Achira News Logo
Achira News

ପାକିସ୍ତାନର ଟି-20 ବିଶ୍ୱକପ୍ ବୟକଟ୍ ଦ୍ୱାରା ଆର୍ଥିକ କ୍ଷତି ଏବଂ ଆଇ. ସି. ସି. କାର୍ଯ୍ୟାନୁଷ୍ଠାନର ଆଶଙ୍କା

Prameya
ପାକିସ୍ତାନର ଟି-20 ବିଶ୍ୱକପ୍ ବୟକଟ୍ ଦ୍ୱାରା ଆର୍ଥିକ କ୍ଷତି ଏବଂ ଆଇ. ସି. ସି. କାର୍ଯ୍ୟାନୁଷ୍ଠାନର ଆଶଙ୍କା
Full News
Share:

ନୂଆଦିଲ୍ଲୀ, ୨/୨ : ଟି-୨୦ ବିଶ୍ବକପରେ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ନେଇ ଘୋଷଣା କରିବା ପରେ ସବୁଠି ନିନ୍ଦା ସହୁଛି ଶତ୍ରୁ ଦେଶ । ପାକିସ୍ତାନ ଯଦି ନିଷ୍ପତ୍ତି ନବଦଳାଏ ଆଇସିସି କଡ଼ା ପଦକ୍ଷେପ ନେବ । ତେବେ ଏହା ପୂର୍ବରୁ ବିଭିନ୍ନ ବିତର୍କମାନ ଦେଖିବାକୁ ମିଳୁଛି । ପୂର୍ବତନ ପାକିସ୍ତାନୀ କ୍ରିକେଟର ରସିଦ ଲତିଫ୍ ଭାରତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ପାକିସ୍ତାନ ନିଜର ନିଷ୍ପତ୍ତି ବଦଳାଇପାରେ । କାରଣ ପୂର୍ବରୁ ଏଭଳି ପାକିସ୍ତାନ ଦେଇଥିବା କିଛି ନିଷ୍ପତ୍ତିକୁ ପୁଣିଥରେ ବଦଳାଇଥାଏ । ମହସିନ ନକଭି ଲୋକପ୍ରିୟତା ଏବଂ ରାଜନୀତି ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜନୈତିକ ବାହାନା ପାଇଁ ଏଭଳି କହିଛନ୍ତି । ମାତ୍ର ଏବେ ଚର୍ଚ୍ଚା ହେଉଛି କି, ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରିପାରେ । ଏହାସହ ଭାରତ ସହ ମଧ୍ୟ ଆଲୋଚନା କରାଯାଉଥିବା ସେ କହିଛନ୍ତି । ସେପଟେ ପାକିସ୍ତାନ ଯଦି ଭାରତ ବିପକ୍ଷ ମ୍ୟାଚ ନଖେଳେ ତାହେଲେ କୋଟି କୋଟି ଟଙ୍କାର କ୍ଷତି ସହିବ । ଆଇସିସିର ବାର୍ଷିକ ଅଂଶ ମଧ୍ୟ ହରାଇବ ପାକିସ୍ତାନ । ଏହାସହ ପାକିସ୍ତାନ ୨୦୨୮ ମସିହାରେ ହେବାକୁ ଥିବା ଟି-୨୦ ବିଶ୍ବକପ ଆୟୋଜନ ମଧ୍ୟ ହରାଇପାରେ । ଆଇସିସି କଡ଼ା କାର୍ଯ୍ୟାନୁଷ୍ଠାନ ନେବ । ଏଭଳି ଭାବେ ଅନେକ କ୍ଷତି ସହିପାରେ ପାକିସ୍ତାନ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ପାକିସ୍ତାନର ଟି-20 ବିଶ୍ୱକପ୍ ବୟକଟ୍ ଦ୍ୱାରା ଆର୍ଥିକ କ୍ଷତି ଏବଂ ଆଇ. ସି. ସି. କାର୍ଯ୍ୟାନୁଷ୍ଠାନର ଆଶଙ୍କା | Achira News