ଦୁବାଇ:ପାକିସ୍ତାନଯୋଗୁଁ ଏଥରର ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁଁ ଆକ୍ସନ ମୋଡକୁ ଚାଲିଆସିଛି ଅନ୍ତର୍ଜାତୀୟକ୍ରିକେଟ୍ପରିଷଦ (ଆଇସିସି)। ଏହି ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ଆଲୋଚନା ପାଇଁ ଏକ ଜରୁରୀ ବୋର୍ଡ ବୈଠକ ଡକାଇଛି । ବୈଠକଟି ମଙ୍ଗଳବାର କିମ୍ବା ବୁଧବାର ବସିପାରେ। ଏହି ବୈଠକରେ ପାକିସ୍ତାନର ନିଷ୍ପତ୍ତି ଓ ବିଶ୍ବକପ୍ ଉପରେ ପଡ଼ିବାକୁ ଥିବା ପ୍ରଭାବ ଉପରେ ଆଲୋଚନା ହୋଇପାରେ। ଏହା ସହିତ ଯଦି ପାକିସ୍ତାନ ନିଜ ନିଷ୍ପତ୍ତିର ପୁନର୍ବିଚାର ନ କରେ ତେବେ ପିସିବି ବିରୋଧରେ ନିଆଯିବାକୁ ଥିବା ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ସଂପର୍କରେ ବି ଆଲୋଚନା ହୋଇପାରେ। ତେବେ ଆଇସିସି ସ୍ପଷ୍ଟ କରିଛି ଯେ ଭାରତ ବିପକ୍ଷ ମ୍ୟାଚ ବର୍ଜନ ସଂପର୍କରେ ପିସିବି ଏପର୍ଯ୍ୟନ୍ତ କୌଣସି ଔପଚାରିକ ପତ୍ର ପଠାଇନାହିଁ। ରବିବାର ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଆସିବା ପରେ ଆଇସିସି ପକ୍ଷରୁ ଏକ ବୟାନ ଜାରି କରି ପାକିସ୍ତାନକୁ ଚେତାବନୀ ଦିଆଯାଇଥିଲା। ଆଇସିସି ପକ୍ଷରୁ କୁହାଯାଇଥିଲା ଯେ କୌଣସି ଦେଶର ନୀତିକୁ ନେଇ ସରକାରମାନଙ୍କ ଭୂମିକାକୁ ଆଇସିସି ସମ୍ମାନ ଜଣାଉଥିଲେ ବି ଏହି ନିଷ୍ପତ୍ତି କ୍ରିକେଟର ସ୍ବାର୍ଥ ତଥା ପାକିସ୍ତାନ ସମେତ ସାରା ବିଶ୍ବରେ ଥିବା କୋଟି କୋଟି ପ୍ରଶଂସକଙ୍କ ସ୍ବାର୍ଥର ଅନୁକୂଳ ନୁହେଁ। ନିଜ ଦେଶରେ କ୍ରିକେଟର ଭବିଷ୍ୟତକୁ ଦୃଷ୍ଟିରେ ରଖି ପିସିବି ନିଜ ନିଷ୍ପତ୍ତିର ପୁନର୍ବିଚାର କରୁ। ଏହା ସହିତ ସବୁ ଅଂଶୀଦାରଙ୍କୁ ଗ୍ରହଣୀୟ ହେବା ପରି ନିଷ୍ପତ୍ତି ଗ୍ରହଣ କରୁ। ଅଧିକପଢ଼ନ୍ତୁ:Statement Sanjay Raut ଅଜିତଙ୍କ ମୃତ୍ୟୁରେ ବିଜେପିର ବଡ଼ ହାତ: ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ସଂଜୟ ରାଉତ ପାକିସ୍ତାନ ପ୍ରସଙ୍ଗରେ ଆଇସିସିର ଆଭିମୁଖ୍ୟକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସମର୍ଥନ କରିଛି। ବୋର୍ଡର ଉପ-ସଭାପତି ରାଜୀବ ଶୁକ୍ଳା କହିଛନ୍ତ "ଆଇସିସି ଏହି ପ୍ରସଙ୍ଗରେ ବଡ଼ ବୟାନ ଦେଇଛି ଓ କ୍ରୀଡ଼ାମନୋଭାବ କଥା କହିଛି। ଆଇସିସିର ଏହି ଆଭିମୁଖ୍ୟକୁ ଆମେ ସମର୍ଥନ କରୁଛୁ। ତେବେ ଏହି ପ୍ରସଙ୍ଗରେ ଆମେ ଆଇସିସି ସହ ଆଲୋଚନା ନ କରିବା ପର୍ଯ୍ୟନ୍ତ ଆଉ କୌଣସି ବୟାନ ଦେବୁ ନାହିଁ"। ଅଧିକପଢ଼ନ୍ତୁ:ଭାରତ-ଇୟୁ ଚୁକ୍ତି: ପାକିସ୍ତାନର ଶୂନ-ଶୁଳ୍କ ମଧୁଚନ୍ଦ୍ରିକା ଶେଷ, ସଙ୍କଟରେ ୧ କୋଟି ଚାକିରି
ପାକିସ୍ତାନ ସମ୍ଭାବ୍ୟ ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ୍ କରିବା ନେଇ ଜରୁରୀ ବୈଠକ ଆୟୋଜନ କରିବ ଆଇ. ସି. ସି.
Sambad•
%2Fsambad%2Fmedia%2Fmedia_files%2F2026%2F02%2F02%2Funtitled-2026-02-02-14-18-38.png&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.