Achira News Logo
Achira News

ପାକିସ୍ତାନ ଟି-20 ବିଶ୍ୱକପ୍ ବାତିଲ ଭାରତ ସହ ନ ଖେଳିବାର ନିଷ୍ପତ୍ତିକୁ ବିସିସିଆଇ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା

Prameya
ପାକିସ୍ତାନ ଟି-20 ବିଶ୍ୱକପ୍ ବାତିଲ ଭାରତ ସହ ନ ଖେଳିବାର ନିଷ୍ପତ୍ତିକୁ ବିସିସିଆଇ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା
Full News
Share:

ନୂଆଦିଲ୍ଲୀ,୦୨/୦୨;ଟି-୨୦ ବିଶ୍ୱକପ୍‌ରେ ଭାରତ ସହିତ ମ୍ୟାଚ୍ ନ ଖେଳିବା ନିଷ୍ପତ୍ତି ଉପରେ ବିସିସିଆଇର ପ୍ରଥମ ପ୍ରତିକ୍ରିୟା ଆସିଛି । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ପାକିସ୍ତାନର ମତ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଇସିସି ସହିତ କୌଣସି ଆଲୋଚନା ନହେବା ପର୍ଯ୍ୟନ୍ତ ବିସିସିଆଇ ଆଉ କୌଣସି ନିଷ୍ପତ୍ତି ନେବ ନାହିଁ ।ବିସିସିଆଇ ଉପସଭାପତି ତଥା ସାଂସଦ ରାଜୀବ ଶୁକ୍ଳା କହିଛନ୍ତି, ଆଇସିସିରବଡ଼ ବିବୃତ୍ତିଆସିଛି । ସେ ଖେଳର ଭାବନାକୁ ନେଇ କହିଛନ୍ତି । ଆମେ ଆଇସିସି ସହ ସମ୍ପୂର୍ଣ୍ଣ ସହମତ । ଯେପର୍ଯ୍ୟନ୍ତ ଆଇସିସି ସହ ଆମର ସମ୍ପୂର୍ଣ୍ଣ ଆଲୋଚନା ନହୋଇଛି ସେ ପର୍ଯ୍ୟନ୍ତ ବିସିସିଆଇ କିଛି ପ୍ରତିକ୍ରିୟା ଦେବ ନାହିଁ । ଏହା ବି ପଢନ୍ତୁ...ଭାରତ ସହ ବିଶ୍ୱକପ ନଖେଳିବା ନିଷ୍ପତ୍ତି ପଡ଼ିବ ଭାରି; ଖାଲି ହେବ ପାକ୍ ରାଜକୋଷ, ହେବ ବଡ଼ ଆକ୍ସନ ​​​​​​​ସଲମାନ ଅଲି ଆଘାଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ଭାରତ, ନାମ୍ବିବିଆ, ନେଦରଲ୍ୟାଣ୍ଡ ଏବଂ ଆମେରିକା ସହିତ ୨୦୨୬ ଟି୨୦ ବିଶ୍ୱକପ୍ ଗ୍ରୁପ୍ ଏରେ ରହିଛି। ପାକିସ୍ତାନ ଫେବୃଆରୀ ୭ ତାରିଖରେ କଲମ୍ବୋରେ ନେଦରଲ୍ୟାଣ୍ଡ ବିପକ୍ଷରେ ତାର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ବିଶ୍ୱକପ୍ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା, କିନ୍ତୁ ଆଇସିସି ଏହି ଅନୁରୋଧକୁ ଗ୍ରହଣ କରିବାକୁ ମନା କରିଦେଇଥିଲା । ଫଳସ୍ୱରୂପ, ପୁରୁଷ ଟି୨୦ ବିଶ୍ୱକପରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ସ୍କଟଲାଣ୍ଡକୁ ଗ୍ରୁପ୍ ସିରେ ସାମିଲ କରାଯାଇଛି । ଏବେ ପାକିସ୍ତାନ ପୁଣି କେଁ ବାହାର କରିଛି । ଭାରତ ସହ ବିଶ୍ୱକପ ମ୍ୟାଚ ଖେଳିବନାହିଁ ବୋଲି ନିଷ୍ପତ୍ତି ନେଇଛି । ପାକିସ୍ତାନ ସରକାରଙ୍କ ସରକାରୀ 'X' ଆକାଉଣ୍ଟରେ କୁହାଯାଇଛି, "ପାକିସ୍ତାନ ଇସଲାମିକ ଗଣରାଜ୍ୟ ସରକାର ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ଅଂଶଗ୍ରହଣକୁ ଅନୁମୋଦନ କରିଛନ୍ତି, କିନ୍ତୁ ପାକିସ୍ତାନ କ୍ରିକେଟ ଦଳ ୧୫ ଫେବୃଆରୀ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇବ ନାହିଁ। "

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ପାକିସ୍ତାନ ଟି-20 ବିଶ୍ୱକପ୍ ବାତିଲ ଭାରତ ସହ ନ ଖେଳିବାର ନିଷ୍ପତ୍ତିକୁ ବିସିସିଆଇ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା | Achira News