ଲାଞ୍ଜିଗଡ,୫।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଜନଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆନନ୍ଦ ଅଗ୍ରୱାଲଙ୍କ ଘରେ ରାତି ଅଧରେ ବେକରେ ଛୁରି ଲଗାଇ ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ, ରାତି ପ୍ରାୟ ୨ଟାରୁ ସାଢେ ୨ଟା ମଧ୍ୟରେ ୫ ରୁ ୬ ଜଣ ଡକାୟତ ମୁହଁରେ ମୁଖା ପିନ୍ଧି ସାମ୍ନା ଗେଟ ତାଲା ଭାଙ୍ଗି ଭିତରେ ଘର ଭିତରେ ପଶିଥିଲେ । ଆନନ୍ଦ ଅଗ୍ରୱାଲ ଏବଂ ତାଙ୍କ ସ୍ତ୍ରୀ ବବିତା ଅଗ୍ରୱାଲ ଶୋଇଥିବା ବେଳେ ତାଙ୍କୁ ଉଠାଇ ବେକରେ ଛୁରି ଲଗାଇ ନଗଦ ୧୦ ଲକ୍ଷ୍ ଟଙ୍କା ଓ ପ୍ରାୟ ୧୫ ଭରି ସୁନା ଓ ୨୦ ଭରି ରୁପା ନେଇଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲ, ଏଏସଆଇ ବଳଭଦ୍ର ଗୌଡ଼ ପୋଲିସ ବଳ ସହିତ ପହଞ୍ଚି ତଦନ୍ତ କରୁଥିବା ବେଳେ ସନ୍ଧାନୀ କୁକୁର ଆସିଲେ ପୁରା ତଦନ୍ତ କରାଯିବ ବୋଲି କହିଛନ୍ତି ।
କଳାହାଣ୍ଡି ଜିଲ୍ଲାରେ ବ୍ୟବସାୟୀଙ୍କ ଘରୁ ଲୁଟ୍
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.