ଭୁବନେଶ୍ୱର, ୨୦।୩: କିଏ ଗାଡ଼ି ଚଲାଏ ତ କିଏ ଦିନ ମଜୁରିଆ କିଏ ପୁଣି ରାଜମିସ୍ତ୍ରୀ । ଖରା ମୁଣ୍ଡ ଉପରକୁ ଆସିଲାମାତ୍ରେ ସଭିଏଁ ଏକାଠି ହୁଅନ୍ତି ଦୁର୍ଯ୍ୟୋଧନ ମଉସାଙ୍କ ଚାଳିଆ ନିକଟରେ । ଆଉ ମଉସାଙ୍କୁ ବରାଦି ଦିଅନ୍ତି କଂସାଏ ପଖାଳ । ଯାହାକୁ ମଉସା ଅତି ସରାଗରେ ପରଶିଦିଅନ୍ତି । ସେଇଥି ପାଇଁ ଏହି ଚାଳିଆ ନିକଟରେ ଲାଗିଥାଏ ଗରିବ ଓ ଖଟିଖିଆଙ୍କ ଗହଳି । ଦୁର୍ଯ୍ୟୋଧନ ମଉସାଙ୍କ ଚାଳିଆ ସତ୍ୟନଗରରେ । ବର୍ତ୍ତମାନ ସମୟରେ ସବୁକିଛି ମହଙ୍ଗା । ଆଉ ଏହି ମହଙ୍ଗାରେ ମୂଲ୍ୟ ସୁହାଇଲାଭଳି ଖାଦ୍ୟ ଥାଳିଏ ଖାଇବା ବଡ଼ କଷ୍ଟ । ଦୁର୍ଯ୍ୟୋଧନ ମଉସା ସେହି ଖଟିଖିଆମାନଙ୍କୁ ଦେଖି ଖାଇବା ଦୋକାନ ଖୋଲିଛନ୍ତି । ଯେଉଁଠି ଅଳ୍ପ ମୂଲ୍ୟରେ ମନ ଖୁସିରେ ପେଟଭରି ଖାଇହୁଏ । ତାଙ୍କ ଦୋକାନରେ ସବୁଠାରୁ ମୁଖ୍ୟ ଖାଦ୍ୟ ପଖାଳ । ପଖାଳ ସହିତ ଆଳୁ ଭର୍ତ୍ତା, ଭଜା, ବାଇଗଣ ଚଟଣୀ, ଶାଗଭଜା ଖାଇବାକୁ ଦିଅନ୍ତି । ଏହା ବି ପଢ଼ନ୍ତୁ...ଆଜି ବିଶ୍ୱ ଘରଚଟିଆ ଦିବସ; ସକାଳକୁ ସୁନ୍ଦର କରେ ଘରଚଟିଆ ଏହା ବ୍ୟତୀତ ଯିଏ ଯେମିତି ପଖାଳ ସହିତ ଖାଇବାକୁ ଚାହିଁଲେ ଖାଇପାରିବେ । ଏହାବାଦ୍ ସେ ଭାତ, ଡାଲି, ଆମିଷ ଓ ନିରାମିଷ ତରକାରୀ ମଧ୍ୟ ଖାଦ୍ୟ ତାଲିକାରେ ରଖିଥାନ୍ତି । ଏଠାରେ ପାଖାଳର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇଯାଏ । ଦୁର୍ଯ୍ୟୋଧନଙ୍କୁ ରୋଷେଇରେ ସହଯୋଗ କରନ୍ତି ତାଙ୍କ ଧର୍ମପତ୍ନୀ । ଏହି ଦମ୍ପତିଙ୍କ ସ୍ନେହବୋଳା ଖାଦ୍ୟ ପରଷିବା ଶୈଳୀ ଲୋକଙ୍କୁ ବେଶ୍ ପସନ୍ଦ ଆସିଥାଏ । ସେଥିପାଇଁ ବର୍ଷକ ବାର ମାସ ଲୋକଙ୍କ ଗହଳିରେ ଚଳଚଞ୍ଚଳ ଥାଏ ମଉସାଙ୍କ ଚାଳିଆ । ଗତ ୫୦ ବର୍ଷରୁ ଅଧିକ ସମୟ ହୋଇଯିବ ମଉସା ଓ ମାଉସୀ ଖଟିଖିଆଙ୍କ ଅନ୍ନଦାତା ପାଲଟିଛନ୍ତି । କେବଳ ଖଟିଖିଆ କାହିଁକି ପାଠପଢା ଛାତ୍ରଛାତ୍ରୀଙ୍କ ଗହଳି ମଧ୍ୟ ଏଠାରେ ଦେଖାଯାଏ । ସବୁଠାରୁ ବଡ଼କଥା ଦୋକାନରୁ ଯେତିକି ରୋଜଗାର ହୁଏ ଦୁହେଁ ଖୁବ୍ ଆନନ୍ଦର ସହିତ ଚଳିଥାନ୍ତି । ହସ ହସ ମୁହଁରେ ଦୁର୍ଯ୍ୟୋଧନ ମଉସା କୁହନ୍ତି, ଗ୍ରାହକ ମୋ ପାଇଁ ଭଗବାନ । ଯେତେବେଳେ ଗ୍ରାହକଟିଏ ଖାଦ୍ୟ ଖାଇସାରିଲା ପରେ ଆତ୍ମତୃପ୍ତିପାଆନ୍ତି ତାହା ମୋତେ ଆନନ୍ଦ ଦେଇଥାଏ ।
ଦୁର୍ଯ୍ୟୋଧନ ମୌସାଙ୍କ ଖାଦ୍ୟ ଦୋକାନ ସତ୍ୟନଗରରେ ଅଭାବୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.