T20 World Cup:ଟି-୨୦ ବିଶ୍ଵକପ୍ ୨୦୨୬ରେ ଭାରତ ବିରୋଧରେ ମ୍ୟାଚ୍ ନ ଖେଳିବାକୁ ନେଇ ପାକିସ୍ତାନର ସିଦ୍ଧାନ୍ତ ଉପରେ ଖୁଲାମଖୁଲା ଅସନ୍ତୋଷ ଝାଡିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ହରଭଜନ ସିଂହ । ତାଙ୍କ ମତରେ, ଏହି ନିଷ୍ପତ୍ତି କ୍ରିକେଟ୍ଠାରୁ ଅଧିକ ରାଜନୀତି ସହ ଜଡିତ ଓ ମାତ୍ର ଏକ ମାହୋଲ୍ ତିଆରି କରିବା ପାଇଁ ନିଆଯାଇଛି। ପାକିସ୍ତାନ ଉପରେ ପ୍ରଶ୍ନ ଉଠାଇଲେ ହରଭଜନ ନିଜ YouTube ଚ୍ୟାନେଲରେ ହରଭଜନ ସିଂହ ପାକିସ୍ତାନକୁ “ବେଗାନୀ ଶାଦୀରେ ଅବ୍ଦୁଲ୍ଲା ଦିୱାନା” ବୋଲି କହିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ସରକାର ଓ ପାକିସ୍ତାନ କ୍ରିକେଟ୍ ବୋର୍ଡର ମତ ସ୍ପଷ୍ଟ ନୁହେଁ। ଗୋଟିଏ ପଟେ ଦଳକୁ ଟି-୨୦ ବିଶ୍ଵକପ୍ ଖେଳିବାକୁ ଅନୁମତି ମିଳୁଛି, ଆଉ ଅନ୍ୟ ପଟେ ଭାରତ ବିରୋଧରେ ମ୍ୟାଚ୍ ନ ଖେଳିବା କଥା କୁହାଯାଉଛି। ଖୁବଶୀଘ୍ର ଅବସର ନେବେ ପ୍ରଥମ ବ୍ୟାଚ୍, ମିଳିବ… ବାସ ମୋଦୀଙ୍କ ଗୋଟିଏ ଇଶାରା, ମାଟି କାମୁଡ଼ିବ… ହରଭଜନଙ୍କ କହିବାନୁସାରେ, ଯଦି ନିଷ୍ପତ୍ତି ପଛରେ ସତ୍ୟ କାରଣ ଥାଆନ୍ତା, ତେବେ ପାକିସ୍ତାନ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥାଆନ୍ତା କିମ୍ବା ସମସ୍ତ ମ୍ୟାଚ୍ ଖେଳିଥାଆନ୍ତା। ଏଭଳି ଅଧା ନିଷ୍ପତ୍ତିରେ କୌଣସି କ୍ରିକେଟିଂ ଲୋଜିକ୍ ନାହିଁ ବୋଲି ସେ କହିଛନ୍ତି। ବାଂଲାଦେଶ ସମର୍ଥନ ଉପରେ ମଧ୍ୟ ଆଲୋଚନା ପାକିସ୍ତାନ ଏହି ପଦକ୍ଷେପକୁ ବାଂଲାଦେଶ ସମର୍ଥନ ସହ ଯୋଡ଼ିବା ଚେଷ୍ଟା କରୁଥିବାକୁ ମଧ୍ୟ ହରଭଜନ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ଭବିଷ୍ୟତରେ ପାକିସ୍ତାନ କହିବ ଯେ ଏହା ବାଂଲାଦେଶର ମାମଲା ଥିଲା, ICC ଚାପ ଦେଇଥିଲା, ଆମେ ତ ଖେଳିବାକୁ ପ୍ରସ୍ତୁତ ଥିଲୁ।” ଏହା ସମ୍ପୂର୍ଣ୍ଣ ଲୋକଙ୍କୁ ଭ୍ରମିତ କରିବା ନାଟକ ବୋଲି ସେ କହିଛନ୍ତି। କ୍ରିକେଟ୍ ପ୍ରମୀଙ୍କ ଭାବନାକୁ ଅଣଦେଖା ହରଭଜନ ସିଂହ କହିଛନ୍ତି ଯେ, ଭାରତ-ପାକିସ୍ତାନ ମ୍ୟାଚ୍ କେବଳ ଦୁଇଟି ଦଳ ମଧ୍ୟରେ ଖେଳ ନୁହେଁ, ବରଂ କୋଟିକୋଟି କ୍ରିକେଟ୍ ଭକ୍ତଙ୍କ ପାଇଁ ଏକ ବଡ଼ ଇଭେଣ୍ଟ। ପାକିସ୍ତାନରେ ମଧ୍ୟ ଅନେକ ଦର୍ଶକ ଏହି ମୁକାବିଲା ଦେଖିବାକୁ ଚାହାନ୍ତି, କିନ୍ତୁ ସେମାନଙ୍କ ଭାବନାକୁ ଅଣଦେଖା କରାଯାଇଛି। ନିରପେକ୍ଷ ସ୍ଥାନର ଉଦାହରଣ ହରଭଜନ ଏହା ମଧ୍ୟ କହିଛନ୍ତି ଯେ, ଏହି ମ୍ୟାଚ୍ ଭାରତ କିମ୍ବା ପାକିସ୍ତାନରେ ନୁହେଁ, ବରଂ ନ୍ୟୁଟ୍ରାଲ୍ ଭେନ୍ୟୁରେ ହେବାକୁ ଥିଲା। ପୂର୍ବରୁ ଏସିଆ କପ୍ ଭଳି ଟୁର୍ଣ୍ଣାମେଣ୍ଟ ଅସୁବିଧା ସତ୍ତ୍ୱେ ଖେଳାଯାଇଥିଲା, ତେବେ ଏବେ ହଠାତ୍ ଦେଶଭକ୍ତି ଦେଖାଇବାର କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଭବିଷ୍ୟତ ପାଇଁ ସତର୍କବାଣୀ ହରଭଜନ ସିଂହ ପାକିସ୍ତାନକୁ ସତର୍କ କରିଛନ୍ତି ଯେ ଏପରି ନିଷ୍ପତ୍ତିର ଦୂରଗାମୀ ପ୍ରଭାବ ପଡ଼ିପାରେ। ICC ଏହାକୁ ଗୁରୁତ୍ୱର ସହ ନେଇପାରେ ଏବଂ ଭବିଷ୍ୟତରେ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟ କିମ୍ବା ଅନ୍ୟାନ୍ୟ କ୍ରିକେଟ୍ କାର୍ଯ୍ୟକଳାପରେ କ୍ଷତି ହୋଇପାରେ। ଏବେ ଦେଖିବାକୁ ରହିଲା, ପାକିସ୍ତାନ ଏହି ନିଷ୍ପତ୍ତିରେ କେତେ ଦିନ ଅତୁଟ ରହେ।
ଟି-20 ବିଶ୍ୱକପରେ ଭାରତକୁ ଏଡ଼ାଇବାର ପାକିସ୍ତାନର ନିଷ୍ପତ୍ତିକୁ ହରଭଜନ୍ ସିଂ ନିନ୍ଦା କରିଛନ୍ତି
Odisha Bhaskar•

Full News
Share:
Disclaimer: This content has not been generated, created or edited by Achira News.
Publisher: Odisha Bhaskar
Want to join the conversation?
Download our mobile app to comment, share your thoughts, and interact with other readers.