ନୂଆଦିଲ୍ଲୀ,୨୦/୦୩ :ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ- ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ୨୧ ଦିନରେ ପହଞ୍ଚିଛି । ଏହି ଯୁଦ୍ଧ ମଧ୍ୟରେ ଅଦ୍ୟାବଧି ଇରାନକୁ ବିପୁଳ କ୍ଷୟକ୍ଷତି ହୋଇଛି । ହୋର୍ମୁଜ ପ୍ରଣାଳୀରେ ବଢୁଥିବା ଉତ୍ତେଜନା ମଧ୍ୟରେ ୟୁରୋପ ଏବଂ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ସଙ୍କେତ ଦେଇଛନ୍ତି । ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ଜାପାନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ଜାହାଜଗୁଡିକରେ ସୁରକ୍ଷିତ ପଥ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ । ଏହି ଦେଶଗୁ଼ଡିକ ଇରାନ ଦ୍ୱାରା ହୋଇଥିବା ସମ୍ପ୍ରତି ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି । ଏପରି ଆକ୍ରମଣ ବିଶ୍ୱ ଶକ୍ତି ଯୋଗାଣକୁ ଗମ୍ଭୀର ଭାବରେ ପ୍ରଭାବିତ କରିଛି । ବିବୃତ୍ତିରେ କୁହାଯାଇଛି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ଶକ୍ତି ବଜାର ସ୍ଥିରତା ଏବଂ ସ୍ୱାଭାବିକ ଯାତାୟତ ପ୍ରବାହ ସୁନିଶ୍ଚିତ କରିବାକୁ ସମସ୍ତ ଦେଶ ମିଳିତ ଭାବରେ କାର୍ଯ୍ୟ କରିବେ । ରଏଟର୍ସ ଅନୁଯାୟୀ, ବିବୃତ୍ତିରେ କତାର ଏବଂ ସାଉଦି ଆରବର ତୈଳ ଏବଂ ଗ୍ୟାସ ପ୍ଲାଣ୍ଟ ଉପରେ ହୋଇଥିବା ଆକ୍ରମଣକୁ ମଧ୍ୟ ନିନ୍ଦା କରାଯାଇଛି । କତାର ଏନର୍ଜି ଅନୁଯାୟୀ, ଆକ୍ରମଣରେ ସେମାନଙ୍କର ୧୭ ପ୍ରତିଶତ ଏଲଏନଜି ରପ୍ତାନୀ କ୍ଷମତାକୁ ପ୍ରଭାବିତ କରିଛି । ଯାହା ଫଳରେ ବାର୍ଷିକ ପ୍ରାୟ ୨୦ ବିଲିୟନ ଡଲାର ରାଜସ୍ୱ କ୍ଷତି ହୋଇଛି । ଶକ୍ତି ଉତ୍ପାଦନ ବୃଦ୍ଧି ଏବଂ ବଜାରକୁ ସ୍ଥିରତା କରିବା ପାଇଁ ଦେଶଗୁଡିକ ଉତ୍ପାଦକ ରାଷ୍ଟ୍ରଗୁଡିକ ସହିତ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବିଶ୍ୱରେ ଅଶୋଧିକ ତୈଳ ଏବଂ ଏଲପିଜି ଯୋଗାଣର ଏକ ପ୍ରମୁଖ ପଥ, ହୋର୍ମୁଜ ପ୍ରଣାଳୀ ବର୍ତ୍ତମାନ ଗୁରୁତର ସଙ୍କଟରେ ରହିଛି । ଇରାନ ଦ୍ୱାରା ଡ୍ରୋନ୍ ଏବଂ ବିସ୍ଫୋରକ ଡଙ୍କା ବ୍ୟବହାର କରି ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ପରେ ପରିବହନ ପ୍ରାୟତଃ ବନ୍ଦ ହୋଇଯାଇଛି । ହୋର୍ମୁଜ ପ୍ରଣାଳୀ ବାହାରେ ଶହ ଶହ ଜାହାଜ ଫିସ ରହିଛି । ଯାହା ଫଳରେ ଭାରତ ସମେତ ଅନେକ ଦେଶକୁ ଯୋଗାଣ ବାଧାପ୍ରାପ୍ତ ହୋଇଛି ।ଯେତେବେଳେ ଇରାନ ଉପସାଗରୀୟ ଅଞ୍ଚଳରେ ତୈଳ ଏବଂ ଗ୍ୟାସ ସୁବିଧା ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କଲା କତାର ଏବଂ ସାଉଦି ଆରବର ପ୍ରମୁଖ ଶକ୍ତି କେନ୍ଦ୍ରଗୁଡିକୁ କ୍ଷତି ପହଞ୍ଚାଇଲା । ଉତ୍ପାଦନ ପ୍ରଭାବିତ ହେଲା । ଉତ୍ତେଜନା ଆହୁରି ବୃଦ୍ଧି ପାଇଲା । ଚାପ କମାଇବାକୁ ଅପିଲ୍-ଏହି ଦେଶଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ସେମାନେ ବିଶ୍ୱ ବଜାର ଉପରେ ଚାପ ହ୍ରାସ କରିବା ପାଇଁ ଉତ୍ପାଦନ ବୃଦ୍ଧି କରିବା ପାଇଁ ଶକ୍ତି ଉତ୍ପାଦନକାରୀ ଦେଶମାନଙ୍କ ସହିତ ମଧ୍ୟ କାମ କରିବେ । ସେମାନେ ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବା ଏବଂ ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। "ଆମେ କିଛି ଉତ୍ପାଦକ ଦେଶଙ୍କ ସହଯୋଗରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେବୁ ବୋଲି ବିବୃତ୍ତିରେ କୁହାଯାଇଛି । ଏହା ବି ପଢନ୍ତୁ...ଆମେରିକାର ଏଫ୍-୩୫ ବିମାନକୁ ଇରାନର ହମଲା, କ୍ଷତିଗ୍ରସ୍ତ ପରେ କଲା ଜରୁରି ଅବତରଣ ହୋର୍ମୁଜ ଦେଇ ସୁରକ୍ଷିତ ରାସ୍ତା ପାଇଁ ଏହି ଦେଶ ଗୁଡିକ ଚେତାବନୀ ଦେଇଛନ୍ତି କି ଆକ୍ରମଣର ପ୍ରଭାବ ଏହି ଅଞ୍ଚଳ ବାହାରେ ବହୁ ଦୂରରେ ଅନୁଭୂତ ହେବ । ବିବୃତ୍ତିରେ କୁହାଯାଇଛି ଯେ, ଇରାନର କାର୍ଯ୍ୟ ବିଶ୍ୱର ପ୍ରତ୍ୟେକ ଅଂଶର ଲୋକଙ୍କୁ ପ୍ରଭାବିତ କରିବ । ବିଶେଷ କରି ସବୁଠାରୁ ଦୁର୍ବଳ । ସାମୁଦ୍ରିକ ଯାତାୟତରେ ହସ୍ତକ୍ଷେପ ଏବଂ ଶକ୍ତି ଯୋଗାଣ ଶୃଙ୍ଖଳରେ ବାଧା ଆନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ସିଧାସଳଖ ବିପଦ ସୃଷ୍ଟି କରେ . ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ଇରାନ୍ର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.