ନବରଙ୍ଗପୁର: ଏକ ହତ୍ୟା ମାମଲାର ତଦନ୍ତ ସମୟରେ ଗୁରୁତର ତ୍ରୁଟି କରିଛି ନବରଙ୍ଗପୁରଜିଲ୍ଲାମୈଦଲପୁର ଥାନାପୁଲିସ। ଏତଲାରେ ବୟସ ଭୁଲ୍ ଉଲ୍ଲେଖ କରି ନାବାଳକ ଅଭିଯୁକ୍ତକୁ ସାବାଳକ ଦର୍ଶାଇ ଅନ୍ୟ ଅଭିଯୁକ୍ତଙ୍କ ସହ କୋର୍ଟଚାଲାଣ କରିବାରୁ ୨୦ ଦିନ ଜେଲ୍ କୋଠରିରେ ରହିବାକୁ ପଡ଼ିଛି ନାବାଳକକୁ। ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ହସ୍ତକ୍ଷେପ ପରେ ନାବାଳକକୁ ଜେଲ୍ରୁ ବାହାର କରାଯାଇ ଭବାନୀପାଟଣା ବାଳ ସ୍ବଧାରଗୃହକୁ ପଠାଯାଇଥିବା ନବରଙ୍ଗପୁର ଉପକାରାଗାର ଅଧୀକ୍ଷକ ଦେବେନ୍ଦ୍ର ଥାଟି କହିଛନ୍ତି। Jail DG gets: ରାଗିଗଲେ ଜେଲ୍ ଡିଜି, ଖୋଲିଦେଲେ ଗୁମର ଗତ ଫେବ୍ରୁଆରି ୨୨ ତାରିଖରେ ମୈଦଲପୁର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିଲା। ଘଟଣାର ତଦନ୍ତ କରି ପୁଲିସ ନାବାଳକ ସହ ତାଙ୍କ ପରିବାରର ୭ ଜଣ ଓ ଅନ୍ୟ ୩ ଜଣଙ୍କୁ ଥାନାକୁ ଉଠାଇ ଆଣି ୨୪ ତାରିଖରେ କୋର୍ଟଚାଲାଣ କରିଥିଲା। ଗିରଫ ହେବା ଦିନଠାରୁ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଉପକାରାଗାରର ଗୋଟିଏ ୱାର୍ଡରେ ୨୮ ଅନ୍ତେବାସୀଙ୍କ ସହ ନାବାଳକଜଣକ ରହିଥିଲେ। ମାର୍ଚ୍ଚ ୫ରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟ୍ରାର ଶାଶ୍ବତୀ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଆଇନ ପରାମର୍ଶଦାତା ଜେଲ୍ ପରିଦର୍ଶନରେ ଯାଇଥିଲେ। ସେଠାରେ ନାବାଳକଙ୍କ ସହ ଆଲୋଚନା ବେଳେ ତାର ବୟସ ଓ ଅପରାଧ ସଂପର୍କରେ ଜାଣିବାକୁ ପାଇଥିଲେ। ନାବାଳକ ୨୦୦୯ରେ ଜନ୍ମ ହୋଇଥିବା କହିବା ପରେ ୧୭ ବର୍ଷ ବୟସରେ ପୁଲିସ ଜେଲ୍ ପଠାଇଥିବା ଡିଏଲ୍ଏସ୍ଏର ଭାରପ୍ରାପ୍ତ ସଚିବ ଜିଲ୍ଲା ଦୌରାଜଜଙ୍କୁ ଅବଗତ କରିଥିଲେ। Conspiracy going on in jail to kill Imran Khan: ଇମ୍ରାନ ଖାନଙ୍କୁ ମାରିବା ପାଇଁ ଜେଲରେ ଚାଲିଛି ଷଡ଼ଯନ୍ତ୍ର, ଭଉଣୀ ଆଣିଲେ ଅଭିଯୋଗ ବୟସ ତ୍ରୁଟି, ୨୮ କଏଦୀଙ୍କ ସହ ଗୋଟିଏ ସେଲ୍ରେନ୍ୟାୟ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହେବ ଜିଲ୍ଲା ଦୌରାଜଜ୍ଙ୍କ ନିର୍ଦ୍ଦେଶକ୍ରମେ ନାବାଳକର ପରିବାରବର୍ଗ ସ୍କୁଲ୍ ପ୍ରମାଣପତ୍ର ଉପକାରାଗାର ଓ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଦାଖଲ କରିଥିଲେ।ସ୍କୁଲପ୍ରମାଣପତ୍ର ଦେଖିବା ପରେ ନାବାଳକଙ୍କୁ ତୁରନ୍ତ ଜେଲ୍ କୋଠରିରୁ ବାହାର କରାଯାଇ ବାଳ ସ୍ବଧାରଗୃହକୁ ପଠାଯାଇଛି। ଏ ନେଇ ମୈଦଲପୁର ଥାନା ଅଧିକାରୀ ଯୁଗଳ କିଶୋର ଶବର କହିଛନ୍ତି, ନାବାଳକ ସ୍କୁଲରେ ପଢ଼ୁଥିବା ଆଡମିସନ୍ ରେଜିଷ୍ଟରରେ ଜନ୍ମ ୨୦୦୪ ଉଲ୍ଲେଖ ଥିଲା। ପୁଲିସ ନାବାଳକକୁ କୋର୍ଟଚାଲାଣ ପୂର୍ବରୁ ଆବଶ୍ୟକ ଯାଞ୍ଚ ଓ ପ୍ରମାଣପତ୍ର ସଂଗ୍ରହ କରିବାର ଥିଲା ବୋଲି କହିଛନ୍ତି ସରକାରୀ ଓକିଲ ଝାଡେଶ୍ବର ଖାଡ଼ଙ୍ଗା। ଏଭଳି ଘଟଣା ପାଇଁ ପୁଲିସ କାହିଁକି ଦାୟୀ ହେବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ନ୍ୟାୟ ଓ ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି। ଉପଯୁକ୍ତ ତଦନ୍ତ ନ କରି ଜଣେ ନାବାଳକଙ୍କୁ ବାଳ ସ୍ବଧାରଗୃହକୁ ନେବା ବଦଳରେ କାରାଗାରକୁ ପଠାଇବା ମାନବାଧିକାରର କ୍ଷୁଣ୍ଣ ବୋଲି ଆଇନଜୀବୀ ସନ୍ତୋଷ ମିଶ୍ର କହିଛନ୍ତି। ମାମଲା କୋର୍ଟରେ ବିଚାରାଧୀନ ଥିବାରୁ କୋର୍ଟ ହିଁ ନାବାଳକଙ୍କୁ ଉପଯୁକ୍ତ ନ୍ୟାୟ ଦେଇପାରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ନବରଙ୍ଗପୁର ହତ୍ୟାକାଣ୍ଡ ତଦନ୍ତରେ ତ୍ରୁଟି ପଦାକୁ ଆସିଲା, ନାବାଳକ ଜେଲରୁ ମୁକୁଳିଲା
Sambad•
%2Fsambad%2Fmedia%2Fmedia_files%2F2026%2F01%2F22%2Fjail-2026-01-22-16-20-34.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.