ବଲାଙ୍ଗିର : ବଲାଙ୍ଗିର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ୫ଜଣ ନାବାଳକ ସହପାଠୀଙ୍କୁ ଅଟକ ରଖିଛି । ଅଭିଯୋଗ ଅନୁଯାୟୀ, ସ୍କୁଲ ସରିବା ପରେ ପୀଡ଼ିତାଙ୍କୁ ତାଙ୍କର ସହପାଠୀମାନେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି କାଣ୍ଡର ଭିଡିଓ ସାମାଜିକ ଗଣମଧ୍ୟମରେ ଭାଇରଲ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ପୀଡ଼ିତାଙ୍କ ସମ୍ପର୍କୀୟମାନେ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହେବା ପରେ ପୁଲିସ ୫ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଭିଡିଓ ଭାଇରାଲ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଚମକପ୍ରଦ ଗଣଦୁଷ୍କର୍ମ ଘଟଣା ବଲାଙ୍ଗିର ଜିଲ୍ଲାର ସ୍କୁଲ୍କୁ ଧ୍ୱଂସ କରିଦେଇଛି
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.