Achira News Logo
Achira News

ଦାରିଙ୍ଗବାଡ଼ିକୁ ଶୀତ ଫେରୁଛି ତୁଷାର ଏବଂ କୁହୁଡ଼ି ବାଧା ଏବଂ ଆନନ୍ଦ ଆଣିଥାଏ

Dharitri
ଦାରିଙ୍ଗବାଡ଼ିକୁ ଶୀତ ଫେରୁଛି ତୁଷାର ଏବଂ କୁହୁଡ଼ି ବାଧା ଏବଂ ଆନନ୍ଦ ଆଣିଥାଏ
Full News
Share:

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେହିପରି ଦୀର୍ଘ ଦିନ ପରେ ପୁଣି ପାଗରେ ପରିବର୍ତ୍ତନ ଆସିଛି ଦକ୍ଷିଣ ପବନ ବୋହିବା ସହ ଘନ କୁହୁଡି ପୁଣି ଫେରିଛି। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସକାଳ ୮ ଟା ବାଜିଥିଲେ ମଧ୍ୟ କୁହୁଡିର ପ୍ରଭାବ କମିନଥିବା ଜଣାପଡିଛି ହଠାତ କୁହୁଡି ଓ ଜାଡ଼ ଯୋଗୁ ଲୋକ ସକାଳୁ କାମ ଧନ୍ଦାରେ ବାହାରିବା ମୁସ୍କିଲ ହୋଇପଡିଛି । ଏବେ ଶୀତକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ଲାଗିରହିଛି କିଏ ଏହି ପାଗକୁ ଅମାନିଆ ପାଗ କହୁଥିବା ବେଳେ ଚଳିତ ବର୍ଷ ବହୁ ଦିନ ଧରି ଶୀତ ଛାଡି ନଥିବା କୁହାଯାଉଛି। କିନ୍ତୁ ଶୀତର ମଜା ନେବାକୁ ଜିଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ରାଜ୍ୟ ତଥା ରାଜ୍ୟ ବାହାରୁ ବିଶେଷ କରି ଜର୍ମାନୀରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ପଢ଼ନ୍ତୁ ➡️ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଦାରିଙ୍ଗବାଡ଼ିକୁ ଶୀତ ଫେରୁଛି ତୁଷାର ଏବଂ କୁହୁଡ଼ି ବାଧା ଏବଂ ଆନନ୍ଦ ଆଣିଥାଏ | Achira News