ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାୟୁରେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ଠିକରେ ନିଶ୍ବାସ ପ୍ରଶ୍ଵାସ ନେବା କଷ୍ଟକର ହୋଇପଡ଼ୁଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାକୁ ନେଇ ଲୋକସଭାରେ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାୟୁ ପ୍ରଦୂଷଣ ନେଇ ସେ କହିଛନ୍ତି, ବାୟୁ ପ୍ରଦୂଷଣ ପାଇଁ ଆମକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ଆମ ସ୍ଵାସ୍ଥ୍ୟ ଏବଂ ଅର୍ଥନୀତି ଉଭୟ ପ୍ରଭାବିତ ହେଉଛି। ଲକ୍ଷ ଲକ୍ଷ ସାଧାରଣ ଭାରତୀୟ ପ୍ରତିଦିନ ଏହି ବୋଝ ଉଠାଉଛନ୍ତି।ଖାସକରି ପିଲା ଏବଂ ବୃଦ୍ଧମାନେ ସବୁଠାରୁ ଅଧିକ କଷ୍ଟ ପାଉଛନ୍ତି। ରାହୁଲ ଆହୁରି କହିଛନ୍ତି, ନିର୍ମାଣ ଶ୍ରମିକ ଏବଂ ଦିନ ମଜୁରିଆଙ୍କ ଜୀବିକା ବିଶେଷ ଭାବରେ ପ୍ରଭାବିତ ହେଉଛି। ଏହି ସଙ୍କଟକୁ ଆଗାମୀ ଶୀତ ୠତୁ ପର୍ଯ୍ୟନ୍ତ ଅଣଦେଖା କରିହେବନାହିଁ । ଏହାକୁ ରୋକିବାକୁ ହେଲେ ସମସ୍ତଙ୍କୁ ସ୍ଵର ଉଠାଇବାକୁ ପଡ଼ିବ। ଆପଣଙ୍କ ସ୍ୱର ଗୁରୁତ୍ୱପୂର୍ଣ୍ଣ, ଆପଣ ସ୍ଵର ଉଠାନ୍ତୁ ଏହାକୁ ବଳ ଯୋଗାଇବା ମୋର କର୍ତ୍ତବ୍ୟ। ଆହୁରି ପଢ଼ନ୍ତୁ:AI: ଏଆଇ ପ୍ରଭାବରେ ବିକଶିତ ଦେଶଗୁଡ଼ିକରେ ୬୦ ପ୍ରତିଶତ ଚାକିରି ଲୋପ ପାଇବ: ଆଇଏମ୍ଏଫ୍ ପ୍ରାୟ ୧୦୦ ଦିନ ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ଉନ୍ନତ ହୋଇଛି। ଶୁକ୍ରବାର ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ପରେ, ଦିଲ୍ଲୀ ପ୍ରଦୂଷଣ ସାମାନ୍ୟ କମିଛି। ଶନିବାର, AQI ୨୪୨ ରୁ ୨୫୬ ମଧ୍ୟରେ ରେକର୍ଡ କରାଯାଇଥିଲା, ଯେତେବେଳେ ଅପରାହ୍ନ ସୁଦ୍ଧା ଏହା ପ୍ରାୟ ୧୯୦ ଥିଲା। ସେହିପରି, ଆଜି, ଦିଲ୍ଲୀର AQI ୧୫୫ ରେକର୍ଡ କରାଯାଇଛି।
ଦିଲ୍ଲୀର ବାୟୁ ପ୍ରଦୂଷଣ ସଙ୍କଟ ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ଜୀବିକା ପ୍ରତି ବିପଦ
Sambad•
%2Fsambad%2Fmedia%2Fmedia_files%2F2026%2F01%2F25%2F25bbs_40_25012026_112-2026-01-25-20-21-48.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.