Achira News Logo
Achira News

ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

Sambad
ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।
Full News
Share:

ନବରଙ୍ଗପୁର(ସୁରେଶ ନାଇଡୁ):ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଦେଶବ୍ୟାପୀ ପ୍ରାୟ ୨୦୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ(ଇଏମଆରଏସ୍) ମଧ୍ୟରେ ମଡେଲ ଯୁବ ଗ୍ରାମସଭା ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ନବରଙ୍ଗପୁରଜିଲ୍ଲାସଦରବ୍ଲକର ହିର୍ଲୀସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ। ମଡେଲ ଯୁବ ଗ୍ରାମସଭା ସର୍ବଭାରତୀୟ ପୁରସ୍କାର ସମାରୋହ ଆଜି ନୂଆଦିଲ୍ଲୀର ପ୍ରଗତିମୈଦାନର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଅଧ୍ୟକ୍ଷା ଶୁଭାସିନୀ ସାହୁ ଏବଂ ଗାଇଡ୍ ଶିକ୍ଷକ ସୁମନ ସେଠଙ୍କ ସହିତ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ଏସପି ସିଂ ବାଘେଲଙ୍କ ଠାରୁ ୭୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ଏକ ସ୍ମାରକୀ ପାଇଥିଲେ। ଏହି ଉତ୍ସବରେ ଏନଇଏସଟିର ସଚ଼ିବ ଅଜିତ୍ ଶ୍ରୀବାସ୍ତବ, ଡେପୁଟି କମିଶନର କୁମୁଦ କୁଶ୍ୱା ଉପସ୍ଥିତ ଥିଲେ। ଏହି ସଫଳତା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ(ଇଏମଆରଏସ୍, ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (ଓଏମଟିଇଏସ୍) ଏବଂ ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବର ମୁହୂର୍ତ୍ତ ଓପ୍ରେରଣାର ଉତ୍ସ ହେବ। ଏହି ସଫଳତା ଆଦିବାସ ଯୁବପିଢ଼ୀଙ୍କ ମଦ୍ୟରେ ନେତୃତ୍ବ, ନାଗିରଚକ ସଚେତନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବ। ସ୍କୁଲର ଅଧ୍ୟକ୍ଷା, ଗାଇଡଶିକ୍ଷକ ଓ ଅନ୍ୟଶିକ୍ଷକ ମାନଙ୍କ ପ୍ରୟାସ ଫଳରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଂଶଗ୍ରହଣ କରିବାର ସାହସ ଆସିଛି ଗଣତାନ୍ତ୍ରିକ ଅଭ୍ୟାସ ପ୍ରତି ଦଳର ଉତ୍ସର୍ଗ, ନେତୃତ୍ୱ ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଆହୁରି ପଢ଼ନ୍ତୁ:Largest Khadi Tricolor: ବିଶ୍ବର ସର୍ବବୃହତ୍‌ ଖଦି ତ୍ରିରଙ୍ଗା: ୨୨୫ ଫୁଟ ଲମ୍ବା, ୧୫୦ ଫୁଟ ଚଉଡ଼ା ଏବଂ ଓଜନ ୧୪୦୦ କିଲୋ ଏହି ସଫଳତା ପାଇବା ପରେ ଛାତ୍ରଛାତ୍ରୀ ଏବଂ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍ )ହିର୍ଲିର ଅଧ୍ୟକ୍ଷ ସୁଭାଷିନୀ ସାହୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ଓଏମଟିଇଏସ୍‌ର ଅଧ୍ୟକ୍ଷ ବି. ପରମେଶ୍ଵରନ୍, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ କମିଶନର ସୁରେନ୍ଦ୍ର କୁମାର ମୀନା, ନୋଡାଲଅଧିକାରୀ ପ୍ରଣତି ପାତ୍ର, ନୋଡାଲ୍ ଅଫିସର, ଶିକ୍ଷା ପରାମର୍ଶଦତା ଡି. ପ୍ରକାଶ ରାଓ ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଆହୁରି ପଢ଼ନ୍ତୁ:Exhibition: ସିଲ୍କ ଇଣ୍ଡିଆ ପ୍ରଦର୍ଶନୀ ଆରମ୍ଭ

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। | Achira News