ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲରେ ରହୁଥିବା ପାରମ୍ପରିକ ଓ ଅଣ ପାରମ୍ପରିକ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ଜଙ୍ଗଲ ଜମି ଅଧିକାର ଆଇନ। କିନ୍ତୁ ଦୀର୍ଘ ଦଶନ୍ଧି ନେଇ ଜଙ୍ଗଲ ଅଞ୍ଚଳରେ ବସବାସ କରିଆସୁଥିବା ପହରିଆ ସମ୍ପ୍ରଦାୟର ଆଦିମ ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇ ନ ଥିବାରୁ ଏବେ ଏମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ସହ ପାଟଧାରାର ଜଙ୍ଗଲ ଅଞ୍ଚଳରେ ଆଦିମ କାଳରୁ ବସବାସ କରି ଆସୁଥିବା ଏହି ପହରିଆ ଆଦିମ ଜନଜାତି ଜଙ୍ଗଲ ଉପରେ ନିର୍ଭର କରି ଜଙ୍ଗଲରୁ ବନ୍ୟଜାତ ଦ୍ରବ୍ୟ ସହ ମୁଖ୍ୟତଃ ବାଉଁଶରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ନିଜ ଜୀବିକା ନିର୍ବାହ କରି ଆସୁଛନ୍ତି। କିନ୍ତୁ ବର୍ତ୍ତମାନ ଜଙ୍ଗଲରେ ବାଉଁଶ ଅଭାବ ସହ ବଜାରରେ ବାଉଁଶରେ ତିଆରି ସାମଗ୍ରୀର ଚାହିଦା କମିଯିବାରୁ ଏମାନଙ୍କ ଜୀବିକା ସଙ୍କଟରେ ପଡ଼ିଛି। ନିଜ ପରିବାର ପ୍ରତିପୋଷଣ ପାଇଁ ଏମାନେ ସମସ୍ୟାରେ ପଡ଼ି ରହିଛନ୍ତି। ଯା ଫଳରେ ଏମାନଙ୍କୁ ମୁଖ୍ୟସ୍ରୋରେ ସାମିଲ ପାଇଁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ଦାବି କରିଛନ୍ତି। ଜଙ୍ଗଲଜମି ପାଇଁ ଏହିଜନଜାତିବନବିଭାଗ ଓଜିଲ୍ଲାପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ରୁ ସରକାରୀ ଯୋଜନାରୁ ଏମାନେ ବଞ୍ଚିତ ରହିଯାଇଛନ୍ତି ଏହି ପହରିଆ ସମ୍ପ୍ରଦାୟର ଆଦିମ ଜନଜାତି ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ଆଦିବାସୀ ଶ୍ରେଣୀର ମାନ୍ୟତା ପାଇ ସମସ୍ତସରକାରୀଯୋଜନାରେ ସାମିଲ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ଆଦିବାସୀ ମାନ୍ୟତା ମିଳିପାରି ନାହିଁ। ଆହୁରି ପଢ଼ନ୍ତୁ:Father Kill Daughter: ସରପଞ୍ଚ ହେବାର ନିଶା ସଜାଇଲା ହତ୍ୟାକାରୀ, ଝିଅକୁ ହତ୍ୟା କଲା ବାପା ଏମାନଙ୍କୁ ସରକାରୀ ସହାୟତା ଓ ଯୋଜନାରେ ଶୀଘ୍ର ସାମିଲ ପାଇଁ ଆଦିବାସୀ ସଂଘ ମଧ୍ୟ ଦାବି କରିଛି। ଏହା ସହ ପହରିଆ ଜନଜାତିଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ପହରିଆ ଜନଜାତି ଆନ୍ଦୋଳନକୁ ଓହ୍ଲାଇବ ଓ ଆଦିବାସୀମାନେ ଏହି ଆନ୍ଦୋଳାନରେ ସାମିଲ ହେବେ ବୋଲି ଆଦିବାସୀ ନେତା ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏହି ପାହରିଆ ସମ୍ପ୍ରଦାୟର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ଦେଖଦେଇଥିବା ସମସ୍ୟାର ସମାଧାନ କରି ଜଙ୍ଗଲ ଜମି ଯୋଗାଇ ଦେବା ଦିଗରେ ଶୀଘ୍ର ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।
ଜଙ୍ଗଲ ଏବଂ ଆଦିବାସୀ ସମ୍ପ୍ରଦାୟର ସୁରକ୍ଷା ଜଙ୍ଗଲ ଜମି ଅଧିକାର ଅଧିନିୟମ, 2005
Sambad•
%2Fsambad%2Fmedia%2Fmedia_files%2F2026%2F02%2F03%2Funtitled-2026-02-03-13-19-44.png&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.