ଇସଲାମାବାଦ: ଆଜକୁ ତିନି ସପ୍ତାହ ଧରି ଚାଲିଥିବା ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକା, ଇସ୍ରାଏଲ ଓ ଇରାନ ସାମିଲ ଥିବାବେଳେ ଅନ୍ୟ କେତେକ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଅଯଥାରେ ଇରାନର ଶତ୍ରୁ ପାଲଟିଛନ୍ତି। ତେବେ ଇରାନ ପକ୍ଷରୁ େକ୍ଷପଣାସ୍ତ୍ର ଆକ୍ରମଣ କରାଯିବା ପରେ ସାଉଦି ଆରବ ପ୍ରତିଶୋଧ ପରାୟଣ ହୋଇଉଠିଛି। ଗୁରୁବାର ରିୟାଦରେ ଏକାଧିକ ଇସଲାମିକ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଚାଲିଥିବାବେଳେ ଇରାନ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାଉଦି ବିଦେଶ ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍ ଫରହାନ୍ ଅଲ୍ ସାଉଦ୍ ଇରାନକୁ ଧମକ ଦେଇଛନ୍ତି ଯେ ଯଦି ଆକ୍ରମଣ ବଳବତ୍ତର ରହେ, ତେବେ ସାଉଦି ଆରବ ଏହି ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ ହେବ। ଯଦି ସାଉଦି ଆରବ ଯୁଦ୍ଧକ୍ଷେତ୍ରକୁ ପ୍ରବେଶ କରେ, ତେବେ ପାକିସ୍ତାନ ମଧ୍ୟ ଯୁଦ୍ଧରେ ସାମିଲ ହୋଇପାରେ ବୋଲି କୂଟନୈତିକ ମହଲ ଆଶଙ୍କାବ୍ୟକ୍ତ କରୁଛନ୍ତି। ଏହାର କାରଣ ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା ପ୍ରତିରକ୍ଷା ଚୁକ୍ତି। ଏହି ଚୁକ୍ତିି ଅନୁଯାୟୀ ଯଦି ପାକିସ୍ତାନ କିମ୍ବା ସାଉଦି ଆରବ ଉପରେ ଆକ୍ରମଣ କରାଯାଏ, ତେବେ ଏହାକୁ ପରସ୍ପର ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ। ପାକିସ୍ତାନ ବର୍ତ୍ତମାନ ଆଫ୍ଗାନିସ୍ତାନ ସହ ଆଂଶିକ ଯୁଦ୍ଧରେ ବ୍ୟସ୍ତ ରହିଛି। ତେବେ ସାଉଦି ଆରବ ଯଦି ପୂର୍ଣ୍ଣମାତ୍ରାରେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସାମିଲ ହେବ, ତାହାହେଲେ ସାଉଦି ଆରବକୁ ସାମରିକ ସହାୟତା ଯୋଗାଇବାକୁ ପାକିସ୍ତାନ ବାଧ୍ୟ ହେବ।
ତିନି ସପ୍ତାହ ପରେ ଇରାନ ବିରୋଧରେ ମଧ୍ୟପ୍ରାଚ୍ୟ ବିବାଦ ବୃଦ୍ଧି ପାଇଛି
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.