Achira News Logo
Achira News

ଟି-20 ବିଶ୍ୱକପ୍ 2026 ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ସହ ଖେଳିବାକୁ ମନା କଲା ପାକିସ୍ତାନ

Odisha Bhaskar
ଟି-20 ବିଶ୍ୱକପ୍ 2026 ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ସହ ଖେଳିବାକୁ ମନା କଲା ପାକିସ୍ତାନ
Full News
Share:

T20 World Cup:ଟି-୨୦ ବିଶ୍ଵ କପ୍ ୨୦୨୬ ପୂର୍ବରୁ ଭାରତ–ପାକିସ୍ତାନ କ୍ରିକେଟ୍‌କୁ ନେଇ ପୁଣିଥରେ ବଡ଼ ସସ୍ପେନ୍ସ ସୃଷ୍ଟି ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ୭ ଫେବୃଆରୀରୁ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ। ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ସରକାରୀ ଅନୁମତି ମିଳିଛି, କିନ୍ତୁ ସେହି ଅନୁମତି ସହିତ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ପାକିସ୍ତାନ ଭାରତ ବିରୋଧରେ ହେବାକୁ ଥିବା ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍ ଖେଳିବାକୁ ଅସ୍ୱୀକାର କରିଛି। ବିନା ଖେଳି ଭାରତକୁ ମିଳିବ ୨ ପଏଣ୍ଟ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ୧୫ ଫେବୃଆରୀରେ କୋଲମ୍ବୋରେ ହେବାକୁ ଥିବା ଭାରତ–ପାକିସ୍ତାନ ଗ୍ରୁପ୍ ମ୍ୟାଚ୍ ଖେଳାଯିବ ନାହିଁ। ଏହାର ସିଧାସଳଖ ଲାଭ ଭାରତକୁ ମିଳିବ ଓ ୱାକ୍‌ଓଭର ମାଧ୍ୟମରେ ଭାରତ ୨ ପଏଣ୍ଟ ହାସଲ କରିବ। T20 ଭଳି ଛୋଟ ଟୁର୍ଣ୍ଣାମେଣ୍ଟରେ ଏହି ୨ ପଏଣ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ, ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ଆଗାମୀ ରାସ୍ତାକୁ ଅଧିକ କଠିନ କରିଦେଇଛି। ମୁନିରଙ୍କୁ ଔକାତ ଦେଖାଇଦେଲେ ବାଲୋଚିସ୍ତାନର… ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ,… କାହିଁକି ନିଆଗଲା ଏହି ବଡ଼ ନିଷ୍ପତ୍ତି? ଏହି ସମଗ୍ର ବିବାଦର ମୂଳ କାରଣ ହେଉଛି ସୁରକ୍ଷା ଓ ରାଜନୈତିକ ସମ୍ମତି। ପୂର୍ବରୁ ବାଂଲାଦେଶ ସମ୍ପର୍କିତ ବିବାଦ ଏବଂ ICC ଉପରେ ଲାଗିଥିବା ଦୁଇମୁଖୀ ନୀତିର ଅଭିଯୋଗ ପରେ ପାକିସ୍ତାନ ଏହି ପଦକ୍ଷେପ ନେଇଛି। ଗତ ବର୍ଷ ହୋଇଥିବା ଏକ ସମ୍ମତି ଅନୁଯାୟୀ, ଭାରତ ଓ ପାକିସ୍ତାନ ICC ଟୁର୍ଣ୍ଣାମେଣ୍ଟ ସମୟରେ ଜଣେ ଅନ୍ୟ ଜଣଙ୍କ ଦେଶକୁ ଯିବେ ନାହିଁ ଓ ମ୍ୟାଚ୍‌ଗୁଡ଼ିକ ନ୍ୟୁଟ୍ରାଲ୍ ଭେନ୍ୟୁରେ ହେବ। ଏହି ପ୍ରସଙ୍ଗରେ PCB ଚିଫ୍ ମୋହସିନ୍ ନକଭୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ପାଇଁ ଆଗାମୀ ରାସ୍ତା କଠିନ ଗ୍ରୁପ୍ ଷ୍ଟେଜ୍‌ରେ ଭାରତ ବିରୋଧରେ ମ୍ୟାଚ୍ ନ ଖେଳିବା ପାକିସ୍ତାନର କ୍ୱାଲିଫିକେସନ୍ ଆଶାକୁ ଝଟକା ଦେଇଛି। ଗ୍ରୁପ୍‌ରୁ କେବଳ ଟପ୍ ୩ ଟିମ୍ ପରବର୍ତ୍ତୀ ଚରଣକୁ ଯିବେ। ଏମିତି ପରିସ୍ଥିତିରେ ପାକିସ୍ତାନକୁ ଆମେରିକା, ନେଦରଲ୍ୟାଣ୍ଡ ଓ ନାମିବିଆ ବିରୋଧରେ ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ। କେବଳ ଜିତ୍ ନୁହେଁ, ନେଟ୍ ରନ୍ ରେଟ୍ ମଧ୍ୟ ବଡ଼ ଚ୍ୟାଲେଞ୍ଜ ହେବ। ବର୍ଷା କିମ୍ବା ଏକ ଖରାପ ପ୍ରଦର୍ଶନ ମଧ୍ୟ ସେମାନଙ୍କ ଖେଳକୁ ବିଗାଡ଼ିପାରେ। ନକ୍‌ଆଉଟ୍‌ରେ ଭେଟିଲେ କଣ ହେବ? ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ଭାରତ ଓ ପାକିସ୍ତାନ ସେମିଫାଇନାଲ୍ କିମ୍ବା ଫାଇନାଲ୍ରେ ଆମନା–ସାମନା ହୁଅନ୍ତି, ତେବେ କଣ ହେବ? ଏନେଇ PCB କିମ୍ବା ICC ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ। ଭାରତ–ପାକିସ୍ତାନ ମ୍ୟାଚ୍ ICC ପାଇଁ ସବୁଠାରୁ ବଡ଼ ଆକର୍ଷଣ ଓ ଏହା ସହ କୋଟି କୋଟି ଟଙ୍କାର ବ୍ରୋଡକାଷ୍ଟିଂ ଆୟ ଜଡ଼ିତ। ଯଦି ପାକିସ୍ତାନ ନକ୍‌ଆଉଟ୍‌ରେ ମଧ୍ୟ ଖେଳିବାକୁ ଅସ୍ୱୀକାର କରେ, ତେବେ ଏହା ଟୁର୍ଣ୍ଣାମେଣ୍ଟର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବ।

Disclaimer: This content has not been generated, created or edited by Achira News.
Publisher: Odisha Bhaskar

Want to join the conversation?

Download our mobile app to comment, share your thoughts, and interact with other readers.

ଟି-20 ବିଶ୍ୱକପ୍ 2026 ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ସହ ଖେଳିବାକୁ ମନା କଲା ପାକିସ୍ତାନ | Achira News