Achira News Logo
Achira News

ଖୋର୍ଧା ଜିଲ୍ଲାରେ ଗୋଦାବରୀଶ ମଡେଲ ପ୍ରାଥମିକ ବିଦ୍ଯ଼ାଳଯ଼ର ଉଦଘାଟନ କଲେ ଓଡ଼ିଶା ସରକାର

Samaja
ଖୋର୍ଧା ଜିଲ୍ଲାରେ ଗୋଦାବରୀଶ ମଡେଲ ପ୍ରାଥମିକ ବିଦ୍ଯ଼ାଳଯ଼ର ଉଦଘାଟନ କଲେ ଓଡ଼ିଶା ସରକାର
Full News
Share:

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ପଲଟନ୍ ପଡ଼ିଆରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦ୍ଧିବଦ୍ଧ ଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ରାଜ୍ୟରେ ମୋଟ ୧୨୦୦୦କୋଟି ବ୍ୟୟ ଅଟକଳରେ ୨୨୦୦ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୩୦ଗୋଟି ଜିଲ୍ଲାରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତି ଅନୁଯାୟୀ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସର୍ବୋତ୍ତମ, ଅତ୍ୟାଧୁନିକ ଓ ଗୁଣାତ୍ମକ କରିବା ପାଇଁ ଏହି ବିଦ୍ୟାଳୟ ଉତ୍ଥାପନ କରାଯାଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୂଳଦୁଆ ମଜବୁତ୍ କରି ସେମାନଙ୍କ ଭିତରେ ଥିବା ଦକ୍ଷତା ପ୍ରସ୍ଫୁଟିତ କରିବା ଏହାର ମୂଳ ଲକ୍ଷ୍ୟ l ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦକ୍ଷତା ଓ ବୃତ୍ତିଗତ ବିକାଶ ସହ ବିକଶିତ ଭାରତ ଓ ବିକଶିତ ଓଡ଼ିଶାକୁ ସାକାର କରିବା ଏବଂ ରାଜ୍ୟ ଓ ଦେଶକୁ ବିଶ୍ଵ ଦରବାରରେ ଶିକ୍ଷାର ବୈପ୍ଳବିକ ପରିବର୍ତ୍ତନରେ କର୍ଣ୍ଣଧାର ସାଜିବ l ସମ୍ମାନିତ ଅତିଥି ଭାବେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି ଖୋର୍ଦ୍ଧା ମାଟିର ସୁଯୋଗ୍ୟ ସନ୍ତାନ ଗୋଦାବରୀଶ ମିଶ୍ରଙ୍କ ନାମରେ ଯେଉଁ ୧୧୮ଟି ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା ତାହା ପ୍ରାଥମିକ ଶିକ୍ଷ୍ୟା ବ୍ୟବସ୍ଥାକୁ ଶସକ୍ତ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ l ସମ୍ମାନିତ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଛନ୍ତି ଯେ, ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସର୍ବୋତ୍କୃଷ୍ଟ ଶିକ୍ଷା ପ୍ରଦାନ ପାଇଁ ସରକାରଙ୍କର ଏହା ଅଭିନବ ଯୋଜନା । ୭୬୨ ପିଏମ ଶ୍ରୀ ସ୍କୁଲ ଭିତ୍ତିଭୂମି ସୃଷ୍ଟି କରିବା ରାଜ୍ୟରେ ସୁବର୍ଣ୍ଣ ଶିକ୍ଷାଯୁଗର ଅୟମାରମ୍ଭ lଏହି ଅବସରରେ ସମ୍ମାନିତ ଅତିଥି ଭାବେ ସାଂସଦ ସମ୍ବିତ ପାତ୍ର, ବିଧାୟକ ପ୍ରଶାନ୍ତ ଜଗଦେବ,ପ୍ରଦୀପ କୁମାର ସାହୁ,ବାବୁ ସିଂ, ବିଭୂତି ବଳବନ୍ତରାୟ, ପୂର୍ବତନ ବିଧାୟକ ବିଭୁତି ଭୁଷଣ ହରିଚନ୍ଦନ,ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ,ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଯୋଗଦେଇ ଥିଲେ l

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ଖୋର୍ଧା ଜିଲ୍ଲାରେ ଗୋଦାବରୀଶ ମଡେଲ ପ୍ରାଥମିକ ବିଦ୍ଯ଼ାଳଯ଼ର ଉଦଘାଟନ କଲେ ଓଡ଼ିଶା ସରକାର | Achira News