Achira News Logo
Achira News

ଠକେଇ ମାମଲାରେ ସୁରେଶୱରୀ ସାଗରିକା ଜେନାଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

Dharitri
ଠକେଇ ମାମଲାରେ ସୁରେଶୱରୀ ସାଗରିକା ଜେନାଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।
Full News
Share:

ହାଟଡିହୀ,୫।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମର ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନାଙ୍କୁ ଓଡ଼ିଶା ହାଇକୋର୍ଟରୁ ଗତ ୧ ତାରିଖରେ ଜାମିନ ମିଳିଛି। ସୁରେଶ୍ୱରୀ ଚାକିରି ଦେବାକୁ କହି ୨୧ ଲକ୍ଷ ୩୦ ହଜାର ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ୧୪ ଫେବୃଆରୀ ୨୦୨୬ରୁ ଜେଲରେ ଥିଲେ।ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା ପୋଲିସ ଏକ ଠକେଇ ମାମଲା(ନଂ. ୪୬୫/୨୦୨୫)ରେ ସୁରେଶ୍ୱରୀଙ୍କୁ ଗିରଫ କରିଥିଲା। ମାମଲା ଭୁବନେଶ୍ୱର ଜେଏମ୍‌ଏଫ୍‌ସି-ଭିଙ୍କ କୋର୍ଟରେ ବିଚାରାଧୀନ ରହିଛି। ଜାମିନ(ବେଲ ଆପ୍ଲିକେଶନ (ନଂ. ୩୪୨/୨୦୨୬) ପାଇଁ ପ୍ରଥମେ ସୁରେଶ୍ୱରୀ ଭୁବନେଶ୍ୱର ସେକେଣ୍ଡ ଆଡିଶନାଲ ସେସନ ଜଜ୍‌ଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ଗତ ୧୨ ମାର୍ଚ୍ଚ ୨୦୨୬ରେ ତାହା ଖାରଜ ହୋଇଥିଲା। ପରେ ଜାମିନ ନିମନ୍ତେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଠକେଇ ମାମଲାରେ ସୁରେଶୱରୀ ସାଗରିକା ଜେନାଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। | Achira News