Achira News Logo
Achira News

ପାଖଲ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଯାହା ଭାବପ୍ରବଣତା ସୃଷ୍ଟି କରିଥାଏ।

Dharitri
ପାଖଲ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଯାହା ଭାବପ୍ରବଣତା ସୃଷ୍ଟି କରିଥାଏ।
Full News
Share:

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସବୁବେଳେ ରହିଆସିଛି ସେମାନଙ୍କ ଅତୁଟ ଆଗ୍ରହ। ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ମଧ୍ୟ ଏହି ପାରମ୍ପରିକ ଖାଦ୍ୟ ନିଜର ସ୍ବାତନ୍ତ୍ର ବଜାୟ ରଖିବାରେ ସଫଳ ହୋଇଛି। ଧୀରେ ଧୀରେ ସହର ସଂସ୍କୃତିରେ, ଜନଜୀବନରେ ସାମିଲ ହୋଇଛିପଖାଳକଂସା। ଗାଁ ଚାଳଘରେ ରହି ଯାଇଥିବା ପଖାଳ ଏବେ ତାରକା ହୋଟେଲ ଏସି ରୁମ୍‌ରେ ଶୋଭାପାଉଛି। ପଖାଳର ମହକ ସବୁଆଡ଼େ ଅନୁଭୂତ ହେଉଛି। ଓଡ଼ିଆ ସଂସ୍କୃତିରେ ଏହାର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଦ୍ୱିପ୍ରହର ହେଲେ ଏବେ ପ୍ରାୟ ହୋଟେଲ ଓ ରେଷ୍ଟୁରାଣ୍ଟରେ ପରଷାଯାଉଛି ଭଳିକି ଭଳି ପଖାଳକଂସା। ଏହାସାଙ୍ଗକୁ ଚୂନାମାଛ, ଶୁଖୁଆ ରାଇ, ଶୁଖୁଆପୋଡ଼ା, ଶାଗଭଜା, ବଢ଼ିଚୂରା, କଖାରୁଫୁଲ ପିଠା, ଚିଙ୍ଗୁଡ଼ି ଛେଚା, ବିଭିନ୍ନ ପ୍ରକାରର ମାଛଭଜା, ଆଳୁ ଭର୍‌ତା ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଗ୍ରାହକଙ୍କୁ ଟାଣି ନେଉଛି।ଏଇଠି ଖାଆନ୍ତୁ ପଖାଳ……ଖାଣ୍ଟି ଓଡ଼ିଆ ଖାଦ୍ୟ ପାଇଁ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ‘ଡାଲ୍‌ମା’ ସିତଲ୍‌ ହୋଟେଲ୍‌, ମେ’ଫେୟାର, ସ୍ବସ୍ତି ପ୍ରିମିୟମ୍‌, ଭୁବନେଶ୍ବରର ପଖାଳ ହବ୍‌ କୁହାଯାଉଥିବା ଏକାମ୍ର ହାଟ, ଚନ୍ଦ୍ରଶେଖରପୁର ଓ ଶହୀଦନଗରରେ ଥିବା ଓଡ଼ିଶା ହୋଟେଲ ଆଦି ସ୍ଥାନଗୁଡ଼ିକ ସୁସ୍ବାଦୁ ପଖାଳ ପାଇଁ ବେଶ୍‌ ପରିଚିତ। ସେହିଭଳି ରସୁଲଗଡ଼ରେ ଥିବା ‘ପଖାଳ’ ଟେଷ୍ଟ ଅଫ୍‌ ଓଡ଼ିଶା ରେଷ୍ଟୁରାଣ୍ଟ, ବମିଖାଲର ଆମ ଓଡ଼ିଶା ହୋଟେଲ, ପଟିଆରେ ଥିବା ଷୋହଳଅଣା ଓଡ଼ିଆ, ବାପୁଜୀ ନଗରରେ ଥିବା ଭାଇନା ହୋଟେଲ, ନନ୍ଦନକାନନ ରୋଡ୍‌ରେ ଥିବା ମାଲାବା ରେଷ୍ଟୁରାଣ୍ଟ ଭଳି ହୋଟେଲ ଓଡ଼ିଆ ଖାଦ୍ୟ ପରଷିବାରେ ବେଶ୍‌ ନାଁ କରିଛି।ତାରକା ହୋଟେଲରେ ପଖାଳ କ୍ରେଜ୍‌….ସହରବାସୀଙ୍କ ପଖାଳ ଖାଇବାର କ୍ରେଜ୍‌ ଦିନକୁ ଦିନ ବଢିଚାଲିଛି। ୨୦୧୧ରେ ପଖାଳ ଦିବସ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢ଼ିଙ୍କ ସହ ଅନ୍ୟାନ୍ୟ ବର୍ଗର ଲୋକ ମଧ୍ୟରେ ପଖାଳ ଖାଇବାର କ୍ରେଜ୍‌ ଅଧିକ ଦେଖୁବାକୁ ମିଳୁଛି। ସ୍ବସ୍ତି ପ୍ରିମିୟମ୍‌, ମେ’ ଫେୟାର, ହୋଟେଲ୍‌ କ୍ରାଉନ୍‌, କ୍ରିଷ୍ଟଲ୍‌ କ୍ରାଉନ୍‌, କଳିଙ୍ଗ ଅଶୋକ, ପ୍ରାଚୀ ଭଳି ତାରକା ହୋଟେଲ ଖରାଦିନ ପାଇଁ ସ୍ବତନ୍ତ୍ର ପଖାଳର ବ୍ୟବସ୍ଥା କରୁଛନ୍ତି। ଏପରି କି ବିଦେଶୀ ଖାଦ୍ୟଠାରୁ ପଖାଳର ମୂଲ୍ୟ ଅଧିକ ରହୁଛି।ପାନ୍ଥନିବାସରେଦହିଛୁଙ୍କ ପଖାଳ…ଓଡ଼ିଶାର ସମୃଦ୍ଧ ରୋଷେଇ ପରମ୍ପରା ଓ ପାରମ୍ପରିକ ଖାଦ୍ୟ ଶୈଳୀର ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇଦିନିଆ ‘ପଖାଳ ପର୍ବ’ ପାଳନ ହେଉଛି। ଏଥିରେ ଦହିଛୁଙ୍କ ପଖାଳ, ଭୁର୍ସଙ୍ଗପତ୍ର, ଧନିଆ, ପୋଦିନା ସହ ଜିରା ଛୁଙ୍କ ହୋଇ ଜିରା ପଖାଳ ପ୍ରସ୍ତୁତ ହେଉଛି। ଦହି ପଖାଳର ଲୋକପ୍ରିୟତା ସବୁଠାରୁ ଅଧିକ ରହୁଛି। ଏଥିରେ ଅନ୍ୟ ଆଇଟମ୍‌ରେ ସାଦାରେ ବଡିଚୂରା,ଆଳୁ ଭର୍‌ତା, ଟମାଟୋ ଚଟଣି, ଆଚାର, ଶାଗଭଜା ରହୁଥିବା ବେଳେ ଆମିିଷରେ ମାଛଭଜା ଓ ଚିକେନ୍‌ ପକୋଡ଼ା ରହିଛି। ସ୍ବାସ୍ଥ୍ୟୋପକାରୀ ପଖାଳ ପଖାଳରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଆମ ଦେଶରେ ଏହା ଏକ ଅତି ପ୍ରିୟ ଖାଦ୍ୟ। ତେବେ ଏଥିରେ କ’ଣ କ’ଣ ଉପକାରୀ ଗୁଣ ରହିଛି ସେ ବିଷୟରେ ପୁଷ୍ଟିବିଜ୍ଞାନୀ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ”ପଖାଳର ଜଳ ଅଂଶକୁ କୁହାଯାଏ ତୋରାଣି। ତୋରାଣି ପରିପାକ ତନ୍ତ୍ର ବା ପେଟ ପାଇଁ ବେଶ୍‌ ଉପକାରୀ। ଆମର ପାରମ୍ପରିକ ଖାଦ୍ୟ ପଖାଳ ଅନ୍ତନଳୀକୁ ସୁସ୍ଥ ରଖେ ଏବଂ ଶରୀରକୁ ଲୌହ ଯୋଗାଇଦିଏ। ବିଶେଷଭାବରେ ପଖାଳ ଗର୍ଭବତୀ ଏବଂ ଆମିନିଆ ରୋଗୀଙ୍କ ପାଇଁ ଖୁବ୍‌ ହିତକର। ଭାତକୁ ରାତି ସାରା ପାଣିରେ ଭିଜେଇ ରଖିବା ଦ୍ୱାରା ତାହା ପ୍ରାକୃତିକ ଉପାୟରେ ଫରମେଣ୍ଟେଡ ହୋଇଯାଏ। ତୋରାଣିରେ ବୃଦ୍ଧିପାଏ ଲାକ୍ଟିକ ଏସିଡ ବ୍ୟାକ୍ଟେରିଆ। ଏହି ବ୍ୟାକ୍ଟେରିଆ ପରିପାକତନ୍ତ୍ରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାବ୍ୟତୀତ ମାଟିହାଣ୍ଡିରେ ପ୍ରସ୍ତୁତ ପଖାଳ ମଧ୍ୟ ବେଶ୍‌ ଉପକାରୀ। ମାଟିପାତ୍ର ଛିଦ୍ରଯୁକ୍ତ ହୋଇଥିବାରୁ ବାୟୁ ଚଳାଚଳରେ ସୁବିଧା ହୁଏ ଏବଂ ବେଶି ଅକ୍ସିଜେନ ସଂସ୍ପର୍ଶରେ ଆସୁ ନ ଥିବାରୁ ଲାକ୍ଟୋବାସିଲଙ୍କ ସଂଖ୍ୟା ବୃଦ୍ଧିରେ ବ୍ୟାହତ ହୁଏ ନାହିଁ। ମାଟିପାତ୍ର ଯୋଗୁଁ ପଖାଳର ତାପମାତ୍ରା ୨୫-୩୫ ଡିଗ୍ରୀ ସେଲସିୟସ ରହିଥାଏ। ଅନ୍ୟପକ୍ଷରେ ମାଟିହାଣ୍ଡିରେ ଭାତରୁ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଟ୍ରେସ ଏଲିମେଣ୍ଟ ବା ସୂକ୍ଷ୍ମ ଧାତୁସାର ବାହାରିବା ପ୍ରକ୍ରିୟାରେ ସହାୟକ ହୋଇଥାଏ। ତୋରାଣି ଶରୀରରେ ଜଳୀୟ ଅଂଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପଖାଳରେ ଥିବା ଲୁଣ ଶରୀରରୁ ଝାଳରେ ବାହାରି ଯାଉଥିବା ଲୁଣ ପରିମାଣକୁ ସନ୍ତୁଳିତ ରଖିଥାଏ। ଶାଗପଖାଳ ଖାଇଲେ ଶାଗରୁ ମିଳିଯାଏ ଅତିରିକ୍ତ ଲୌହ, ଭିଟାମିନ୍‌-ଏ, କ୍ୟାଲସିୟମ, ଫଲିକ୍‌ ଏସିଡ ଏବଂ ଭିଟାମିନ୍‌-ସି। ରିପୋର୍ଟ: ସୌମ୍ୟରଞ୍ଜନ ରାଉତ

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ପାଖଲ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଯାହା ଭାବପ୍ରବଣତା ସୃଷ୍ଟି କରିଥାଏ। | Achira News