Achira News Logo
Achira News

'ଖିମ୍ଜୀ କପ୍ "କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲା ରାଉରକେଲା ୟୁଥ୍ କ୍ରିକେଟ୍ କ୍ଲବ୍

Sambad
'ଖିମ୍ଜୀ କପ୍ "କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲା ରାଉରକେଲା ୟୁଥ୍ କ୍ରିକେଟ୍ କ୍ଲବ୍
Full News
Share:

ଭୁବନେଶ୍ବର: ମୁକ୍ତେଶ୍ବର କ୍ଲବ୍‌ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଦୁଇ ପୂର୍ବତନକ୍ରିକେଟର୍‌ ପ୍ରଶାନ୍ତ ମହାପାତ୍ର ଓ ଶୁଭାଶିଷ ଭୂୟାଁଙ୍କ ସ୍ମୃତିରେ ଆୟୋଜିତ ‘ଖିମ୍‌ଜୀ କପ୍‌’ କ୍ରିକେଟ୍‌ ପ୍ରତିଯୋଗିତାର ଚତୁର୍ଥ ତଥା ଶେଷ କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ରାମେଶ୍ବର ସ୍ପୋର୍ଟିଂକୁ ୮୯ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରି ରାଉରକେଲା ୟୁଥ୍‌ କ୍ରିକେଟ୍‌ କ୍ଲବ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ବୁଧବାରର ଏହି ମ୍ୟାଚ୍‌‌ରେ ରାଉରକେଲା ୟୁଥ୍‌ କ୍ରିକେଟ୍‌ କ୍ଲବ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଅଙ୍କିତ ଗୁପ୍ତା (୫୦ ରନ୍‌, ୭୩ ବଲ୍‌)ଙ୍କ ଅର୍ଦ୍ଧଶତକ ସହ ପ୍ରଚେତ ସିଂହଙ୍କ ଦାୟିତ୍ବବାନ ଶତକ ( ୧୦୮ ରନ୍‌, ୧୧୭ ବଲ୍‌) ବଳରେ ନିର୍ଦ୍ଧାରିତ ୪୦ ଓଭରରେ ୬ ୱିକେଟ୍‌ ହରାଇ ୨୭୧ ରନ୍‌ କରିଥିଲା। ରାମେଶ୍ବର ବୋଲର୍‌ମା‌ନେ ଆରମ୍ଭରୁ ନିଜ ଲାଇନ୍‌ ଲେନ୍ଥ ଠିକ୍‌ ରଖିବାକୁ ସଂଘର୍ଷ କରିଥିଲେ। ଦଳ ମଧ୍ୟ ଅତ୍ୟନ୍ତ ଦୁର୍ବଳ ଫିଲ୍‌ଡିଂ କରି ଅନ୍ୟୂନ ୫ଟି କ୍ୟାଚ୍‌ ହାତଛଡ଼ା କରିଥିଲା। ଯାହାର ଭରପୂର ଫାଇଦା ରାଉରକେଲା ୟୁଥ୍‌ କ୍ରିକେଟ୍‌ କ୍ଲବ୍‌ ଉଠାଇ ଏକ ସମ୍ମାନଜନକ ସ୍କୋର୍‌ କରି ନେଇଥିଲା। ଆହୁରି ପଢ଼ନ୍ତୁ:LLCC Under 14 Cricket: ଏଲ୍‌ଏଲ୍‌ସିସି ୧୪ବର୍ଷରୁ କମ୍‌ କ୍ରିକେଟ୍‌: କ୍ବାର୍ଟର୍‌ରେ ଏମ୍‌ସିଏ ଜବାବରେ ରାମେଶ୍ବର କ୍ଲବ୍‌ର ବ୍ୟାଟର୍‌ମାନେ ମଧ୍ୟ ନିଜ ଦଳର ବୋଲର୍‌ଙ୍କ ଭଳି ଆରମ୍ଭରୁ ଲୟ ପାଇଁ ସଂଘର୍ଷ କରିଥିଲେ। ସେମାନେ ଯେମିତି ବିଜୟ ଲକ୍ଷ୍ୟକୁ ହାସଲ କରିବା କିମ୍ବା ଏହାର ପାଖିପାଖି ହେବାର ଆଗ୍ରହ କିମ୍ବା ଇଚ୍ଛାର ପରିପ୍ରକାଶ କରି ନଥିଲେ। ଫଳରେ ଏହି ଦଳ ମାତ୍ର ୧୮୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ରାଉରକେଲା ୟୁଥ୍‌ କ୍ରିକେଟ୍‌ କ୍ଲବ୍‌ର ଆଶିଷ ତିୱାରୀ ଓ ପିଣ୍ଟୁ ଯଥାକ୍ରମେ ୫ ଓ ୪ ୱିକେଟ୍‌ ନେଇ ରାମେଶ୍ବର ବିପର୍ଯ୍ୟୟ ଘଟାଇଥିଲେ। ପ୍ରଚେତ ତାଙ୍କ ଲଢ଼ୁଆ ଶତକ ଲାଗି ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ର ପ୍ରତିନିଧି ପ୍ରତୀକ ମହାନ୍ତି, ଆୟୋଜକ ମୁକ୍ତେଶ୍ବର କ୍ଲବ୍‌ର ଉପସଭାପତି ଅଜିତ କୁମାର ବିଶ୍ବାଳ ଓ ସଦସ୍ୟ ଅଦିଲ ଭୂୟାଁଙ୍କଠାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ କରିଥିଲେ। ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂକୁ ମୁକ୍ତେଶ୍ବର କ୍ଲବ୍‌ ଭେଟିବ।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

'ଖିମ୍ଜୀ କପ୍ "କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲା ରାଉରକେଲା ୟୁଥ୍ କ୍ରିକେଟ୍ କ୍ଲବ୍ | Achira News