ନୂଆଦିଲ୍ଲୀ, ୧୯/୦୩ : ଥିଏଟରରେ ଧୁରନ୍ଧର-୨। ରଣବୀର ସିଂଙ୍କ ରୋଲ୍ କୁ ପସନ୍ଦ କରୁଛନ୍ତି ପ୍ରଶଂସକ। ସଞ୍ଜୟ ଦତ୍ତ ଏବଂ ଅର୍ଜୁନ ରାମପାଲ ବି ଦେଉଛନ୍ତି ବରାବର ଟକ୍କର। ନିର୍ଦ୍ଦେଶନାରେ ଦର୍ଶକଙ୍କ ମନ ଜିଣିଗଲେ ଆଦିତ୍ୟ ଘର। ବ୍ୟାକଗ୍ରାଉଣ୍ଡ୍ ସ୍କୋର୍ ଠାରୁ ନେଇ ଭିଏଫଏକ୍ସ ଯାଏଁ ଫିଲ୍ମରେ ସବୁ ଜବରଦସ୍ତ। ହେଲେ ଧୁରନ୍ଧର-୨ରେ କିଏ ଖେଳିଲେ ଅସଲି ବାଜି ? ରଣବୀର ସିଂ କି ସଞ୍ଜୁ ବାବା ନା ଅର୍ଜୁନ ରାମପାଲ... ଫିଲ୍ମରେ କାହାର ଭୂମିକା ସବୁଠୁ ଅଧିକ ଦମଦାର୍ ? ଧୁରନ୍ଧର-୨ ଅସଲି ଖାଳାଳି କିଏ ? ସାଧାରଣତଃ ଫିଲ୍ମରେ ହିରୋ-ହିରୋଇନ୍ ଏବଂ ଭିଲେନଙ୍କ ଉପରେ ଥାଏ ସବୁଠୁ ଅଧିକ ଫୋକସ୍। ହେଲେ ସିନେମାରେ ଏମିତି ଜଣେ ଜଣେ କଳାକାର ଥାଆନ୍ତି ଯେଉଁମାନଙ୍କୁ ସ୍କ୍ରିନ୍ ଟାଇମ୍ ଖୁବ୍ କମ୍ ମିଳେ କିନ୍ତୁ ତାଙ୍କ ଭୂମିକା ଫିଲ୍ମରେ ବୁଷ୍ଟର ଭଳି କାମ ଦିଏ। ଧୁରନ୍ଧର-୨ରେ ଏହି କଳାକାର ହେଉଛନ୍ତି ଜମିଲ ଜମାଲି ଅର୍ଥାତ୍ ରାକେଶ ବେଦି। ସେ ହମଜାଙ୍କ ଶ୍ଵଶୁର ଭୂମିକାରେ ଅଭିନୟ କରିଛନ୍ତି। ରାକେଶ ବେଦିଙ୍କ ଭୂମିକାକୁ ଫନି ଟଚ୍ ଦିଆଯାଇଛି। ସେ ହିଁ ହେଉଛନ୍ତି ଅସଲ ମାଷ୍ଟରମାଇଣ୍ଡ। ଯିଏ ପ୍ରଥମେ ଶାସନରେ ଥିଲେ। ପରେ ରହମାନ ଡକୈତଙ୍କ ସହ ରହି ପୁରା ପ୍ଲାନିଂ ବିଷୟରେ ଜାଣିଥିଲେ। ଏହାପରେ ହମଜା ସହ ହାତ ମିଶେଇ ରହମାନକୁ ରାସ୍ତାରୁ ହଟାଇଦେଲେ। ତେବେ ଫିଲ୍ମରେ କେବେ ସେ ହମଜାଙ୍କ ବିରୋଧରେ ତ ଆଉ କେବେ ଶତ୍ରୁଙ୍କ ପକ୍ଷରେ ରହିଥିବା ଦେଖିବାକୁ ମିଳିବେ। ଶେଷରେ ଖୁଲାସା ହେବ ଯେ, ପାକିସ୍ତାନରେ ବର୍ଷ ବର୍ଷ ଧରି ଯେଉଁ ଇଣ୍ଡିଆନ ସ୍ପାଇ ଥିଲେ ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଜମିଲ ଜମାଲି। ହମଜାଙ୍କୁ ଏୟାରପୋର୍ଟରେ ଛାଡ଼ିବା ପରେ ତାଙ୍କର ଖୁଲାସା ହେଉଛି। ରାକେଶ ବେଦୀ ଶେଷରେ ହମଜାକୁ କହୁଛନ୍ତି ଯେ, ଦାଉଦଙ୍କ ସ୍ୱାସ୍ଥ୍ୟ ତାଙ୍କ ଯୋଗୁଁ ଖରାପ ହୋଇଥିଲା। ସେ ହିଁ ବିଗ୍ ବସ୍ ଙ୍କୁ ବିଷ ଦେଇଥିଲେ। ତେଣୁ ସେ ହିଁ ଫିଲ୍ମର ସବୁଠାରୁ ବଡ଼ ଖେଳାଳି ବୋଲି କୁହାଯାଉଛି। ଯିଏକି ପାକିସ୍ତାନରେ ରହି ଭାରତକୁ ସୂଚନା ଦେଉଥିବା ମାଷ୍ଟରମାଇଣ୍ଡ। ଏହି ଖବରଟିକୁ ପଢନ୍ତୁ-ଥିଏଟର୍ରେ ‘ଧୁରନ୍ଧର୍: ଦ ରିଭେଞ୍ଜ’: ପ୍ରଶଂସାରେ ପୋତିଲେ, ଦର୍ଶକଙ୍କୁ ଫିଲ୍ମ ଦେଖିବାକୁ ଅପିଲ କଲେ ପ୍ରଶଂସକ
ଧୁରନ୍ଧର-2: ରଣବୀର ସିଂ ଚମକନ୍ତି, କିନ୍ତୁ ରାକେଶ ବେଦୀ ଶୋ'କୁ ବନ୍ଦ କରିଦିଅନ୍ତି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.