Achira News Logo
Achira News

ଖଜୁରିର ସ୍ୱାସ୍ଥ୍ୟଗତ ଲାଭକୁ ଉନ୍ମୁକ୍ତ କରିବା ଏକ ପୁଷ୍ଟିକର-ସମୃଦ୍ଧ ଜଳଖିଆ

Prameya
ଖଜୁରିର ସ୍ୱାସ୍ଥ୍ୟଗତ ଲାଭକୁ ଉନ୍ମୁକ୍ତ କରିବା ଏକ ପୁଷ୍ଟିକର-ସମୃଦ୍ଧ ଜଳଖିଆ
Full News
Share:

ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ଖଜୁରୀ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆମକୁ ସୁସ୍ଥ ରହିବାରେ ସାହାଯ୍ୟ କରେ । ତେଣୁ ଯଦି ଆପଣ ପ୍ରତିଦିନ କେବଳ ୨-୩ ଟି ଖଜୁରୀ ଖାଆନ୍ତି, ତେବେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଅନୁଭବ କରିପାରିବେ । ଖଜୁରୀରେ ପ୍ରଚୁର ପରିମାଣ ଗ୍ଲୁକୋଜ୍, ଫ୍ରୁକ୍ଟୋଜ୍ ଏବଂ ସୁକ୍ରୋଜ୍ ରହିଛି । ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ । ଜଳଖିଆରେ କିମ୍ବା ଖାଦ୍ୟ ଭାବରେ ୨ ରୁ ୩ଟି ଖଜୁରୀ ଖାଇବା ଦ୍ୱାରା ଆପଣ ସାରା ଦିନ ସକ୍ରିୟ ଏବଂ ଶକ୍ତିଶାଳୀ ଅନୁଭବ କରିପାରିବେ । ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ପାଚନ ସମସ୍ୟା ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି । ଖଜୁରୀରେ ଡାଏଟ୍ରି ଫାଇବରରେ ଭରପୂର ।ଏହି ଫାଇବର କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ ଏବଂ ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରେ । ତେଣୁ ଖଜୁରୀର ନିୟମିତ ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହୁଏ ଏବଂ ବଦହଜମୀ ଏବଂ ଗ୍ୟାସ ଭଳି ପେଟ ସମସ୍ୟାର ଆଶଙ୍କା କମ୍ ହୁଏ ।ସେହିପରି ବୟସ ବଢ଼ିବା ସହିତ ହାଡ଼ ଦୁର୍ବଳତା ଏକ ପ୍ରମୁଖ ସମସ୍ୟା ଦେଖାଯାଏ । ଖଜୁରୀରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ତମ୍ବା ଏବଂ ସେଲେନିୟମ ଭଳି ଖଣିଜ ପଦାର୍ଥ ଥାଏ, ଯାହା ହାଡ଼ ସ୍ୱାସ୍ଥ୍ୟ ପାଇଁ ଜରୁରୀ । ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଅଷ୍ଟିଓପୋରୋସିସ ଭଳି ରୋଗର ଆଶଙ୍କା ହ୍ରାସ ପାଏ । ରକ୍ତହୀନତା ଦୂର କରେ :ଲୌହ ଅଭାବ ରକ୍ତହୀନତା ଏକ ସାଧାରଣ ସମସ୍ୟା ହୋଇଗଲାଣି । ବିଶେଷକରି ମହିଳାମାନଙ୍କ ମଧ୍ୟରେ । ଖଜୁରୀ ଲୌହର ଏକ ଉତ୍କୃଷ୍ଟ ପ୍ରାକୃତିକ ଉତ୍ସ ।ଲାଲ ରକ୍ତ କୋଷିକା ଉତ୍ପାଦନ ବୃଦ୍ଧି କରି, ଏହା ସମଗ୍ର ଶରୀରରେ ଅମ୍ଳଜାନର ପ୍ରବାହକୁ ଉନ୍ନତ କରେ, ଯାହା ଫଳରେ ଥକ୍କାପଣ ଏବଂ ଦୁର୍ବଳତା ଦୂର ହୁଏ । ହାର୍ଟ ପାଇଁ ଲାଭଦାୟକ: ହାର୍ଟ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଖଜୁରୀ ଖାଇବା ଦ୍ବାରା ହାର୍ଟ ସୁସ୍ଥ ରୁହେ । ଖଜୁରୀରେ ଥିବା ପୋଟାସିୟମ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହାସହ ଫ୍ଲାଭୋନଏଡ୍ସ ଭଳି ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଖରାପ କୋଲେଷ୍ଟ୍ରଲର ସ୍ତର କମାଇବା ଏବଂ ଭଲ କୋଲେଷ୍ଟ୍ରଲର ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ । ତେବେ ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ, ଏହାର ପ୍ରକୃତି ଗରମ, ତେଣୁ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଖଜୁରିର ସ୍ୱାସ୍ଥ୍ୟଗତ ଲାଭକୁ ଉନ୍ମୁକ୍ତ କରିବା ଏକ ପୁଷ୍ଟିକର-ସମୃଦ୍ଧ ଜଳଖିଆ | Achira News