ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ ଶନିବାର କୋର୍ଟଚାଲାଣ କରିଛି । ଗିରଫ ଯୁବକ ଅନୁଗୁଳ ଜିଲା ଠାକୁରଗଡ ଥାନା ଅନ୍ତର୍ଗତ ଭୋଗରା ଗ୍ରାମର ବିକାଶ ବେହେରା (୨୩) ବୋଲି ଜଣାପଡିଛ। ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ଦେବଗଡ ଥାନା ଅଂଚଳର ଜଣେ ୧୬ ବର୍ଷର ନାବାଳିକା ପ୍ରେମିକାଙ୍କୁ ବିକାଶ ଅପହରଣ କରି ନେଇଥିଲା। ଅପହୃତା ନାବାଳିକାଙ୍କ ପରିବାର ଏନେଇ ଦେବଗଡ ଥାନାରେ ଅଭିଯୋଗ କରିଥିବା ବେଳେ ୨୦୨୪ ଅକ୍ଟୋବର ମାସରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଏହି ଘଟଣାର ଦୀର୍ଘ ଦିନ ପରେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତଦନ୍ତ ବେଳେ ନାବାଳିକାଙ୍କ ସହିତ ବିକାଶ ଶାରୀରିକ ସମ୍ପର୍କ ରଖିଥିବା ଜଣା ପଡିଥିଲା । ଫଳରେ ପକ୍ସୋ ଏବଂ ଦୁଷ୍କର୍ମ ଦଫାରେ ବିକାଶଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
ଦେଓଗଡ଼ ଜିଲ୍ଲାରେ ବଳାତ୍କାର ଅଭିଯୋଗରେ ନାବାଳକ ବାଳିକା ଓ ପ୍ରେମିକ ଗିରଫ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.