ନୂଆଦିଲ୍ଲୀ : ସ୍ବାମୀ ହେଲା ପର, ପ୍ରେମିକ ନିଜର । ନିଜର ଖରାପ ସମ୍ପର୍କ ପାଇଁ ସ୍ବାମୀକୁ ମାରିଦେଲା ସ୍ତ୍ରୀ । ଯାହାଙ୍କ ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥିଲେ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇଲେନି । ଗୁଜୁରାଟରୁ ଆସିଛି ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟଣା । ଯେଉଁ ଘଟଣାରେ ମହିଳାଙ୍କ ସହ ତାଙ୍କ ଭଉଣୀ ଏବଂ ପ୍ରେମିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ମୃତକଙ୍କ ପରିବାରକୁ ଉଚିତ୍ ନ୍ୟାୟ ପାଇଁ ଦାବି କରାଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ଖବର ଅନୁସାରେ, ମହିଳାଙ୍କ ସମ୍ପର୍କରେ ସେହି ଗ୍ରାମର ଜଣେ ଯୁବକଙ୍କ ସହ ରହିଥିଲା । ଦୀର୍ଘଦିନ ଧରି ଏଭଳି ଅବୈଧ ସମ୍ପର୍କ ରଖିଥିବାବେଳେ ତାଙ୍କ ସ୍ବାମୀ ଏହାକୁ ବିରୋଧ କରୁଥିଲେ । ଯେଉଁ କାରଣରୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ରାତିରେ ସ୍ବାମୀଙ୍କ ଖାଇବା ଦେଇଥିବାବେଳେ ଏଥିରେ ନିଶା ମେଡିସିନ ଦେଇଥିଲେ । ଯେତେବେଳେ ସ୍ବାମୀ ଗଭୀର ନିଦରେ ଶୋଇଥିଲେ ପ୍ରେମିକକୁ ଏକ କୁରାଢ଼ି ଦେଇଥିଲେ ଆଉ ସେ ହତ୍ୟା କରିଥିଲେ । ଯେଉଥିରେ ତାଙ୍କ ଉଭଣୀ ମଧ୍ୟ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ପ୍ରଥମେ ସେମାନେ ମୃତଦେହକୁ ଲୁଚାଇବା ପାଇଁ ପ୍ରୟାସ କରିଥିଲେ । ମାତ୍ର ଏଥିରେ ବିଫଳ ହୋଇଥିଲେ । ପରେ ସେମାନେ ପୁଣି ମୃତଦେହକୁ ବେଡ ଉପରେ ରଖିଥିଲେ । ଆଉ କେହି ହତ୍ୟା କରି ଚାଲିଯାଇଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରିଥିବାବେଳେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଗୁଜୁରାଟରେ ବୈବାହିକ ସମ୍ପର୍କ ଆବିଷ୍କାର କରିବା ପରେ ସ୍ୱାମୀଙ୍କ ହତ୍ୟା ଅଭିଯୋଗରେ ମହିଳା ଗିରଫ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.