Achira News Logo
Achira News

ପାଖଲ ଓଡ଼ିଶାର ଏକ ପ୍ରାକୃତିକ ସୁପରଫୁଡ୍

Samaja
ପାଖଲ ଓଡ଼ିଶାର ଏକ ପ୍ରାକୃତିକ ସୁପରଫୁଡ୍
Full News
Share:

ସମାଜ ଲାଇଭ ଡେସ୍କ: ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ବରଂ ଏହା ଏକ ପ୍ରାକୃତିକ ‘ସୁପରଫୁଡ୍’। ବିଶେଷ କରି ଓଡ଼ିଶାର ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ପାଇଁ ପଖାଳର ବିକଳ୍ପ ନାହିଁ। ଭାତକୁ ପାଣିରେ ଭିଜାଇ ରଖିବା ଦ୍ୱାରା ହେଉଥିବା ଫେର୍ମେଣ୍ଟେସନ୍ ପ୍ରକ୍ରିୟା ଯୋଗୁଁ ଏଥିରେ ଲାକ୍ଟୋବାସିଲସ୍ ଭଳି ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି, ଯାହା ଆମର ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ପଖାଳରେ ପୋଟାସିୟମ୍, ସୋଡିୟମ୍ ଏବଂ କ୍ୟାଲସିୟମ୍ ଭଳି ମିନେରାଲ୍ସର ମାତ୍ରା ବୃଦ୍ଧି ପାଇଥାଏ, ଯାହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ଦେହକୁ ସତେଜ ରଖେ। ଏହା ଏକ ପ୍ରାକୃତିକ ପ୍ରୋବାୟୋଟିକ୍‌ ଭାବେ କାମ କରେ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କ୍ଳାନ୍ତି ଦୂର କରିବାରେ ସାହାଯ୍ୟ କରିଥାଏ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ପାଖଲ ଓଡ଼ିଶାର ଏକ ପ୍ରାକୃତିକ ସୁପରଫୁଡ୍ | Achira News