ଓଡିଶା ଭାସ୍କର:ଗୋଟିଏ ପଟେ ଆମେରିକା ଓ ଇଉରୋପୀୟ ଦେଶମାନଙ୍କ ଭିତରେ ଶତ୍ରୁତା ବଢିବାରେ ଲାଗିଛି। ଟ୍ରମ୍ପ ଗ୍ରୀନଲ୍ଯାଣ୍ଡ କିଣିବାକୁ ଚାହୁଁଥିବା ବେଳେ ଡେନମାର୍କ ସମେତ ଅନେକ ଇଉରୋପୀୟ ରାଷ୍ଟ୍ର ଏହାକୁ ଦୃଢ ଭାବେ ବିରୋଧ କରିଛନ୍ତି। ଏପରିକି ଯେଉଁ ଦେଶ ଟ୍ରମ୍ପଙ୍କ କଥା ନମାନେ ସେହି ଦେଶ ଉପରେ କଡା ଆକ୍ସନ ନେବେ ଅର୍ଥାତ୍ ଟାରିଫ ଲଗାଇବେ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ କବଜା କରିବାକୁ ଚାହୁଁଥିବା ମନ୍ତବ୍ୟ ବାରମ୍ବାର ଦେବା ସହ କହିଛନ୍ତି କି ଇଉରୋପୀୟ ଦେଶଗୁଡିକ ଗ୍ରୀନଲ୍ଯାଣ୍ଡକୁ ରୁଷିଆ ଏବଂ ଚୀନ ବିରୁଧରେ ଲଢି ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଯାହାକୁ ନେଇ ଡେନମାର୍କ ଓ ନାଟୋ ସଂଗଠନ ଭିତରେ ବିବାଦ ବଢିବାରେ ଲାଗିଛି। Free LPG Gas: ରାସନକାର୍ଡଧାରୀଙ୍କୁ ଫ୍ରିରେ… ବଡ଼ ଖବର: ମଣିପୁରରୁ ଗୋଟିଏ ବର୍ଷ ପରେ ହଟିଲା… ଆର୍କଟିକ୍ ସେଣ୍ଟ୍ରି ନାମକ ନାଟୋ ବର୍ଦ୍ଧିତ ସତର୍କତା କାର୍ଯ୍ୟକଳାପ ପାଇଁ ଯୋଜନା ଚାଲିଛି,” ଏକ ରିପୋର୍ଟକୁ ନିଶ୍ଚିତ କରି ସୁପ୍ରିମକୋର୍ଟ ଆଲାଇଡ୍ ପାୱାର୍ସ ୟୁରୋପର ମୁଖପାତ୍ର କର୍ଣ୍ଣେଲ ମାର୍ଟିନ୍ ଓ’ଡୋନେଲ୍ କହିଛନ୍ତି। ଜାନୁଆରୀରେ ଡାଭୋସରେ ଟ୍ରମ୍ପଙ୍କୁ ଭେଟିବା ପରେ, ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ କହିଥିଲେ ଯେ ସେମାନେ କେବଳ ଗ୍ରୀନଲ୍ୟାଣ୍ଡ ନୁହେଁ ବରଂ ଆର୍କଟିକରେ ଥିବା ସାତଟି ନାଟୋ ରାଷ୍ଟ୍ରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସହଯୋଗୀମାନେ କିପରି ମିଳିତ ଭାବରେ କାମ କରିପାରିବେ ତାହା ଆଲୋଚନା କରିଛନ୍ତି। ଡେନମାର୍କ ପ୍ରତିରକ୍ଷା ମନ୍ତ୍ରୀ ଟ୍ରୋଏଲସ୍ ଲୁଣ୍ଡ୍ ପାଉଲସେନ୍ କହିଛନ୍ତି ଯେ ନାଟୋ ମିଶନ ପାଇଁ ସାମରିକ ଯୋଜନା ଚାଲିଛି ତାହା ବହୁତ ସନ୍ତୋଷଜନକ। “ଆର୍କଟିକ୍ ଏବଂ ଉତ୍ତର ଆଟଲାଣ୍ଟିକ୍ ରେ ସୁରକ୍ଷା ବୃଦ୍ଧି କରିବା ପାଇଁ ଆମେ ଆମର ନାଟୋ ସହଯୋଗୀଙ୍କ ସହିତ ମିଶି କାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,” ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏପରି କିଛି ଲେଖି ପୋଷ୍ଟ କରିଥିଲେ। ନାଟୋ କଣ:ଏଥିରେ 32 ଜଣ ସଦସ୍ଯ ରାଷ୍ଟ୍ର ରହିଛନ୍ତି। ଏଥିମଧ୍ୟରୁ 30ଟି ଇଉରୋପୀୟ ଦେଶ ହୋଇଥିବା ବେଳେ ଦୁଇଟି ଉତ୍ତର ଆମେରିକୀୟ ଦେଶ ଏହାର ସଦସ୍ଯ ରହିଛନ୍ତି। ସୋଭିଏତ ୟୁନିଅନ ବିରୋଧରେ ଏକାଠି ଲଢିବା ପାଇଁ 12ଟି ଦେଶ ମିଶି ଏହି ସଂଗଠନ ଗଢିଥିଲେ। ମାତ୍ର ପରେ ଅନେକ ଦେଶ ଏଥିରେ ଆସି ମିଶିଥିଲେ। ବର୍ତ୍ତମାନ ଏହି ସଂଗଠନରେ ଇଉୋରପୀୟ ରାଷ୍ଟ୍ର ଓ ଆମେରିକା ଭିତରେ ବିବାଦ ବଢିବାକୁ ଲାଗିଛି। ଯାହାକି ସମଗ୍ର ବିଶ୍ବରେ ଚିନ୍ତାକୁ ଦୁଇ ଗୁଣିତ କରି ଦେଇଛି।
ଗ୍ରୀନଲ୍ୟାଣ୍ଡ କ୍ରୟ ପ୍ରସ୍ତାବକୁ ନେଇ ଆମେରିକା-ୟୁରୋପ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।
Odisha Bhaskar•

Full News
Share:
Disclaimer: This content has not been generated, created or edited by Achira News.
Publisher: Odisha Bhaskar
Want to join the conversation?
Download our mobile app to comment, share your thoughts, and interact with other readers.