Achira News Logo
Achira News

ଦୁର୍ବ୍ଯ଼ବହାର ଏବଂ ଅବହେଳା ପାଇଁ ସୁନ୍ଦରଗଡ଼ ପ୍ରଧାନଶିକ୍ଷକ ନିଲମ୍ବିତ

Dharitri
ଦୁର୍ବ୍ଯ଼ବହାର ଏବଂ ଅବହେଳା ପାଇଁ ସୁନ୍ଦରଗଡ଼ ପ୍ରଧାନଶିକ୍ଷକ ନିଲମ୍ବିତ
Full News
Share:

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ବିଲାଇମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରତ୍ନାକର ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ହେମଗିର ବ୍ଲକ ଶିକ୍ଷା ଅଧିକାରୀ (BEO) ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ଅର୍ଜୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ଜିଲା ବାହାରକୁ ଯାଇପାରିବେ ନାହିଁ। ନିୟମ ଅନୁଯାୟୀ ନିଲମ୍ବନ ସମୟରେ ତାଙ୍କୁ କେବଳ ଜୀବିକା ନିର୍ବାହ ଭତ୍ତା ମିଳିବ। ବିଦ୍ୟାଳୟରେ ଛାତ୍ରଙ୍କ ପ୍ରତି ଏପରି ବ୍ୟବହାର ଏବଂ ଶିକ୍ଷାଦାନରେ ଅବହେଳାକୁ ବିଭାଗ ପକ୍ଷରୁ ଗୁରୁତର ସହ ନିଆଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଦୁର୍ବ୍ଯ଼ବହାର ଏବଂ ଅବହେଳା ପାଇଁ ସୁନ୍ଦରଗଡ଼ ପ୍ରଧାନଶିକ୍ଷକ ନିଲମ୍ବିତ | Achira News