Achira News Logo
Achira News

ପାକିସ୍ତାନର ଆଇସିସି ପୁରୁଷ ଟି-20 ବିଶ୍ୱକପ୍ 2026 ଯୋଗ୍ୟତା ଭାରତ ମ୍ୟାଚ୍ ନିଷ୍ପତ୍ତି ଉପରେ ନିର୍ଭର କରେ

Prameya
ପାକିସ୍ତାନର ଆଇସିସି ପୁରୁଷ ଟି-20 ବିଶ୍ୱକପ୍ 2026 ଯୋଗ୍ୟତା ଭାରତ ମ୍ୟାଚ୍ ନିଷ୍ପତ୍ତି ଉପରେ ନିର୍ଭର କରେ
Full News
Share:

ନୂଆଦିଲ୍ଲୀ,୦୨/୦୨;ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ସହିତ ମ୍ୟାଚ୍ ନ ଖେଳିବା ନିଷ୍ପତ୍ତି ପାକିସ୍ତାନ ଉପରେ ଭାରି ପଡିପାରେ । ଏହି ନିଷ୍ପତ୍ତି ଗ୍ରୁପ-ଏର କ୍ୱାଲିଫିକେସନ ଗଣିତ ବଦଳାଇ ଦେଇପାରେ । ଭାରତକୁ ଲାଭ ମିଳିବ ପାକିସ୍ତାନ ଉପରେ ମହଙ୍ଗା ପଡିବ । ଯଦି ପାକିସ୍ତାନ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ନଖେଳେ ତେବେ ଆଇସିସି ନିୟମ ଅନୁସାରେ ଭାରତକୁ ୱାକଓଭର ଜରିଆରେ ପୁରା ୨ ପଏଣ୍ଟ ମିଳିବ । ପାକିସ୍ତାନ ପଏଣ୍ଟ ସିଧା ଶୂନ ହେବ । ଖାଲି ସେତିକି ନୁହେଁ, ପାକିସ୍ତାନର ଏହି ନିଷ୍ପତି କେବଳ ପଏଣ୍ଟ ଟେବୁଲ ଯାଏ ସୀମିତ ନୁହେଁ । ବରଂ ପାକିସନ୍ତା ନେଟରନରେଟ ଉପରେ ନକରାତ୍ମକ ପ୍ରଭାବ ପକାଇବ । ଆଇସିସି ପ୍ଲେଇଂ କଣ୍ଡିସନ, ଡିଫଲ୍ଟ କରିବା ଦ୍ୱାରା ନେଟରନରେଟ ପ୍ରଭାବିତ ହୋଇପାରେ । ଯାହା କ୍ୱାଲିଫିକେସନରେ ବଡ଼ ଫ୍ୟାକ୍ଟର ହୋଇପାରିବ । ଏହାର ଅର୍ଥ ଭାରତକୁ ୨ ପଏଣ୍ଟ ସହଜରେ ମିଳିବ । ପାକିସ୍ତାନ ପାଇଁ ଆଉ କିଛି ବାଟ ନଥିବ । ଗ୍ରୁପ ଏରେ ଭାରତ, ପାକିସ୍ତାନ, ନେଦରଲ୍ୟାଣ୍ଡ, ନାମ୍ବିବିୟା ଏବଂ ଆମେରିକା ରହିଛନ୍ତି । ଟପ-୨ ଟିମ ସୁପର ୮ରେ ପହଞ୍ଚିବେ । ଭାରତକୁ ପ୍ରଥମରୁ ୨ ପଏଣ୍ଟ ମିଳିବା ଫଳରେ ସ୍ଥିତି ମଜବୁତ ହୋଇଯିବ । ପାକିସ୍ତାନ ପାଇଁ ପ୍ରତି ମ୍ୟାଚ 'କର ବା ମର' ସ୍ଥିତି ପରି ହେବ । ପାକିସ୍ତାନର ବିଶ୍ୱକପ ଯାତ୍ରା ନେଦରଲ୍ୟାଣ୍ଡ, ଆମେରିକା ଏବଂ ନାମ୍ବିବିୟା ବିପକ୍ଷ ମ୍ୟାଚ ଉପରେ ନିର୍ଭର କରିବ । ଯଦି ପାକିସ୍ତାନ ଏହି ୩ ମ୍ୟାଚ ଜିତୁଛି ତେବେ କ୍ୱାଲିଫାଏ ଆଶା ଉଜ୍ଜିବୀତ ରହିବ । ଯଦି ୨ଟି ମ୍ୟାଚ ଜିତୁଛି ତେବେ ମାମଲା ରନରେଟ୍ ଏବଂ ଅନ୍ୟ ଟିମର ପରିଣାମ ଉପରେ ନିର୍ଭର କରିବ । ସୁପର ୮ରେ ପ୍ରବେଶ କରିବା ଦଳ ପାଇଁ କଷ୍ଟକର ହେବ । ଗତ ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନକୁ ସଂଯୁ୍କ୍ତ ରାଷ୍ଟ୍ର ଆମେରିକା ପରାସ୍ତ କରିଥିଲା । ତେଣୁ ପାକିସ୍ତାନକୁ ୩ଟି ମ୍ୟାଚ ଜିତିବା ସହଜ ହୋଇନପାରେ ।​​​​​​​ ଏହା ବି ପଢନ୍ତୁ...ଭାରତ ସହ ନଖେଳିବାକୁ ନେଇ ପାକିସ୍ତାନର ନିଷ୍ପତ୍ତି ଉପରେ ବିସିସିଆଇର ପ୍ରଥମ ରିଆକ୍ସନ, ଏବେ ହେବ ଆକ୍ସନ ! ପାକିସ୍ତାନ ଗ୍ରୁପ ମ୍ୟାଚ-​​​​​​​ଫେବୃଆରୀ ୭ରେ ନେଦରଲ୍ୟାଣ୍ଡଫେବୃଆରୀ ୧୦ରେ ୟୁଏସଏଫେବୃଆରୀ ୧୫ରେ ଭାରତଫେବୃଆରୀ ୧୮ରେ ନାମ୍ବିବିୟା

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ପାକିସ୍ତାନର ଆଇସିସି ପୁରୁଷ ଟି-20 ବିଶ୍ୱକପ୍ 2026 ଯୋଗ୍ୟତା ଭାରତ ମ୍ୟାଚ୍ ନିଷ୍ପତ୍ତି ଉପରେ ନିର୍ଭର କରେ | Achira News