Achira News Logo
Achira News

ଦୁର୍ବ୍ୟବହାର ଅଭିଯୋଗ ପରେ ବିଜେଡ଼ି ବିଧାୟକଙ୍କ ଇସ୍ତଫା ଦାବି କଲା ଯୁବ ଶାଖା

Sambad
ଦୁର୍ବ୍ୟବହାର ଅଭିଯୋଗ ପରେ ବିଜେଡ଼ି ବିଧାୟକଙ୍କ ଇସ୍ତଫା ଦାବି କଲା ଯୁବ ଶାଖା
Full News
Share:

ଭୁବନେଶ୍ବର:ରାଜ୍ୟସଭାନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ବିଜେଡି ରାଜନୀତି ତେଜିଛି। ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ଆଜି ରାସ୍ତାକୁ ଓହ୍ଲାଇଛି। ବିଧାୟକ ଶ୍ରୀ ତ୍ରିପାଠୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି। ସେପଟେ ବିଧାୟକ ଶ୍ରୀ ତ୍ରିପାଠୀ ମଧ୍ୟ ନଛୋଡ଼ବନ୍ଧା। ବିଜେଡି ଏବେ ପାଣ୍ଡିଆନ୍‌ଙ୍କ କବଜାରେ ରହିଥିବା କହି ଆଜି ପୁଣିଥରେ ବର୍ଷିଛନ୍ତି। କେବଳ ସେତିକି ନୁହେଁ,କଟକସଂସଦୀୟ କ୍ଷେତ୍ରରେ ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁବିଜେଡିକାହିଁକି ପ୍ରାର୍ଥୀ କଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଆରୋପ ପ୍ରତ୍ୟାରୋପ ରାଜନୀତି ଭିତରେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କୁ ଆଜି ପ୍ରଭାତ ତ୍ରିପାଠୀଙ୍କ ଘରେ ଦେଖିବାକୁ ମିଳିଛି। Cooks : ୩ ମାସର ଦରମା ଦାବିରେ ପାଚକ ପାଚିକାଙ୍କ ବିକ୍ଷୋଭ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ନ ଥିବା ବିଧାୟକଙ୍କବିରୋଧରେ ବିଜେଡିର ଯୁବ ଓ ଛାତ୍ର ସଙ୍ଗଠନର ସଦସ୍ୟମାନେ ଆଜି ସକାଳୁ ସକାଳୁ ହାଲ୍ଲାବୋଲ ଡାକରା ଦେଇଥିଲେ। ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ନେତୃତ୍ବରେ ଉଭୟ ସଙ୍ଗଠନର ସଦସ୍ୟମାନେ ଭୁବନେଶ୍ବର କ୍ଲବ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବିଧାୟକ ଶ୍ରୀ ତ୍ରିପାଠୀଙ୍କ ବାସଭବନ ଅଭିମୁଖେ ଯାଇଥିଲେ। ସେମାନଙ୍କୁ ଅଟକାଇବାକୁ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ସମର୍ଥକମାନେ ତାଙ୍କ ବାସଭବନ ଆଗରେ ସମ୍ମିଳିତ ହୋଇ ବିଜେଡି ଦଲାଲ ହାଏ ହାଏ,ପାଣ୍ଡିଆନ୍‌ ଡଗ୍‌ ଗୋବ୍ୟାକନାରାଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲା। US 'bunker buster': ଆମେରିକାର ‘ବଙ୍କର ବଷ୍ଟର’ ବୋମାମାଡ଼: ଧ୍ବଂସ ହେଲା ଭୂତଳ କ୍ଷେପଣାସ୍ତ୍ର ଘାଟି ଅପରାହ୍ଣରେ ଦେବୀରଞ୍ଜନଙ୍କ ଶହ ଶହସମର୍ଥକମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ପାଣ୍ଡିଆନ୍‌ଙ୍କ କବଳରୁ ଦଳକୁ ମୁକ୍ତ କରିବାକୁ ଦାବି କରିଥିଲେ। ପାଣ୍ଡିଆନ ଗୋ ବ୍ୟାକା ନାରା ଦେବା ସହ ବିଜୁ ପଟ୍ଟନାୟକ ଅମର ରହେ ‌ସ୍ଲୋଗାନ ଦେଇଥିଲେ। ପାଣ୍ଡିଆନ୍‌ଙ୍କ କୁଶପୁତ୍ତଳିକା ଦାହ ସହ ନବୀନ ବାବୁଙ୍କ ନିଦ ଭାଙ୍ଗୁ ବୋଲି ଛାତ୍ରନେତାମାନେ ମତପୋଷଣ କରିଥିଲେ। କଟକ-ଭୁବନେଶ୍ବରର ବହୁ ଛାତ୍ରନେତା ଓ ବିଜୁପ୍ରେମୀ ପାଣ୍ଡିଆନ ଦଲାଲ ସାଜିଥିବା ନେତାଙ୍କୁ ଏଭଳି ଆଚରଣରୁ ଓହରିବାକୁ କହିଥିଲେ। ନ ହେଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।ଯୁବ ଜନତା ଦଳ ସଭାପତି ଶ୍ରୀ ସାହୁ କହିଲେବିଜୁ ବାବୁଜୀବିତ ଅବସ୍ଥାରେ ସେମାନେ ବିଜୁ ଲିଗାସିକୁ ମାରି ଦେଇଥିଲେ। ଆଜି ତାଙ୍କରି ପୁତ୍ର ବିଜୁ ଲିଗାସି କଥା କହୁଛନ୍ତି। ଯଦି ସତ୍‌ସାହାସ ଅଛି ତେବେ ସଦସ୍ୟ ପଦରୁ ଇସ୍ତଫା ଦେଇ ନିର୍ବାଚନ ଲଢ଼ନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ। ଛାତ୍ର ସଭାପତି ଶ୍ରୀମତୀ ସାହୁ କହିଲେ, ଏମାନେ ଧୋକା ଦେବାରେ ମାହିର। The entire bridge: କିଟିକିଟି ଅନ୍ଧ‌‌ା‌ରରେ ପୂରା ବ୍ରିଜ୍‌ ୧୫ କୋଟି ଟଙ୍କାରେ ବାଙ୍କି ନିର୍ବାଚନମଣ୍ଡଳୀକୁବିକ୍ରିକରି ଦେଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ବିଧାୟକ ଶ୍ରୀ ତ୍ରିପାଠୀ କଡ଼ା ଜବାବ ରଖି କହିଛନ୍ତି ଯେ ପାଣ୍ଡିଆନ୍‌ଙ୍କ ନିର୍ଦ୍ଦେଶରେ ସମସ୍ତ ଘଟଣା ହେଉଛି। ମୁଁ ଏବେ ବି ନବୀନ ବାବୁଙ୍କ ଆଖି ଖୋଲିବାକୁ ଚାହୁଁଛି। ଦଳକୁ ପାଣ୍ଡିଆନଙ୍କ କବଜାରୁ ଉଦ୍ଧାର କରନ୍ତୁ। ମିଛ କହିବା ବନ୍ଦ କରନ୍ତୁ। ମୋ କର୍ମୀ ଓ ସମର୍ଥକଙ୍କ ଉପରେ ଇଟାଟିଏ ପଡ଼ିଥିଲେ, ପାଣ୍ଡିଆନ ଦଲାଲ ସାଜିଥିବା ନେତା-ନେତ୍ରୀଙ୍କୁ ଅବସ୍ଥା ଖରାପ ହୋଇଥାନ୍ତା। ନବୀନନିବାସରେ ଦଳର ୨୨ରୁ ଅଧିକ ବିଧାୟକଙ୍କ ସମ୍ମୁଖରେ ନବୀନ ନିଜେ ନବନିର୍ବାଚିତ ସନ୍ତୃପ୍ତ ମିଶ୍ରଙ୍କୁ ଡାକି ଏହି ଟ୍ରଷ୍ଟ ସମ୍ପର୍କରେ ପଚାରିଥିଲେ। ଏଭଳି ଟ୍ରଷ୍ଟ ସମ୍ପର୍କରେ ଜାଣନ୍ତି ନାହିଁ କହି ଉଭୟ ନବୀନ ଓ ସନ୍ତୃପ୍ତ ଏହି ଚର୍ଚ୍ଚାକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ। ଏବେନବୀନସ୍ପଷ୍ଟୀକରଣ ଦେବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଥିଲେ।ବିଧାୟକ ଶ୍ରୀ ତ୍ରିପାଠୀଙ୍କ ସପକ୍ଷରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ବାହାରିଛନ୍ତି। ଶ୍ରୀ ଜଗଦେବ କହିଛନ୍ତି ଯେ ଯେଉଁମାନେ ରାଜ୍ୟସଭା ନିର୍ବାଚନରେ ଆମକୁ ସମର୍ଥନ ଦେଇଛନ୍ତି, ଦରକାର ପଡ଼ିଲେ ଆମେ ତାଙ୍କ ପାଖରେ ପାହାଡ଼ ଭଳି ଛିଡ଼ା ହେବୁ।ବିଜେଡିଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଛି। ସମସ୍ତେ ଧୀରେ ଧୀରେ ଚାଲିଆସିବେ। ଇଚ୍ଛା‌ ନ ଥିଲେ ମଧ୍ୟ ଅନେକ ବିଧାୟକ ବିଜେଡି ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନ ସମୟରେ ଭୋଟ ଦେଇଛନ୍ତି। ନବଙ୍କ କୁଶ ପୁତ୍ତଳିକା ପୋଡ଼ିଲେ ରାଜ୍ୟସଭା ନିର୍ବାଚନରେ ହୋଇଥିବା ଚର୍ଚ୍ଚିତ କ୍ରସ୍‌ଭୋଟିଂରନିଆଁଆଜି ଜୟଦେବ ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଶତାଧିକ ଉତ୍ତ୍ୟକ୍ତ ବିଜେଡି କର୍ମୀ ବିଧାୟକ ନବ ମଲ୍ଲିକଙ୍କ କୁଶ ପୁତ୍ତଳିକା ପୋଡ଼ିଛନ୍ତି। ‌କେବଳ ସେତିକି ନୁହେଁ, ବିଧାୟକ ଶ୍ରୀ ମଲ୍ଲିକଙ୍କୁ ଭୋଟ୍‌ ଦେଇ ନିର୍ବାଚିତ କରିବା, ସେମାନଙ୍କ ମସ୍ତବଡ଼ ଭୁଲ୍ ବୋଲି କହି ପଶ୍ଚାତାପ କରିଛନ୍ତି।ଆଜି ପୂର୍ବାହ୍ଣରେ ଅଠାନ୍ତର ମେଡିକାଲ ଛକସ୍ଥିତ ବିଜେଡି କାର୍ଯ୍ୟାଳୟରୁ ବହୁ ପୁରୁଖା ନେତା ଓ କର୍ମୀମାନେ ବାଇକ୍‌ ଶୋଭାଯାତ୍ରାରେ ବାହାରିବାଲିପାଟଣାଛକ ପର୍ଯ୍ୟନ୍ତ ଯାଇଥିଲେ। ନବୀନ ପଟ୍ଟନାୟକ ଓ ବିଜେଡି ଜିନ୍ଦାବାଦ ନାରା ସାଙ୍ଗକୁ ନବ ମଲ୍ଲିକ ମୁର୍ଦାବାଦ ନାରା ଶୋଭାଯାତ୍ରାରେ ଶୁଭୁଥିଲା। ବାଲିପାଟଣା ଛକରେ ସେମାନେ ନବ ମଲ୍ଲିକଙ୍କ କୁଶ ପୁତ୍ତଳିକା ରଖି ଚପଲ ମାଡ଼ କରିବା ସହ ପାନ ଛେପ ପକାଇଥିଲେ। ଏହାପରେ ରାମ ନାମ ସତ୍ୟ ହେ... ହରି ନାମ ସତ୍ୟ ହେ ସ୍ଲୋଗାନ ଦେଇ କୁଶ ପୁତ୍ତଳିକାରେ ନିଆଁ ଲଗାଇଥିଲେ। ପୂର୍ବତନ ବିଜେଡି ବ୍ଲକ୍‌ ସଭାପତି ପ୍ରତାପ କିଶୋର ନାୟକ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ତ୍ରିବିକ୍ରମ ଦାଶ, ପୂର୍ବତନ ସମିତିସଭ୍ୟ ସଦାଶିବ ଦାଶ, ପୂର୍ବତନ ସରପଞ୍ଚ ବିନେଶ ନାୟକ, ପୂର୍ବତନଜିଲ୍ଲାପରିଷଦ ସଭ୍ୟ ରାନୁ ବଳିଆରସିଂ, ଜାକିର୍‌ ହୁସେନ୍‌, ମାନସ ପଣ୍ଡା, ସତ୍ୟଜିତ ରାୟ, ପୀର ସେଠୀ, ମୁକୁନ୍ଦ ପଣ୍ଡା, ସୋଲାର ମିଶ୍ର, ଜଗନ ପଣ୍ଡା, ନବ କିଶୋର ସାହୁ, ଅଲେଖ ପରିଡ଼ା ପ୍ରମୁଖ ଏହି ବିକ୍ଷୋଭପ୍ରଦର୍ଶନରନେତୃତ୍ବ ନେଇଥିଲେ। ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଏହି ପୁରୁଣା ବିଜେଡି କର୍ମୀମାନେ ବିଧାୟକ ଓ ତାଙ୍କୁ ରିମୋଟ୍‌ରେ ନଚାଉଥିବା ମାଷ୍ଟରମାଇଣ୍ଡକୁ ଉଚିତ ଶିକ୍ଷା ଦେବେ ବୋଲି ଚେତାବନୀ ଦେଇଥିଲେ। ଭୋଟ୍‌ ମାଗିବାକୁ ଆସିଲେ ବିଧାୟକଙ୍କୁ ଅଣ୍ଡା ମାଡ଼ ହେବ ବୋଲି ଖୋଲାଖୋଲି ଧମକ ଦେଇଥିଲେ। ଜନପ୍ରତିନିଧି ଓ କର୍ମୀଙ୍କୁ ଏକାଠି କଲେ କମଳ ରାଜ୍ୟସଭା ନିର୍ବାଚନରେ ଜୟଦେବ ବିଧାୟକ ନବ ମଲ୍ଲିକ କ୍ରସ୍‌ଭୋଟିଂ କରିଥିବା ଘଟଣାକୁ ନେଇ ଆଜି ବାଲିପାଟଣାରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।ପୁରୁଖାବିଜେଡି ନେତା ଓ କର୍ମୀମାନେ ବିଧାୟକଙ୍କ କୁଶ ପୁତ୍ତଳିକା ପୋଡ଼ିଥିଲେ। ବିକ୍ଷୋଭ ପ୍ରଦର୍ଶନରେ ସେମାନେ ବିଧାୟକଙ୍କ ସମେତ ବିଜେଡି ସଂଗଠକ କମଳ ପାତ୍ର ଓରଫ ଚନ୍ଦନଙ୍କୁ ଟାର୍ଗେଟ୍‌ କରିଥିଲେ। ଅନ୍ୟପଟେ ଆଜି ବାଲିଅନ୍ତାରେ ବିଜେଡିର ଏକ ଟାଣୁଆ ଗୋଷ୍ଠୀ ସମାନ୍ତରାଳ ବୈଠକ କରିଥିବା ଜଣାପଡ଼ିଛି। ଗଡ଼ଶ୍ରୀରାମପୁର ଫାର୍ମ ହାଉସ୍‌ ପରିସରରେ ଅନୁଷ୍ଠିତ ଏହି ବୈଠକରେ କମଳ କୁମାର ପାତ୍ର(ଚନ୍ଦନ) ଅଧ୍ୟକ୍ଷତା କରିଥିଲେ। ବିଧାୟକ ଶ୍ରୀ ମଲ୍ଲିକ ରାଜ୍ୟସଭା ନିର୍ବାଚନରେ ଭୋଟିଂ କରିଥିବା ପ୍ରସଙ୍ଗକୁ ନେଇ ସଫେଇ ଦେଇଥିଲେ। ପୂର୍ବ ଭଳି ସଂଗଠିତ ହୋଇ କାର୍ଯ୍ୟ କରିବାକୁଚନ୍ଦନଉପସ୍ଥିତ ଜନପ୍ରତିନିଧି ଓ କର୍ମୀମାନଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ସମସ୍ତଙ୍କ ପୂର୍ଣ୍ଣ ସହଯୋଗ ମିଳିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ବର ଦାଶ, କୁନ୍‌ମୁନ୍‌ ଲେଙ୍କା, ଗଙ୍ଗାଧର ମଲ୍ଲିକ, ସୁକନ୍ୟା ସେଠୀ, ପବିତ୍ର ମୋହନ ପଟେଲ, ବାଲିଅନ୍ତା ବ୍ଲକ୍‌ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ବାଲିଅନ୍ତା ବ୍ଲକ୍‌ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ବ୍ଲକ୍‌ ବିଜେଡି ସଭାପତି କିଶୋର ଜେନା, ବ୍ଲକ୍‌ ଅଧ୍ୟକ୍ଷା ହରପ୍ରିୟା ଦାସ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ କର୍ମୀମାନେ ଉପସ୍ଥିତ ଥିଲେ।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ଦୁର୍ବ୍ୟବହାର ଅଭିଯୋଗ ପରେ ବିଜେଡ଼ି ବିଧାୟକଙ୍କ ଇସ୍ତଫା ଦାବି କଲା ଯୁବ ଶାଖା | Achira News