Achira News Logo
Achira News

ନୀଳଗିରି ସହରରୁ ବୁଲୁଥିବା ଷଣ୍ଢ ଏବଂ ଗୋରୁ ଚୋରି କରୁଛି ଗ୍ୟାଙ୍ଗ

Samaja
ନୀଳଗିରି ସହରରୁ ବୁଲୁଥିବା ଷଣ୍ଢ ଏବଂ ଗୋରୁ ଚୋରି କରୁଛି ଗ୍ୟାଙ୍ଗ
Full News
Share:

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିରେ ବିଳମ୍ବିତ ରାତିରେ ଏକ ଗ୍ୟାଙ୍ଗ ସହରରୁ ବୁଲା ଷଣ୍ଢ ଓ ଗାଈଗୋରୁଙ୍କୁ ପିକ୍‌ଅପରେ ଉଠାଇ ନେବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳିଦେଇଛି । ଏହି ଘଟଣା ସ୍ଥାନୀୟ ପୁଲିସ ପାଇଁ ମଧ୍ୟ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରବିବାର ରାତି ପ୍ରାୟ ୧ଟା ୪୦ମିନିଟ ସମୟରେ ଗୋଟିଏ ବାଇକ୍‌ରେ ୨ଜଣ ଦୁର୍ବୃତ୍ତ ପହଞ୍ଚି ପଘାରେ ଷଣ୍ଢଙ୍କୁ ଫାଶ ପକାଇ ପିକ୍‌ଅପରେ ଭର୍ତ୍ତି କରୁଥିଲେ । ପିକ୍‌ଅପ ଭିତରେ ମଧ୍ୟ ଏହି ଗ୍ୟାଙ୍ଗରେ ୫/୭ଜଣ ଦୁର୍ବୃତ୍ତ ଖଣ୍ଡା ଭୁଜାଲି ଧରି ଗୋରୁଙ୍କୁ ଟେକି ନେବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ନୀଳଗିରି ସହର ହାଟଛକ ନିକଟରେ ଏଭଳି କାରନାମା ହୋଇଥିଲେ ମଧ୍ୟ ପୁଲିସକୁ କୌଣସି ପ୍ରକାର ସୂଚନା ମିଳି ପାରିନଥିଲା । କ୍ରମାଗତଭାବେ ଅଞ୍ଚଳର ଲୋକଙ୍କ ଗୋରୁଗାଈ ଚୋରି ବୃଦ୍ଧି ଯୋଗୁ ଅସନ୍ତୋଷ ସୃଷ୍ଟି ହୋଇଛି । ଏଥିପ୍ରତି ପୁଲିସ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ନୀଳଗିରି ସହରରୁ ବୁଲୁଥିବା ଷଣ୍ଢ ଏବଂ ଗୋରୁ ଚୋରି କରୁଛି ଗ୍ୟାଙ୍ଗ | Achira News