Achira News Logo
Achira News

ନ୍ଯ଼ୁଜିଲ୍ଯ଼ାଣ୍ଡର ଶିଳ୍ପ ଓ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଭାରତୀଯ଼ ବାଣିଜ୍ଯ଼ ଦୂତାବାସ ମୁଖ୍ଯ଼

Prameya
ନ୍ଯ଼ୁଜିଲ୍ଯ଼ାଣ୍ଡର ଶିଳ୍ପ ଓ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଭାରତୀଯ଼ ବାଣିଜ୍ଯ଼ ଦୂତାବାସ ମୁଖ୍ଯ଼
Full News
Share:

ଭୁବନେଶ୍ୱର,୨୪/୧୨ : ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଲୋକସେବା ଭବନଠାରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଭାରତର ବାଣିଜ୍ୟିକ ଦୂତ ଦାୟିତ୍ବରେ ରହିଥିବା ଡକ୍ଟର ମଦନ ମୋହନ ସେଠୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ନ୍ୟୁଜିଲ୍ୟାଣ୍ଡ ଓ ଓଡ଼ିଶା ମଧ୍ୟରେ ପ୍ରଯୁକ୍ତି ବିଦ୍ୟାର ଆଦାନ ପ୍ରଦାନ ନେଇ ଆଲୋଚନା ହୋଇଥିଲା । ବିଶ୍ବ ବଜାରରେ ଓଡ଼ିଶା ଉତ୍ପାଦର ପ୍ରଚାର ପ୍ରସାର ଦିଗରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗୁରୁତ୍ବାରୋପ କରିଥିଲେ। ​​​​​​​ ନ୍ୟୁଜିଲ୍ୟାଣ୍ଡଠାରେ ରାଜ୍ୟର ହସ୍ତକଳା ପ୍ରଦର୍ଶନୀ ନେଇ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରସ୍ତାବ ରଖିଥିଲେ । ନ୍ୟୁଜିଲ୍ୟାଣ୍ଡର ଦକ୍ଷତା ବିକାଶ, କୃଷି, ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ, ଶିଳ୍ପର ଅଭିବୃଦ୍ଧି ଓ ପୁଞ୍ଜିନିବେଶ ନେଇ ବିଭିନ୍ନ ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା । ସୂଚନାଯୋଗ୍ୟ ଯେ, ଅକଲ୍ୟାଣ୍ଡରେ ଭାରତର ବାଣିଜ୍ୟିକ ଦୂତ ଦାୟିତ୍ବରେ ରହିଥିବା ଡକ୍ଟର ମଦନ ମୋହନ ସେଠୀ ଚଳିତ ମାସ ୨୧ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ରହିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ନ୍ଯ଼ୁଜିଲ୍ଯ଼ାଣ୍ଡର ଶିଳ୍ପ ଓ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଭାରତୀଯ଼ ବାଣିଜ୍ଯ଼ ଦୂତାବାସ ମୁଖ୍ଯ଼ | Achira News