ଗୁଡାରି, ୪।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲା ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥ ତଥା ବଂଶଧାରା ନଦୀ ପୋଲଠାରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୧ କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଛୋଟ ବଡ ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଲୋକେ ଏଠାରେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ସାମାନ୍ୟ ବର୍ଷା ହେଲେ ଖାଲଖମାରେ ପାଣି ଭର୍ତ୍ତି ହୋଇ ରହୁଥିବାରୁ ପୋଖରୀ ଭ୍ରମ ସୃଷ୍ଟି କରିଥାଏ। କାଦୁଅ ରାସ୍ତାରେ ପାଣି ଜମିବା ଫଳରେ ଯାତାୟାତରେ ବାଧା ହୋଇଥାଏ। ରାସ୍ତାରେ ପ୍ରତିଦିନ ଶହ ଶହ ଗାଡିମୋଟର ଯାତାୟାତ କରୁଥିବାବେଳେ ଆମ୍ବୁଲାନ୍ସ, ଛାତ୍ରୀଛାତ୍ର ସାଇକେଲ ଓ ଚାଲି ଚାଲି ସ୍କୁଲ, କଲେଜକୁ ଯାଆସ କରିବାକୁ ବହୁ ହଇରାଣ ହେଉଛନ୍ତି। କିଛି ଦିନ ପୂର୍ବେ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଗୁଡାରି ଗସ୍ତ ସମୟରେ ଏହି ରାସ୍ତାର ମରାମତି ଓ ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ‘ୟୁଥ ଫର ଚେଞ୍ଜ’ ଯୁବଗୋଷ୍ଠୀ ଜିଲାପାଳଙ୍କୁ ଭେଟି ଦରଖାସ୍ତ ଦେଇଥିଲେ। ରାସ୍ତାର ମରାମତି ନିମନ୍ତେ ଜିଲାପାଳ ବିଭାଗୀୟ ଅଧିକାରୀ ଓ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀଙ୍କ ସହ ଆଲୋଚନା କରିଥିଲେ ଏବଂ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆସନ୍ତା ବର୍ଷାଋତୁ ଆରମ୍ଭ ପୂର୍ବରୁ ଏହି ରାସ୍ତା ମରାମତି ନ କଲେ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡ଼ିବ। ତେଣୁ ତୁରନ୍ତ ରାସ୍ତା ମରାମତି ପାଇଁ ସାଧାରଣରେ ଦାବି ହୋଇଛି।
ଦୟନୀୟ ଅବସ୍ଥାରେ ରାୟଗଡ଼ ଜିଲ୍ଲାର ଗୁଦାରୀ ସଡ଼କ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.