Achira News Logo
Achira News

ନୂଆପାଡ଼ାରେ ଭାରତୀୟ ପୋଲିସ କାଶ ସିରପ୍ ଜବତ କରି ତିନି ଜଣଙ୍କୁ ଗିରଫ କରିଛି।

Dharitri
ନୂଆପାଡ଼ାରେ ଭାରତୀୟ ପୋଲିସ କାଶ ସିରପ୍ ଜବତ କରି ତିନି ଜଣଙ୍କୁ ଗିରଫ କରିଛି।
Full News
Share:

ନୂଆପଡ଼ା,୪ା୫(ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ଥାନା ପୋଲିସ ୧୪୩ ବୋତଲ କଫ୍‌ ସିରପ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ରବିବାର ସଦର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ଖିଲେଶ୍ୱର ସାହୁ ସୂଚନା ଦେଇଛନ୍ତି। ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ.୧୨ ସିରତୋଲ ପୋଖରୀ ପାଖରେ କୋରେକ୍ସ (କଫ୍‌ ସିରପ) ଅବାଧରେ ବିକ୍ରୟ ହେଉଛି ବୋଲି ନୂଆପଡ଼ା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ସଦର ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ଏକ ଟିମ୍‌ ସିରତୋଲ ପୋଖରୀ ଚତୁଃପାର୍ଶ୍ୱରେ ଘେରି ଯାଇ ୩ ଯୁବକଙ୍କୁ କାବୁ କରିଥିଲେ। ସେଠାରୁ କୋରେକ୍ସ ଥିବା ୨ଟି ବ୍ୟାଗକୁ ଜବତ କରିଥିଲେ। ଅଭିଯୁକ୍ତମାନେ ହେଲେ ନୂଆପଡ଼ା ଅଞ୍ଚଳର ରଞ୍ଜନ ଓରଫ ଟିଟୁ ଦାସ(୪୧), ଅରବିନ୍ଦ ନାଏକ (୨୦) ଓ ଡଲୁ ଓରଫ ସୁଧୀର ନାଗ (୨୬)।ସିରତୋଲ ପୋଖରୀ ସମ୍ମୁଖରେ ପ୍ରତିଦିନ ବାହାର ଲୋକ କୋରେକ୍ସ ବା କଫ୍‌ ସିରପ ଆଣି ସ୍ଥାନୀୟ ବେପାରୀଙ୍କୁ ଯୋଗାଇଥାନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହା ଉପରେ ସଦର ଥାନା ପୋଲିସ ନଜର ରଖି ଶନିବାର କୌଣସି ସୂତ୍ରରୁ ଖବର ପାଇ କଫ୍‌ ସିରପ ଆଣି ଯୋଗାଣ କରୁଥିବା ସମୟରେ ମାଡ଼ି ବସିଥିଲା। ଅଭିଯୁକ୍ତମାନେ ଧରିଥିବା ୨ଟି ବ୍ୟାଗକୁ ଯାଞ୍ଚ କରିବାରୁ ୧୪୩ଟି କଫ୍‌ ସିରପ ବାହାରିଥିଲା। କଫ୍‌ ସିରପ ସହ ଗୋଟିଏ ମୋବାଇଲ ଓ ନଗଦ ୧ ହଜାର ୫୦ ଟଙ୍କା ଜବତ କରାଯାଇଛି। ଏନେଇ ନୂଆପଡ଼ା ସଦର ଥାନାରେ ଏକ ମାମଲା (ନଂ.୯୩/୨୦୨୬) ରୁଜୁ ହୋଇଛି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ନୂଆପାଡ଼ାରେ ଭାରତୀୟ ପୋଲିସ କାଶ ସିରପ୍ ଜବତ କରି ତିନି ଜଣଙ୍କୁ ଗିରଫ କରିଛି। | Achira News