୍ରାମର ଯଶୋବନ୍ତ ଭୋଇଙ୍କ ଏକ ବଳଦ ମରିଯିବାରୁ ଗ୍ରାମର କିଛି ବ୍ୟକ୍ତି ବଳଦକୁ ଗ୍ରାମର ନିଛାଟିଆ ଜାଗାରେ କାଟୁଥିଲେ। କେସିଙ୍ଗା ପୋଲିସ କୌଣସି ସୂଚନା ପାଇ ଗାଇଦର ଗ୍ରାମକୁ ଯାଇଥିଲେ। ବଳଦ କାଟୁଥିବା ବ୍ୟକ୍ତିମାନେ ପୋଲିସକୁ ଦେଖି ଫେରାର ହୋଇଯାଇଥିଲେ। ଫେରାର ବ୍ୟକ୍ତି ଗୋ-ମାଂସ ଖାଇବା ସହ ବଜା (ବାଦ୍ୟ)ରେ ବ୍ୟବହୃତ କରିବା ପାଇଁ ଚମଡ଼ା ସଂଗ୍ରହ କରୁଥିଲେ। ଏହି ସମୟରେ ସେହି ଗ୍ରାମର ଜଣେ ଯୁବକ ଗୋମାଂସ କାଟିବାକୁ ବିରୋଧ କରିଥିଲେ ମଧ୍ୟ ତାକୁ ଗୋମାଂସ କାଟୁଥିବା ବ୍ୟକ୍ତିମାନେ କର୍ଣ୍ଣପାତ କରି ନ ଥିଲେ। ଏହିପରି ଘଟଣା କିଛି ବର୍ଷ ପୂର୍ବରୁ ମଧ୍ୟ ଏକ ଗାଈକୁ ସେହି ଗ୍ରାମର କିଛି ଦୁର୍ବୃତ୍ତମାନେ ଗ୍ରାମର ନିଛାଟିଆ ଜାଗାରେ ଗୋମାଂସ କାଟି ବିକ୍ରି କରିଥିଲେ। ସେହି ସମୟରେ ୫ ଜଣ ଧରାପଡିବାରୁ କୋର୍ଟଚାଲାଣ ହୋଇଥିଲା। ଏହି ଅଞ୍ଚଳରେ ଅନେକେ ଥର ଚୋରାରେ ଗୋମାଂସ ବିକ୍ରି କରିଆସୁଛନ୍ତି। ଏ ନେଇ ଘଟଣା ସମ୍ବନ୍ଧରେ ପୋଲିସକୁ ଗ୍ରାମର କିଛି ବ୍ୟକ୍ତି ସୂଚନା ଦେବା ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚିଥିଲା । ଏହି ସମୟରେ ଗୋ ହତ୍ୟାକାରୀ ସେହି ସ୍ଥାନରୁ ମାଂସ ନେଇ ଫେରାର ହୋଇଯାଇଥିଲେ । ପୋଲିସ ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ସଂପୃକ୍ତ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଘଟଣା ଉକ୍ତ ଅଞ୍ଚଳରେ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଗୋମାଂସ ବିକ୍ରିକୁ ନେଇ କୋର୍ଟଚାଲାଣ ମଧ୍ୟ ହୋଇଛନ୍ତି । ଏ ସଂକ୍ରାନ୍ତରେ କେସିଙ୍ଗା ଥାନାର ଏସ.ଆଇ. ଅରକ୍ଷିତ ମାଝୀଙ୍କ ପଚାରିବାରୁ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ।
କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ଷଣ୍ଢ ହତ୍ୟା ଘଟଣାକୁ ନେଇ ଉତ୍ତେଜନା
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.