ଲାହୋର: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବ ବୋଲି ପାକିସ୍ତାନର ଘୋଷଣା ପରେ ତାହାକୁ ନେଇ ଆଇସିସିଠାରୁ ଆରମ୍ଭ କରି ପ୍ରସାରଣକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। ଭାରତ-ପାକିସ୍ତାନ ମୁକାବିଲା ନ ହେଲେ ଶହ ଶହ କୋଟି ଟଙ୍କାର କ୍ଷତି ହେବାର ଆଶଙ୍କା କରାଯାଉଛି। ଏପରି ସ୍ଥିତିରୁ ବର୍ତ୍ତିବାକୁ ଉଦ୍ୟମ ଜାରି ରଖିଛି ଆଇସିସି। ଏଥିପାଇଁ ପରଦା ପଛରେ ପିସିବି ଓ ଆଇସିସି ମଧ୍ୟରେ ଏକ ଆଲୋଚନା ଜାରି ରହିଛି ବୋଲି ଏକ ପାକିସ୍ତାନୀ ଖବରକାଜ ରିପୋର୍ଟ କରିଛି। ସୂଚନା ଅନୁସାରେ ଆଇସିସି ଏହି ଚଳାବସ୍ଥାକୁ ଦୂର କରିବାକୁ ଚାହୁଁଛି ଓ ଏକ ବଡ଼ ଆର୍ଥିକ କ୍ଷତିକୁ ରୋକିବାକୁ ଚାହୁଁଛି। ଏଥିପାଇଁ ପିସିବି ମୁଖ୍ୟ ମହସିନ ନକଭୀଙ୍କ ସହିତ ଏକ ଆଲୋଚନା କରାଯାଉଛି। ଏହି ଆଲୋଚନାରେ ଅନ୍ୟ କେତେକ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟ ଯୋଗ ଦେଇଛନ୍ତି। ଆଲୋଚନା ସମୟରେ ପାକିସ୍ତାନ ନିଜର କେତେକ ଅଭିଯୋଗ ଆଇସିସି ଆଗରେ ରଖିଛି। ଏସବୁ ଅଭିଯୋଗର ସମାଧାନ ପାକିସ୍ତାନ ବୋର୍ଡ ଚାହୁଁଛି। ଏଥିପାଇଁ ପାକିସ୍ତାନ ପକ୍ଷରୁ ୧୫ ଦିନ ପୂର୍ବରୁ ନିଜର ନିଷ୍ପତ୍ତି ଘୋଷଣା କରାଯାଇଛି। ତେବେ ଏହା ସତ୍ତ୍ବେ ପିସିବି ଏପର୍ଯ୍ୟନ୍ତ କୌଣସି ଔପଚାରିକ ପତ୍ର ଆଇସିସିକୁ ପଠାଇନାହିଁ ତଥା ଏ ନେଇ କୌଣସି ବୟାନ ମଧ୍ୟ ଦିଆଯାଇନାହିଁ। ସେହିପରି ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ମଧ୍ୟ କହିଛନ୍ତି ବର୍ଜନ ନିଷ୍ପତ୍ତି ଦଳର ନୁହେଁ, କିନ୍ତୁ ସରକାରଙ୍କ ନିଷ୍ପତ୍ତି ଦଳ ମାନିବ। ଆହୁରି ପଢ଼ନ୍ତୁ:Pakistan not yet boycotted this match: ଭାରତ ବିପକ୍ଷ ଏହି ମ୍ୟାଚ୍କୁ ଏପର୍ଯ୍ୟନ୍ତ ବର୍ଜନ କରିନାହିଁ ପାକିସ୍ତାନ ଗତ ରବିବାର ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ଲାଗି ପାକିସ୍ତାନ ସରକାର ଘୋଷଣା କରିଥିଲେ। ଏହା ପରେ ଆଇସିସି ମଧ୍ୟ ଏକ ବୟାନ ଜାରି କରି ଏହି ନିଷ୍ପତ୍ତି ଖେଳଭାବନା ଓ କ୍ରିକେଟ୍ ସ୍ବାର୍ଥର ପରିପନ୍ଥୀ ବୋଲି କହିଥିଲା। ଅନ୍ୟପକ୍ଷରେ ବିସିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ମଧ୍ୟ ଆଇସିସିର ଆଭିମୁଖ୍ୟକୁ ସମର୍ଥନ କରିବା ସହ ଏହା ଏକ ଗୁରୁତର କଥା ବୋଲି କହି ଚିନ୍ତା ବ୍ୟକ୍ତି କରିଥିଲେ।
ଟି-20 ବିଶ୍ୱକପ୍ ପୂର୍ବରୁ ଭାରତର ସମ୍ଭାବ୍ୟ ମ୍ୟାଚ୍ ବୟକଟ୍ ନେଇ ଚିନ୍ତା ବଢ଼ାଇଛି ପାକିସ୍ତାନ
Sambad•
%2Fsambad%2Fmedia%2Fmedia_files%2F2026%2F02%2F03%2F03bbs_40_03022026_112-2026-02-03-17-16-03.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.