ସମାଜ ଲାଇଭ ଡେସ୍କ :ମଙ୍ଗଳବାର ଦିନ ଭଦୋଦରାର ବିସିଏ ଷ୍ଟାଡିୟମରେ ଏଲିମିନେଟରରେ ଗୁଜରାଟ ଜାଏଣ୍ଟସକୁ ୭ ୱିକେଟରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ଚତୁର୍ଥ ମହିଳା ପ୍ରିମିୟର ଲିଗ୍ ଫାଇନାଲରେ ପ୍ରବେଶ କରିଛି। ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଡିସି ଅଧିନାୟକ ଜେମିମା ରୋଡ୍ରିଗ୍ସ ସ୍ଥିର କରିଥିଲେ। ପ୍ରଥମେ ଗୁଜରାଟ ଜାଏଣ୍ଟସ ବ୍ୟାଟିଂ କରି ୭ ୱିକେଟ ହରାଇ ୧୬୮ ରନ ସଂଗ୍ରହ କରିଥିଲା। । ବେଥ୍ ମୁନିଙ୍କ ଅପରାଜିତ ୬୨ ରନ କରିଥିଲେ , ଜବାବରେ, ଦିଲ୍ଲୀ କ୍ୟାପିଟାଲ୍ସ ୧୫ ଓଭର ୪ଟି ବଲରେ ୩ ୱିକେଟ ହରାଇ ୧୬୯ ରନ୍ କରି ବିଜୟୀ ହୋଇଛି। ଓପନର ଶାଫାଲି ବର୍ମା (୨୧ ବଲ୍ ରୁ ୩୧) ଏବଂ ଲିଜେଲ ଲି (୨୪ ବଲ୍ ରୁ ୪୩) ଏକ ଧମାକାଦାର ଆରମ୍ଭ ଦେଇଥିଲେ। ପରେ ଜେମିମାହ ରଡ୍ରିଗ୍ସ ୨୩ ବଲ୍ ରୁ ୪୧ ରନ୍ ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିଜୟ କରିଥିଲେ। । ଗୁରୁବାର ୫ ଫେବୃଆରୀ ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୬ର ଫାଇନାଲରେ ଡିସି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ମୁକାବିଲା କରିବ।
ଗୁଜରାଟ ଜଏଣ୍ଟ୍ସକୁ ହରାଇ କ୍ରମାଗତ ଚତୁର୍ଥ ଥର ପାଇଁ ଡବ୍ଲ୍ୟୁ. ପି. ଏଲ୍. ଫାଇନାଲ୍ରେ ପହଞ୍ଚିଲା ଦିଲ୍ଲୀ ରାଜଧାନୀ
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.