Achira News Logo
Achira News

ତୃତୀୟ ଥର ପାଇଁ ଟି-20 ବିଶ୍ୱକପ୍ ଜିତିଲା ଭାରତ, ନ୍ୟୁଜିଲାଣ୍ଡକୁ ବିପୁଳ ବ୍ୟବଧାନରେ ହରାଇଲା

Prameya
ତୃତୀୟ ଥର ପାଇଁ ଟି-20 ବିଶ୍ୱକପ୍ ଜିତିଲା ଭାରତ, ନ୍ୟୁଜିଲାଣ୍ଡକୁ ବିପୁଳ ବ୍ୟବଧାନରେ ହରାଇଲା
Full News
Share:

ନୂଆଦିଲ୍ଲୀ : ନିକଟରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବକପ ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡକୁ ବଡ଼ ରନ୍ ବ୍ୟବଧାନରେ ହରାଇ ତୃତୀୟଥର ପାଇଁ ଟି-୨୦ ବିଶ୍ବକପରେ ରେକର୍ଡ କରିଛି । ତେବେ ଏହି ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଦଳର ଉପଅଧିନାୟକ ଅକ୍ଷର ପଟେଲ ଏବଂ ଅଭିଜ୍ଞ ବୋଲର ଜଶପ୍ରିତ ବୁମରା । ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଗୁଡ଼ିକରେ ଏମାନଙ୍କ ଭୂମିକା କେତେ ଉପାଦେୟ ହୋଇଥିଲା ତାହା ସମସ୍ତଙ୍କୁ ଜଣା । ତେବେ ବିସିସିଆଇ ଏମାନଙ୍କ ଦରମାକୁ ବଢ଼ାଉ ବୋଲି ମଧ୍ୟ ଦାବି କରାଯାଇଥିଲା । ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଏମାନଙ୍କ ଦରମା କମ୍ ରହିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଏବେ ଦରମା ବଢ଼ିପାରେ ବୋଲି ବିସିସିଆଇ ଜଣେ ଅଧିକାରୀ ନାଁ ଗୋପନ ରଖି ସୂଚନା ଦେଇଛନ୍ତି । ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ବିସିସିଆଇର ଅଧିକାରୀଙ୍କ ମଧୟରେ ଏନେଇ ଏବେ ଆଲୋଚନା ମଧ୍ୟ ଚାଲିଛି । ପୂର୍ବରୁ ବୁମରା ଏ+ ଗ୍ରେଡରେ ରହିଥିଲେ । ମାତ୍ର ଏବେ ସେ ଏ ଗ୍ରେଡରେ ରହିଛନ୍ତି । ଯେଉଁ କାରଣରୁ ୭ କୋଟି ବଦଳରେ ୫ କୋଟି ଟଙ୍କା ବାର୍ଷିକ ଦରମା ପାଇବେ । ଯାହାକୁ ନେଇ ତାଙ୍କୁ ଅଧିକ ଦରମା ଦିଆଯାଉ ବୋଲି କୁହାଯାଇଥିଲା । ପୂର୍ବରୁ ଥିବା ଏ+ କୁ ଏବେ ବିସିସିଆଇ ହଟେଇ ଦେଇଛି । ଯେଉଁ କାରଣରୁ ଏପରି ବିବାଦ ଦେଖିବାକୁ ମିଳିଛି । ତେବେ ବୁମରାଙ୍କୁ ପୂର୍ବରୁ ମିଳୁଥିବା ଦରମା ଦିଆଯାଉ ବୋଲି ଦାବି ହୋଇଛି । ଟି-୨୦ ବିଶ୍ବପରେ ଭାରତର ଉପଅଧିନାୟକ ରହିଥିବା ଅକ୍ଷର ପଟେଲ ଏବେ ସି ବର୍ଗରେ ରହିଛନ୍ତି । ତାଙ୍କ ଦରମା ବାର୍ଷିକ ୧ କୋଟି ଟଙ୍କା । ଦୁଇଟି ଟି-୨୦ ବିଶ୍ବକପ ଏବଂ ଚାମ୍ପିୟନ୍ସ ଟ୍ରଫି ବିଜୟ ଦଳରେ ସଦସ୍ୟ ରହିଛନ୍ତି ଅକ୍ଷର । ଏହାସହ ମ୍ୟାଚ ଗୁଡ଼ିକରେ ତାଙ୍କ ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଏଣୁ ତାଙ୍କୁ ଏ କିମ୍ବା ବି କାଟାଗୋରୀରେ ସାମିଲ କରାଯାଉ ବୋଲି କୁହାଯାଉଛି । ତେବେ ଏହି ଦୁଇ ଖେଳାଳିଙ୍କ ଦରମା ବଢ଼ିପାରେ ବୋଲି କୁହାଯାଉଥିବାବେଳେ ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମା କିଏ ଅଛନ୍ତି କେଉଁ ବର୍ଗରେ..

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ତୃତୀୟ ଥର ପାଇଁ ଟି-20 ବିଶ୍ୱକପ୍ ଜିତିଲା ଭାରତ, ନ୍ୟୁଜିଲାଣ୍ଡକୁ ବିପୁଳ ବ୍ୟବଧାନରେ ହରାଇଲା | Achira News