ନୂଆଦିଲ୍ଲୀ,୦୪/୦୫;ଚେନ୍ନାଇ ଦଳରେ ଆହତ ଖେଳାଳିଙ୍କ ତାଲିକା ଲମ୍ବି ଚାଲିଛି । ଷ୍ଟାର ମହେନ୍ଦ୍ର ସିଂହ ଧୋନି, ଓପନର ଆୟୂଷ ମାହତ୍ରେ, ପେସ୍ ବୋଲର ଖଲିଲ ଅହମ୍ମଦ, ନାଥାନ ଏଲିସ୍ ପରେ ଯୁବ ଅଲରାଉଣ୍ଡର ରାମକ୍ରିଷ୍ଣ ଘୋଷ ମଧ୍ୟ ଆହତ ହୋଇ ଆଇପିଏଲ୍ରୁ ବାଦ୍ ପଡ଼ିଛନ୍ତି । ସେ ଗତ ୨ ତାରିଖରେ ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ପଦାର୍ପଣ କରିଥିଲେ । ଏହି ମ୍ୟାଚ୍ ବେଳେ ତାଙ୍କ ଡାହାଣ ପାଦ ହାଡ଼ ଭାଙ୍ଗି ଯାଇଥିଲା । ସେ ୩ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେଇଥିଲେ । ମାତ୍ର ଗୋଟିଏ ମ୍ୟାଚ୍ ମଧ୍ୟରେ ତାଙ୍କ ଆଇପିଏଲ୍ ଅଭିଯାନ ଶେଷ ହୋଇଛି । ଖୁବଶୀଘ୍ର ତାଙ୍କ ସ୍ଥାନରେ ବଦଳ ଖେଳାଳି ସାମିଲ କରାଯିବ ବୋଲି ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ପ୍ରକାଶ କରିଛନ୍ତି । ଭେଟେରାନ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଆହତ ଅଛନ୍ତି । ସେ ଏପର୍ଯ୍ୟନ୍ତ ଫିଟ୍ ହୋଇନାହାନ୍ତି । ଦଳରେ ଆହତ ପ୍ଲେୟାରଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି । ମୁମ୍ବାଇ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ବିଜୟ ପାଣିଚିଆ ହୋଇଛି । ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ରାମକ୍ରିଷ୍ଣ ବାଦ ପଡିଛନ୍ତି । ମ୍ୟାଚ୍ ଆରମ୍ଭରେ ଘୋଷ ୱିଲ୍ ଜ୍ୟାକ୍ସଙ୍କ କ୍ୟାଚ ନେବା ପାଇଁ ଡାଇଭ୍ ମାରିଥିଲେ । ନମନଙ୍କ ବିପକ୍ଷରେ ତାଙ୍କର ପ୍ରଥମ ବଲ୍ ବୋଲିଂ କରିବା ପରେ ସେ ତାଙ୍କ ଫଲୋ ଥ୍ରୁରେ ପଡିଯାଇଥିଲେ । ଚେନ୍ନାଇର ସେ ଅଲରାଉଣ୍ଡର ପ୍ଲେୟାର ସେ ବାଦ ପଡିବା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି । ଚଳିତ ଆଇପିଏଲ ସିଜିନରେ ନୈରାଶ୍ୟଜନକ ଆରମ୍ଭ କରିଥିବା ଚେନ୍ନାଇ ସୁପର କିଙ୍ଗସ ଅଧିନାୟର ଋତୁରାଜ ଭଲ ପ୍ରଦର୍ଶନ କରିଥିଲେ । ଅପରାଜିତ ୭୪ ଏବଂ ୬୭ ରନ କରିଥିଲେ । ଚେନ୍ନାଇ ୯ଟି ମ୍ୟାଚରୁ ୪ଟି ଜିତିଛି । ୮ ପଏଣ୍ଟ ସହ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ସୁପର କିଙ୍ଗସ । ଏହା ବି ପଢନ୍ତୁ...IPL ରେ ବଦଳିବ କି ଇମ୍ପାକ୍ଟ ପ୍ଲେୟାର ନିୟମ ? ବିସିସିଆଇ କହିଲା…
ଚେନ୍ନାଇ ସୁପର କିଙ୍ଗ୍ସ ଆହତ, ଆଇପିଏଲ୍ରୁ ବାଦ୍ ପଡ଼ିଲେ ରାମକ୍ରିଷ୍ଣା ଘୋଷ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.