ନୂଆଦିଲ୍ଲୀ,୦୩/୦୨;ଭାରତ ଆଗରେ ନଇଁଲା ଆମେରିକା । ଟାରିଫ୍ ଧମକ ଦେଉଥିବା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ମିଜାଜ ବଦଳିଛି । ଶେଷ ଭାରତ ଆଗରେ ନିଇଁଛନ୍ତି ଟ୍ରମ୍ପ । ୨୫%ରୁ ଟାରିଫ୍ ୧୮ ପ୍ରତିଶତକୁ କମାଇବା ସହ ଟ୍ରେଡ ଡିଲ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପରେ ଏହି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ମନେ ହେଉଛି ଭାରତ-ଆମେରିକା ମଧ୍ୟରେ ଏବେ ଅଲ ଇଜ୍ ୱେଲ । ଟାରିଫ୍ କମାଇବା ସହ ଡୋନାଲ୍ଡ ଟ୍ରମ୍ପ ସୋମବାର ଇଣ୍ଡିଆ ଟୁଡେ ମାଗାଜିନର 'ନ୍ୟୁଜମେକର୍ସ ଅଫ୍ ଦି ଇୟର ୨୦୨୫' ସଂସ୍କରଣର କଭର ପେଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ ସୋସିଆଲ'ରେ ସେୟାର କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ଫଟୋ ଅଛି । କଭର ଶୀର୍ଷକ ରହିଛି-'The Mover & The Shaker'। ଏହି ପୋଷ୍ଟ ସହିତ ଟ୍ରମ୍ପ କିଛି କ୍ୟାପ୍ସନ ଲେଖି ନାହାନ୍ତି । ତେଣୁ ଟ୍ରମ୍ପଙ୍କର ଏହି ପୋଷ୍ଟ ସେୟାର ପଛରେ କଣ ସନ୍ଦେସ ଦେଇଛନ୍ତି ତାହା ଜଣାପଡିନାହିଁ । ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଏକ ପୋଷ୍ଟ ଜାରି କରି ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇଥିବା କହିଥିଲେ । ଆଲୋଚନା ବାବଦରେ ବିବରଣୀ ନଦେଇ ସର୍ଜିଓ କେବଳ ଏତିକି କହିଥିଲେ କି ଆଗକୁ ସୂଚନା ପାଁ ଷ୍ଟେ ଟ୍ୟୁନ । ହ୍ୱାଇଟ୍ ହାଉସ୍ ଏବଂ ଆମେରିକା ଦୂତବାସ ପକ୍ଷରୁ ଅଧିକାରୀ ବୟାନ ନଆସିବାକୁ ଏହାକୁ ଉତ୍ସାହ ବଢିଥିଲା । ପରବର୍ତ୍ତୀ ସମୟରେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍ ହ୍ରାସ କରିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏହା ବି ପଢନ୍ତୁ...ଭାରତକୁ ଏବେ ଦେବାକୁ ହେବ କେବଳ ୧୮ ପ୍ରତିଶତ ଟାରିଫ୍, ପିଏମ୍ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟ୍ରମ୍ପଙ୍କ ଘୋଷଣା ୨୫% ରୁ ୧୮%କୁ କମାଇଲେ ଟାରିଫ୍-ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପନ୍ନ ହୋଇଛି ଟ୍ରେଡ୍ ଡିଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପାଲଟା ଟାରିଫକୁ ୨୫%ରୁ ୧୮%କୁ ହ୍ରାସ କରିଛନ୍ତି । ଏଥି ସହ ରୁଷରୁ ତେଲ କିଣିବାକୁ ନେଇ ଭାରତ ଉପରେ ଲଗାଇଥିବା ଅତିରିକ୍ତ ୨୫% ଟାରିଫ୍କୁ ମଧ୍ୟ ହଟାଇ ଦେଇଛନ୍ତି । ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭାରତ ଉପରେ ଏବେ ମୋଟ୍ ୧୮ ପ୍ରତିଶତ ଟାରିଫ ଲାଗୁ ହେବ । ଏହା ପୂର୍ବରୁ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡାନ୍ତ ହୋଇଥିବା ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଟ୍ରୁଥରେ ଘୋଷଣା କରିଥିଲେ । ପାଲଟା ଟାରିଫ ଓ ରୁଷ ତେଲ କିଣାକୁ ନେଇ ଭାରତ ଉପରେ ଟ୍ରମ୍ପ ମୋଟ ୫୦% ଟାରିଫ୍ ଲଗାଇବା ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ବର୍ତ୍ତମାନର ବାଣିଜ୍ୟ ଚୁକ୍ତି ଭାରତକୁ ଲାଭ ପହଞ୍ଚାଇବ ।
ଟ୍ରମ୍ପ୍-ମୋଦି ବାଣିଜ୍ୟ ରାଜିନାମା ଦ୍ୱାରା ଦର ହ୍ରାସ, ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.