ଭୁବନେଶ୍ବର: ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା କମିଛି। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ପାରଦ ଉପରମୁହାଁ ହୋଇଛି। ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଜିଲାରେ ଶୀତ ପ୍ରକୋପ ରହିଛି। ଉପରୋକ୍ତ ଜିଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୫ଡିଗ୍ରୀ ମଧ୍ୟରେ ରହିଛି। କନ୍ଧମାଳ ଜିଲାର ଘୁ.ଉଦୟଗିରିରେ ପାରଦ ୯.୧ଡିଗ୍ରୀ ରହିଛି। ସେମିଳିଗୁଡ଼ାରେ ୧୦.୪ ଡିଗ୍ରୀ ଥିବାବେଳେ କୋରାପୁଟରେ ୧୪, ମାଲକାନଗିରିରେ ୧୩.୨, ନବରଙ୍ଗପୁରରେ ୧୩.୨, ରାୟଗଡ଼ାରେ ୧୪, ଭୁବନେଶ୍ବରରେ ୧୬.୮ ଏବଂ କଟକରେ ୧୫.୪ଡିଗ୍ରୀ ରହିଛି। ଶନିବାର ସକାଳେ କେନ୍ଦୁଝର, ପୁରୀ, ବାରିପଦା ଏବଂ ଗୋପାଳପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ରବିବାର ସକାଳେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ କମ୍ରୁ ମଧ୍ୟମ ଧରଣ କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାେର ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ।
ଦକ୍ଷିଣ ଓଡ଼ିଶାରେ ଶୀତ ଲହରୀ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ କୁହୁଡ଼ି ରହିବ ବୋଲି ଆଶଙ୍କା
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.