ତେହେରାନ:ଇରାନରେ ଇସଲାମିକ ଶାସନ ବିରୋଧରେ ହୋଇଥିବା ଆନ୍ଦୋଳନକୁ ଦମନ କରିବା ପାଇଁ ସୁରକ୍ଷା ବାହିନୀ ଅତ୍ୟନ୍ତ ନିଷ୍ଠୁର ପଦ୍ଧତି ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି। ତେହେରାନରେ ଜନ୍ମିତ ସାମ୍ବାଦିକ ମାଇକେଲ ଅବଦୁଲ୍ଲାହି ଦାବି କରିଛନ୍ତି ଯେ, ଶାସକ ମହିଳାଙ୍କ ବିରୋଧଧରେ ଯୌନ ହିଂସାକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିଛନ୍ତି। ଦମନମୂଳକ ନୀତି କ୍ରମାଗତ ମାନବାଧିକାର ଉଲ୍ଲଂଘନ କରୁଛି। ଯାହା ସାରା ବିଶ୍ୱରେ ବ୍ୟାପକ ଆକ୍ରୋଶ ସୃଷ୍ଟି ହେଉଛି।ପ୍ରତିବାଦକାରୀଙ୍କୁ ଭୟଭୀତ କରିବା ଓ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ପିଲାମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଇରାନୀ-ଜର୍ମାନ ସାମ୍ବାଦିକ ମାଇକେଲ ଅବଦୁଲ୍ଲାହି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ରିପୋର୍ଟ କହିଛନ୍ତି, ସୁରକ୍ଷା ବାହିନୀ ମହିଳା ପ୍ରତିବାଦକାରୀଙ୍କ ସହ ଦୁଷ୍କର୍ମ କରିଥିଲେ। ସେମାନଙ୍କ ଗର୍ଭାଶୟ କାଢ଼ି ନେଇଥିଲେ। ଅନେକ କ୍ଷେତ୍ରରେ ମହିଳାମାନଙ୍କ ମୁଣ୍ଡର ଚର୍ମ କାଟି ଦିଆଯାଇଥିଲା। ସେମାନଙ୍କୁ ଭୟଭୀତ କରି ପଛକୁ ହଟାଇବା ପାଇଁ ସେମାନଙ୍କ ଶରୀରରେ ସିଗାରେଟ୍ ଚେଙ୍କ ଦିଆଯାଇଥିଲା। ଏହି ଅତ୍ୟାଚାର ବିଶେଷ ଭାବରେ ସେହି ମହିଳାମାନଙ୍କ ପ୍ରତି ହୋଇଥିଲା ଯେଉଁମାନେ ହିଜାବ୍ ପିନ୍ଧିବାକୁ ମନା କରିଥିଲେ କିମ୍ବା ପ୍ରତିବାଦ ସମୟରେ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ଫଟୋ ପୋଡ଼ି ଦେଇଥିଲେ। ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ମହିଳାମାନଙ୍କ ସହ ସୁରକ୍ଷା ବାହିନୀ ବାରମ୍ବାର ଦୁଷ୍କର୍ମ କରିବା ସହିତ ହତ୍ୟା ଧମକ ଦେଉଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ସୁରକ୍ଷା ଅଧିକାରୀମାନଙ୍କୁ କହୁଥିବାର ଶୁଣିଛନ୍ତି, ସେମାନେ ତୁରନ୍ତ ମହିଳାଙ୍କୁ ହତ୍ୟା କରିବେ ନାହିଁ, ବରଂ ପ୍ରଥମେ ସେମାନଙ୍କୁଦୁଷ୍କର୍ମକରିବେ। ତା'ପରେ ସେମାନଙ୍କୁ ହତ୍ୟା କରିବେ। ସେଠାରେ ବିରୋଧକୁ ଦମନ କରିବା ପାଇଁ ଅଟକ ମହିଳାମାନଙ୍କୁ ବଳପୂର୍ବକ ପୋଷାକ କାଢ଼ି ନିର୍ବସ୍ତ୍ର କରିବା ଓ ଅଜଣା ଇଞ୍ଜେକ୍ସନ ଦେବା ଏବେ ଏକ ସାଧାରଣ ଦମନକାରୀ କାର୍ଯ୍ୟ ପାଲଟିଛି। ମାଇକେଲ ଅବଦୁଲ୍ଲାହି ଅଭିଯୋଗ କରିଛନ୍ତି, ଇରାନ ଶାସକ ସେମାନଙ୍କର ବର୍ବରତାର ପ୍ରମାଣ ପୋଛିବା ପାଇଁ ମୃତକଙ୍କ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା ପରିବର୍ତ୍ତେ ଜାଳି ଦେଉଛନ୍ତି। ନିର୍ଯାତନା ଓ ଦୁଷ୍କର୍ମର ଚିହ୍ନଗୁଡ଼ିକୁ ବାହ୍ୟ ବିଶ୍ୱ ଓ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଲୁଚାଇବା ପାଇଁ ଏହା କରାଯାଉଛି। ଏହା ସତ୍ତ୍ୱେ, ଲୋକମାନେ ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ମାଧ୍ୟମରେ ଏହି ଭୟଙ୍କର ଅତ୍ୟାଚାର ବିଷୟରେ ପ୍ରଚାର କରିବା ପାଇଁ ନିରନ୍ତର ସାହସିକ ପ୍ରୟାସ ଜାରି ରଖିଛନ୍ତି। ପ୍ରତିବାଦକୁ ଦମନ କରିବା ପାଇଁ ଇରାନର ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) ବ୍ୟବହାର କରିନଥିଲା ବରଂ ଇରାକରୁ ହଜାର ହଜାର ସିଆ ମିଲିସିଆଙ୍କୁ ସ୍ୱତନ୍ତ୍ର ଭାବରେ ଆଣି ନିୟୋଜିତ କରିଥିଲା। ଯେକୌଣସି ଗଣତାନ୍ତ୍ରିକ ବିରୋଧୀଙ୍କୁ ଦମନ କରିବା ପାଇଁ ବାସିଜ ମିଲିସିଆକୁ ମଧ୍ୟ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ପୂର୍ଣ୍ଣ ବଳ ସହିତ ନିୟୋଜିତ କରାଯାଇଥିଲା। ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ହିଂସା ଖବର ଯେପରି ପ୍ରସାରଣ ହୋଇ ନପାରିବ ସେଥିପାଇଁ ସରକାର ଯୋଗାଯୋଗ ଓ ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଆହୁରି ପଢ଼ନ୍ତୁ:India-Pakistan Match: ଗୁରୁତ୍ବ ହରାଇଲାଣି ଭାରତ-ପାକିସ୍ତାନ ମୁକାବିଲା: ସଂଜୟ ମଞ୍ଜରେକର
ତେହେରାନର ସୁରକ୍ଷା ବାହିନୀ ମହିଳା ବିକ୍ଷୋଭକାରୀଙ୍କ ବିରୋଧରେ ଯୌନ ହିଂସା ବ୍ୟବହାର କରିଥିବା ଅଭିଯୋଗ ହୋଇଛି
Sambad•
%2Fsambad%2Fmedia%2Fmedia_files%2F2026%2F02%2F03%2Firan-protests-2026-02-03-15-09-53.jpeg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.