Achira News Logo
Achira News

ଢେଙ୍କାନାଲ୍ ସ୍କୁଲରେ ଜଣ୍ଡିସ୍ ସଂକ୍ରମଣଃ ସ୍ୱଚ୍ଛତାର ଚିନ୍ତା ବଢ଼ିଲା

Samaja
ଢେଙ୍କାନାଲ୍ ସ୍କୁଲରେ ଜଣ୍ଡିସ୍ ସଂକ୍ରମଣଃ ସ୍ୱଚ୍ଛତାର ଚିନ୍ତା ବଢ଼ିଲା
Full News
Share:

ସମାଜ ଲାଇଭ ଡେସ୍କ : ପୁଣି ବିଦ୍ୟାଳୟରେ ଦେଖାଦେଲା ଜଣ୍ଡିସ ରୋଗ । ଢେଙ୍କାନାଳ ଜିଲ୍ଲାରେ ଏକ ଆଦର୍ଶ ବିଦ୍ୟାଳୟରେ ଦେଖାଦେଲା ଜଣ୍ଡିସ ରୋଗ ।ଖୋର୍ଦ୍ଧା ପରେ ଢେଙ୍କାନାଳ ଜିଲ୍ଲାରେ ସାମ୍ନାକୁ ଆସିଲା ଜଣ୍ଡିସ ରୋଗ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ ରୋଗ ଚିହ୍ନଟ ହୋଇଛି । ବିଦ୍ୟାଳୟର ଜଣେ ଛାତ୍ର ଜଣ୍ଡିସ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ । ତେବେ ଏନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା ମଧ୍ୟ ଜଣାଇଛନ୍ତି । ଘଟଣାକୁ ନେଇ ସେ କହିଛନ୍ତି ଯେ, ପରିମଳ ଅବସ୍ଥା କଥା ସାମ୍ନାକୁ ଆସିଛି । ଆସନ୍ତାକାଲି ଗଁଦିଆରୁ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯିବେ ।ତେବେ ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ ଛାତ୍ର ଆକ୍ରାନ୍ତ ହୋଇଥିବା ଅଭିଭାବକ ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟରେ ବରପଦାର ଏକ ସ୍ୱାସ୍ଥ୍ୟଦଳ ପହଞ୍ଚି ସ୍ଥିତି ପରଖିଥିବା ସୂଚନା ରହିଛି । ଗଁଦିଆ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ଜାରି ରଖିଛନ୍ତି ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ଢେଙ୍କାନାଲ୍ ସ୍କୁଲରେ ଜଣ୍ଡିସ୍ ସଂକ୍ରମଣଃ ସ୍ୱଚ୍ଛତାର ଚିନ୍ତା ବଢ଼ିଲା | Achira News