Achira News Logo
Achira News

ଦଣ୍ଡା ଯାତ୍ରା ପର୍ବ ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଭକ୍ତି ଏବଂ ଭାବପ୍ରବଣତା ଆଣିଥାଏ

Dharitri
ଦଣ୍ଡା ଯାତ୍ରା ପର୍ବ ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଭକ୍ତି ଏବଂ ଭାବପ୍ରବଣତା ଆଣିଥାଏ
Full News
Share:

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର ଏହି ପାରମ୍ପରିକ ଯାତ୍ରା ଲୋକଙ୍କ ଭିତରେ ଭରି ଦେଇଛି ଭକ୍ତି ଓ ଭାବ ସମ୍ଭାର। ବଲାଙ୍ଗୀର ଜିଲା ସମେତ ପଶ୍ଚିମ ଓଡିଶାର ପୁରପଲ୍ଲୀରେ ଏବେ ଦଣ୍ଡ ଭୋକ୍ତା ମାନଙ୍କ ନିଷ୍ଠା, ସାଧନାର ଝଲକ ଦେଖିବାକୁ ମିଳୁଛି। ଛତର ବୈରଗ ଧରି ଦଣ୍ଡ ଭୋକ୍ତାମାନେ ଦେବାଧିଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ମହିମା ଗାନରେ ଗାଁ ଦାଣ୍ଡ, ପୁରପଲ୍ଲୀରେ ଧାର୍ମିକ ଆସ୍ଥା ଓ ବିଶ୍ୱାସର ପରିବେଶ ସୃଷ୍ଟି କରୁଛନ୍ତି। ବଲାଙ୍ଗୀର ଜିଲାର ତବଲବାଞ୍ଜି ଗାଁରେ ଦଣ୍ଡ ଭୋକ୍ତାମାନେ ଦଣ୍ଡର ପାରମ୍ପରିକ ପୂଜାବିଧି ଓ କଳା ନୈପୁଣ୍ୟତା ପ୍ରଦର୍ଶନ କରିଛନ୍ତି। ପରମ ଶ୍ରଦ୍ଧା ଓ ଭକ୍ତିରେ ଗାଁର ଶ୍ରଦ୍ଧାଳୁ ମାନେ ପୂଜାବିଧି କରିବା ସହ ଦଣ୍ଡର ଭୋକ୍ତା ଓ କଳାକାର ମାନଙ୍କୁ ସମ୍ମାନ ଜଣାଇଛନ୍ତି। ସନ୍ଧ୍ୟାରେ ଗାଁ ଦାଣ୍ଡରେ ଷୋହଳ ସୁଆଙ୍ଗ ଦଣ୍ଡର ଆସର ଜମୁଛି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଦଣ୍ଡା ଯାତ୍ରା ପର୍ବ ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଭକ୍ତି ଏବଂ ଭାବପ୍ରବଣତା ଆଣିଥାଏ | Achira News