Achira News Logo
Achira News

ଟି-20 ବିଶ୍ୱକପ୍ ପୂର୍ବରୁ ଆମେରିକା ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଭାରତ'ଏ "ର ଆଧିପତ୍ୟ

Prameya
ଟି-20 ବିଶ୍ୱକପ୍ ପୂର୍ବରୁ ଆମେରିକା ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଭାରତ'ଏ "ର ଆଧିପତ୍ୟ
Full News
Share:

ନୂଆଦିଲ୍ଲୀ,୦୩/୦୨;ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ସୋମବାରଠୁ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୩ଟି ମ୍ୟାଚ୍ ଖେଳାଯାଇଥିଲା । ଭାରତ ଏ’, ଆଫଗାନିସ୍ତାନ ଓ ଇଟାଲୀ ବିଜୟ ହାସଲ କରିଛନ୍ତି । ଭାରତ ଏ’ ୩୮ରନ୍‌ରେ ୟୁଏସ୍ଏକୁ ପରାଜିତ କରିଥିଲା । ଭାରତୀୟ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଦଳର ସଦସ୍ୟ ଥିବା ତିଳକ ବର୍ମା ଏହି ମ୍ୟାଚ୍ ଖେଳି ପ୍ରତ୍ୟାବର୍ତ୍ତନ କରିଥିଲେ । ନିକଟରେ ତାଙ୍କର ଟେଷ୍ଟିକୁଲାର ଅସ୍ତ୍ରୋପଚାର କରାଯାଇଥିଲା । ସେ ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହେବା ପରେ ପ୍ରଥମ ମ୍ୟାଚ୍ ଖେଳିଥିଲେ ଏବଂ ୩୮ରନ୍ କରିବା ସହ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ୟୁଏସ୍ଏଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ୩ ୱିକେଟ୍ ହରାଇ ୨୩୮ ରନ୍ ସଂଗ୍ରହ କରିଥିଲା । ପ୍ରିୟାଂଶ ଆର୍ଯ୍ୟ ୨୮ (୩ଚୌକା, ୨ଛକା) ରନ୍ କରି ସହଳ ଆଉଟ୍ ହୋଇଥିଲେ । ଅନ୍ୟ ଓପନର ନାରାୟଣ ଜଗଦୀଶନ ୫୫ବଲ୍‌ରେ ୧୦୪ରନ୍‌ର ବିସ୍ଫୋରକ ଇନିଂସ୍ ଖେଳିଥିଲେ । ସେ ୧୧ଟି ଚୌକା ଓ ୫ଟି ଛକା ମାରିଥିଲେ । ତିଳକ ୨୪ବଲ୍‌ରେ ୩୮ (୩ଚୌକା, ୨ଛକା), ଅଧିନାୟକ ଆୟୂଷ ବାଦୋନି ୨୬ବଲ୍‌ରେ ଅପରାଜିତ ୬୦ (୬ଚୌକା, ୪ଛକା) ରନ୍ କରିଥିଲେ । ୨୩୯ରନ୍ ବିଜୟ ଲକ୍ଷ୍ୟର ପିଛା କରି ୟୁଏସ୍ଏ ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୦ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଆଣ୍ଡ୍ରିୟସ ଗୌସ୍ ୪୪, ମୋନାଙ୍କ ପଟେଲ ୧୦, ସଞ୍ଜୟ କ୍ରିଷ୍ଣମୂର୍ତ୍ତୀ ୪୧, ଶୁଭମ ରଞ୍ଜନେ ୨୮, ହର୍ମିତ ସିଂହ ୨୫, ମହମ୍ମଦ ମହସିନ ୨୧ରନ୍ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ ୩ଟି, ଖଲିଲ ଅହମ୍ମଦ ଓ ନମନ ଧୀର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।  ଆଫଗାନିସ୍ତାନ ବନାମ ସ୍କଟଲାଣ୍ଡ୍ ଆଫଗାନିସ୍ତାନ ୬୧ ରନ୍‌ରେ ଏହି ମ୍ୟାଚ୍ ଜିତିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୮୪ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଇବ୍ରାହିମ ଜାଡ୍ରାନ ୩୬, ଡାରୱିସ୍ ରସୁଲି ୪୬ବଲ୍‌ରେ ୮୪ (୭ଚୌକା, ୫ଛକା) ଓ ମହମ୍ମଦ ନବି ୩୪ (୨ଚୌକା, ୨ଛକା) ରନ୍ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ସ୍କଟ୍‌ଲାଣ୍ଡ ପକ୍ଷରୁ ଜ୍ୟାକ୍ ଜାର୍ଭିସ ଓ ମାର୍କ ୱାଟ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହାର ଜବାବରେ ସ୍କଟଲାଣ୍ଡ ୧୯.୩ ଓଭରରେ ୧୨୩ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ମାଇକେଲ ଜୋନ୍ସ ୨୧, ବ୍ରାଣ୍ଡନ ମ୍ୟାକ୍ମୁଲେନ ୨୦, ମାଥ୍ୟୁ କ୍ରସ୍ ୨୧ ରନ୍ କରିଥିଲେ । ଆଫଗାନିସ୍ତାନର ଅଜମତୁଲ୍ଲା ୩ଟି, ଜିଆଓର ରେହମାନ ଓ ମହମ୍ମଦ ନବି ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬; ଭାରତ-ପାକିସ୍ତାନ ମ୍ୟାଚ ଭାଲ୍ୟୁ ୨୨୦୦ କୋଟି, ଜାଣନ୍ତୁ କିଏ ସହିବ କ୍ଷତି ?  ଇଟାଲୀ ବନାମ କାନାଡ଼ାଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପଦାର୍ପଣ କରିବାକୁ ଯାଉଥିବା ଇଟାଲୀ ଅଭ୍ୟାସ ମ୍ୟାଚ୍‌ରେ କାନାଡ଼ାକୁ ୧୦ରନ୍‌ରେ ହରାଇଥିଲା । ଏହି ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇ ଦଳ ୪/୧୫୬ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଜଷ୍ଟିନ ମୋସ୍କା ୨୨, ଆନ୍ଥୋନୀ ମୋସ୍କା ୨୨, ଜେଜେ ସ୍ମଟ୍ସ ୪୯ (୫ଚୌକା, ୧ଛକା), ହ୍ୟାରୀ ମାନେଣ୍ଟି ଅପରାଜିତ ୩୩ରନ୍ କରିଥିଲେ । ଜବାବରେ କାନାଡ଼ା ୬ ୱିକେଟ୍ ବିନିମୟରେ ୧୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଯୁବରାଜ ସାମରା ୩୩, ଦିଲପ୍ରୀତ ବାଜୱା ୩୭, ନିକୋଲାସ କିର୍ଟନ ୩୩ରନ୍ କରିଥିଲେ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଟି-20 ବିଶ୍ୱକପ୍ ପୂର୍ବରୁ ଆମେରିକା ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଭାରତ'ଏ "ର ଆଧିପତ୍ୟ | Achira News