Achira News Logo
Achira News

ଧର୍ମଶାଳାରେ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ ଦୋକାନରେ ଅଗ୍ନିକାଣ୍ଡ

Prameya
ଧର୍ମଶାଳାରେ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ ଦୋକାନରେ ଅଗ୍ନିକାଣ୍ଡ
Full News
Share:

ଧର୍ମଶାଳା, ୨୦।୩: ଜାରକା ଶାନ୍ତି ବଜାର ଠାରେ ଥିବା ଏକ ବୈଦୁତିକ ଘରୋଇ ଉପକରଣ ମରାମତି ଦୋକାନରେ ଅଗ୍ନିକାଣ୍ଡ । ଶୁକ୍ରବାର ଭୋରରୁ ବିଦ୍ୟୁତ୍ ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଛି । ଫଳରେ ଦୋକାନରେ ମରାମତି ପାଇଁ ରହିଥିବା ଲକ୍ଷାଧିକ ଟଙ୍କାର ବହୁ ଏସି, ୱାସିଙ୍ଗ ମେସିନ, ଫ୍ରିଜ୍, ଗ୍ୟାସ୍ ସିଲିଣ୍ଡର ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବୈଦୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଏହା ବି ପଢ଼ନ୍ତୁ...​​​​​​​ଜାତୀୟ ରାଜପଥରେ କାର୍ ଦୁର୍ଘଟଣାଗ୍ରସ୍ତ; ଜୁନାଗଡ଼ ବଳଦିଆମାଳରେ ଡାକ୍ତରଙ୍କ ଅକାଳ ବିୟୋଗ ସୂଚନା ଅନୁଯାୟୀ, ସ୍ଥାନୀୟ ମଣିନାଥପୁର ଗ୍ରାମର ଡଷ୍ଟେଗିରି ଅହମ୍ମଦ ସିଦିକଙ୍କ ଶାନ୍ତି ବଜାରଠାରେ ଥିବା କୁଲ ଟେକ୍‌ରେ ଫ୍ରିଜେଶନ ନାମକ ଘରୋଇ ବୈଦୁତିକ ଉପକରଣ ମରାମତି ଦୋକାନରେ ହଠାତ୍ ନିଆଁ ଲାଗିଥିଲା । ଭୋର ୬ଟା ପାଖାପାଖି ସମୟରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ବେଳେ ସ୍ଥାନୀୟ ଲୋକ ଦେଖିବାକୁ ପାଇବା ପରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ । କିନ୍ତୁ, ନିଆଁ ପାଖାପାଖି ଘଣ୍ଟାଏ ପୂର୍ବରୁ ଲାଗିଥିବାରୁ ଭିତରେ ଥିବା ଏକ ଲ୍ୟାପଟପ୍ ସମେତ ମରାମତି ପାଇଁ ଥିବା ଏସି, ୱାସିଙ୍ଗ ମେସିନ, ଫ୍ରିଜ୍, ଗ୍ୟାସ ସିଲିଣ୍ଡର ଆଦି ସମ୍ପୂର୍ଣ୍ଣ ଜଳିଯାଇଛି । ଦମକଳ ବାହିନୀ ପହଞ୍ଚି ପାଣି ସ୍ପ୍ରେ କରି ନିଆଁକୁ ଆୟତ୍ତ କରି ଥିଲେ ହେଁ କୌଣସି ଜିନିଷ ଉଦ୍ଧାର ହୋଇପାରି ନଥିଲା । ପାଖରେ ଥିବା ଦୋକାନୀମାନେ ଭୟଭୀତ ହୋଇ ସେମାନଙ୍କ ଜିନିଷ ସବୁ ମଧ୍ୟ ବାହାର କରିଦେଇଥିବା ଦେଖିବାକୁ ମିଳିଥିଲା । କାଲି ରାତି ୯ଟା ବେଳେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଓ ପାଖାପାଖି ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ଗ୍ରାହକଙ୍କ ବୈଦୁତିକ ସାମଗ୍ରୀ ଥିଲା ବୋଲି ମାଲିକ କହିଛନ୍ତି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଧର୍ମଶାଳାରେ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ ଦୋକାନରେ ଅଗ୍ନିକାଣ୍ଡ | Achira News