Achira News Logo
Achira News

ଖୋର୍ଧାସ୍ଥିତ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ରୋଗ ବ୍ୟାପିବା କାରଣରୁ ପ୍ରଧାନଶିକ୍ଷକ ନିଲମ୍ବିତ

Sambad
ଖୋର୍ଧାସ୍ଥିତ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ରୋଗ ବ୍ୟାପିବା କାରଣରୁ ପ୍ରଧାନଶିକ୍ଷକ ନିଲମ୍ବିତ
Full News
Share:

ଖୋର୍ଦ୍ଧା(ବିକାଶ ଚନ୍ଦ୍ର ସାହୁ):ସ୍କୁଲ୍ କ୍ୟାମ୍ପସ୍‌ରେ ଜଣ୍ଡିସ୍‌ ବିସ୍ଫୋରକ ରୂପ ନେବା ଘଟଣାରେ ଶେଷରେ ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରିନ୍‌ସିପାଲ୍ କବିତା କରଙ୍କୁ ନିଲମ୍ବିତ କରାଯାଇଛି। ନବୋଦୟ ବିଦ୍ୟାଳୟ ସମିତି କର୍ତୃପକ୍ଷ ଏ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ତାଙ୍କ ବଦଳରେ ଭାଇସ୍‌ ପ୍ରିନ୍‌ସିପାଲ୍ ନୃସିଂହ ଚରଣ ଚକ୍ରଙ୍କୁ ଭାରପ୍ରାପ୍ତ ପ୍ରିନ୍‌ସିପାଲ୍ ଦାୟିତ୍ବ ଭାର ଦିଆଯାଇଛି। ନୂତନ ପ୍ରିନ୍‌ସିପାଲ୍‌ ନ ଆସିବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ ବୋଲି ଜଣାପଡ଼ିଛି। ନିଲମ୍ବିତ ପ୍ରିନ୍‌ସିପାଲ୍ ଶ୍ରୀମତୀ କରଙ୍କୁ ଭୋପାଳ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ବିଦ୍ୟାଳୟ କର୍ତୃପକ୍ଷଙ୍କର ଘୋର ଅବହେଳା କାରଣରୁ ବିଦ୍ୟାଳୟରେ ଜଣ୍ଡିସ୍‌ ବ୍ୟାପକ ରୂପ ନେଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, କଥା ଖୋର୍ଦ୍ଧାରୁ ଦିଲ୍ଲୀ ଯାଏ ଯାଇଥିଲା। ଦିଲ୍ଲୀ ଟିମ୍‌, ଭୋପାଳ ଟିମ୍‌ ଆସି କ୍ୟାମ୍ପସ୍‌ ପରିସ୍ଥିତି ଯାଞ୍ଚ କରିବାକୁ ବାଧ୍ୟ ହୋଇଥିଲେ। ମୋଟ୍ ଉପରେ ପ୍ରାୟ ୯୦ରୁ ଅଧିକ ବିଦ୍ୟାର୍ଥୀ, ସ୍କୁଲ୍ କର୍ମଚାରୀ ଜଣ୍ଡିସ୍‌ କବଳରେ କବଳିତ ହୋଇଥିଲେ। ସଂକ୍ରମଣ ବ୍ୟାପକ ହେବା କାରଣରୁ ସ୍କୁଲ୍ କର୍ତୃପକ୍ଷ ବିଦ୍ୟାଳୟକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ତା’ ସହିତ ବିଦ୍ୟାଳୟର ଟାଙ୍କି ଓ ଅନ୍ୟାନ୍ୟ ପରିସରକୁ ସଫେଇକୁ ଜୋର୍‌ଦାର କରାଯାଇଥିଲା। ଆହୁରି ପଢ଼ନ୍ତୁ:Mohan Charan Majhi: ପ୍ରକୃତ ବିକାଶ ହେଇଛି ରାଜ୍ୟର ମା ଏବଂ ଭଉଣୀମାନଙ୍କ ସୁରକ୍ଷା: ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସ୍କୁଲ୍ କର୍ତୃପକ୍ଷଙ୍କର ଅବହେଳା ଜଳଜଳ ଦିଶୁଥିଲା। ଜଣ୍ଡିସ୍‌ କାରଣକୁ ନେଇ ପ୍ରିନ୍‌ସିପାଲ୍ ଶ୍ରୀମତୀ କରଙ୍କୁ ନିଲମ୍ବିତ କରାଯାଇଛି ବୋଲି ଭାଇସ୍‌ ପ୍ରିନ୍‌ସିପାଲ୍ ଶ୍ରୀ ଚକ୍ର ପ୍ରକାଶ କରିଛନ୍ତି। ଆହୁରି ପଢ଼ନ୍ତୁ:Cricket: ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଜନ ନିଷ୍ପତ୍ତିରେ ଆଇସିସି ଚିନ୍ତିତ

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଖୋର୍ଧାସ୍ଥିତ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ରୋଗ ବ୍ୟାପିବା କାରଣରୁ ପ୍ରଧାନଶିକ୍ଷକ ନିଲମ୍ବିତ | Achira News