Achira News Logo
Achira News

ପାଖଲ ଓଡ଼ିଶାର ପରମ୍ପରାର ଏକ ସାଂସ୍କୃତିକ ଆଧାର

Sambad
ପାଖଲ ଓଡ଼ିଶାର ପରମ୍ପରାର ଏକ ସାଂସ୍କୃତିକ ଆଧାର
Full News
Share:

ଭୁୁବନେଶ୍ୱର: ‘ଉତ୍କଳେ ପଖାଳ ସଞ୍ଜିବନୀ ସୁଧା, ହରେଏକସଙ୍ଗେ କ୍ଳାନ୍ତି, ତୃଷା, କ୍ଷୁଧା’। ‘ପଖାଳ’ ଓଡ଼ିଶାର ସଂସ୍କୃତି, ପରମ୍ପରା ସହ ଓତପ୍ରୋତ ଭାବେ ଜଡ଼ିତ। ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ବରେ ଏକମାତ୍ର ଦେବତା ଯିଏ ଘିଅ ପଖାଳ ଖାଇ ନିଦ୍ରା ଯାଆନ୍ତି। ଆଜି ବି ଗାଁଠୁ ସହର ପର୍ଯ୍ୟନ୍ତ ପ୍ରତି ଘରେ ଲୋକମାନଙ୍କ ଜୀବନ ଶୈଳୀରେ ପଖାଳ ନିତିଦିନିଆ ଖାଦ୍ୟ ହୋଇରହିଛି। ଏବେ ଗାଁ’ଠାରୁ ସହର ଏବଂ ଝୁମ୍ପୁଡ଼ିିରୁ ତାରକାହୋଟେଲପର୍ଯ୍ୟନ୍ତ ସବୁଠି ମହକୁଛି ପଖାଳର ବାସ୍ନା। ଏଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପଖାଳ ଦିବସ ପାଳନ ହୋଇଆସୁଛି। Gangadhar : ଗଙ୍ଗାଧର ମେହେରଙ୍କ ମହାବିଶ୍ରାମ ଦିବସ ସଙ୍ଗୀତରେ ‘ପଖାଳ’ ପଖାଳ ଆମ ସାଂସ୍କୃତିକ ଉତ୍ସବ ଠାରୁ ଆରମ୍ଭ କରି ଗଳ୍ପ,କବିତା, ସଙ୍ଗୀତ ଏପରିକି ଆଧୁନିକ ରୢାପ୍‌ରେ ମଧ୍ୟ ସ୍ଥାନ ପାଇଛି। ସ୍ୱର୍ଗତ ବାଳକୃଷ୍ଣ ଦାଶ ‘ଆସ ଜୀବନ ଧନ ମୋର ପଖାଳ କଂସା....’ରେ ପଲ୍ଲୀ ଜୀବନ ଓ ଓଡ଼ିଆ ସଂସ୍କୃତିର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି। ସେହିପରି ‘ଲୁଣ ଲଗେଇ ମୁଁ ପଖାଳ ଖାଉଛି’ ଭଜନ, ସମ୍ୱଲପୁରୀ ସଙ୍ଗୀତ ‘ପଖାଳ ଭାତରେ ଉଲି ଗୁଟେ ହେଲେ’ ଅଥବା ଆଲ୍‌ବମ୍‌ ସଙ୍ଗୀତ ‘ତୁ ମୋ ଦହି ପଖାଳ’ ଏହାରଭିନ୍ନଭିନ୍ନ ଭାବଧାରାକୁ ବୁଝାଉଛି। Oman-Arabian Sea: ଓମାନ ସାଗର-ଆରବ ସାଗରରେ ନୌସେନାର ଶକ୍ତି ପ୍ରଦର୍ଶନ: ବାଣିଜ୍ୟିକ ଜାହାଜ ପାଇଁ ନୌସେନାର ସ୍ୱତନ୍ତ୍ର ସୁରକ୍ଷା କବଚ ପାନ୍ଥନିବାସରେ ୮ କୁଇଣ୍ଟାଲ ପଖାଳ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ପାନ୍ଥନିବାସରେପଖାଳପର୍ବ ଉଦ୍‌ଘାଟିତ ହୋଇଯାଇଛି। ଆସନ୍ତାକାଲି ପଖାଳକୁ ଗିନିଜ ବୁକ୍‌ ଅଫ୍‌ ଵାଲଡ୍‌ ରେକର୍ଡରେ ସ୍ଥାନ ଦେବା ପାଇଁ ୮ କୁଇଣ୍ଟାଲ ପଖାଳ ପ୍ରସ୍ତୁତ କରାଯିବ। ମାଇକେଲ୍‌ କିଚେନର ପ୍ରତିଷ୍ଠାତା ସେଫ୍‌ ମାଇକେଲ୍‌ଙ୍କ ତତ୍ତ୍ୱାବଧାନରେ ଏହି ପଖାଳ ସହିତ ଖାଇବା ପାଇଁ ୩୬୫ଟି ବ୍ୟଞ୍ଜନ ପ୍ରସ୍ତୁତ ହେବ। ଏଥିରେ ଓଡ଼ିଶା ବିଭିନ୍ନ ପ୍ରାନ୍ତର ଲୋକପ୍ରିୟ ବ୍ୟଞ୍ଜନ ସହିତ ଆଦିବାସୀ ଅଞ୍ଚଳର କାଇ ଚଟଣୀ, ଚିଙ୍ଗୁଡି ତାମ୍ପଡା, ହିଡିମିଚା ଶାଗ, ବହଲ ଶାଗ, ମେଥି ଶାଗ, ମଦରଙ୍ଗା ଶାଗ, ବିଭିନ୍ନ ପ୍ରକାର ଭର୍ତ୍ତା,ଭଜା, ପତ୍ରପୋଡ଼ା, ପଥରମୁଣ୍ଡି, ଖଅଙ୍ଗା, ଚିଙ୍ଗୁଡ଼ି ପରି ବିଭିନ୍ନ ଶୁଖୁଆରେ ବ୍ୟଞ୍ଜନ ପ୍ରସ୍ତୁତ ହେବ। ଏହି ଅବସରରେ ପଖାଳ ଉପରେ ବିଭିନ୍ନ ଆଲୋଚନାଚକ୍ରରେ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଡା. ଅଶୋକ କୁମାର ମହାପାତ୍ର, ପ୍ରଫେସର ଶୀତିକଣ୍ଠ ମିଶ୍ର, ସନ୍ଦୀପ ମୁଖାର୍ଜୀ ପ୍ରମୁଖ ଯୋଗଦେଇ ପଖାଳର ମହତ୍ତ୍ୱ, ସଂସ୍କୃତି, ବ୍ରାଣ୍ଡିଂ ଆଦି ଉପରେ ଆଲୋଚନା କରିଥିଲେ। ଚଳଚଞ୍ଚଳ ହୋଟେଲରୁ ରେଷ୍ଟୁରାଣ୍ଟ ଭୁବନେଶ୍ୱର ପଖାଳ ହବ୍‌ କୁହାଯାଉଥିବା ଏକାମ୍ରହାଟସବୁବର୍ଷ ଭଳି ଏବର୍ଷ ମଧ୍ୟ ଗ୍ରାହକଙ୍କୁ ପଖାଳ ପରଷିବାକୁ ପ୍ରସ୍ତୁତ ହୋଇଛି। ହାଟ ମଧ୍ୟରେ ଥିବା କାକା ହୋଟେଲ ପକ୍ଷରୁ ପଖାଳ ସହିତ ଆମିଷ ଓ ନିରାମିଷର ବ୍ୟଞ୍ଜନ ରହୁଛି। ହାଟ ମଧ୍ୟରେ ଥିବା ‘କାକା ହୋଟେଲ’ର ଶ୍ରୀମୟ କିଶୋର ଜେନା କହିଛନ୍ତି, ପଖାଳ ପାଇଁ ବ୍ୟଞ୍ଜନ ଅନୁଯାୟୀ ସାଦା ଓ ଆମିଷର ବଡ଼ିଚୁରା, ନଡ଼ିଆ ବରା, ପଣସ ଭଜା, ଶାଗ ଭଜା, ତାଵା ମାଛକ, ଚିକେନ କସା, ଶୁଖୁଆ ରାଇ, ଭଜା ଆଦିକୁ ନେଇ ସ୍ୱତନ୍ତ୍ର ପଖାଳ ପ୍ଲେଟ୍‌ ପ୍ରସ୍ତୁତ କରାଯାଇଛି। ସେହିପରି ହୋଟେଲ ‘ଦେଶୀ ପତ୍ରପୋଡ଼ା’ର ଧୀରେନ୍ଦ୍ର ନାଥ ମାନସିଂହ କହିଛନ୍ତି ପଖାଳ ଦିବସ ପାଇଁ ସ୍ୱତନ୍ତ୍ର ପଖାଳ କଂସା ପ୍ରସ୍ତୁତି ହେଉଚି। ଛୁଙ୍କପଖାଳସହିତ ବିଭିନ୍ନ ପ୍ରକାର ଭର୍ତ୍ତା, ଭଜା, କଖାରୁ ଫୁଲ, ପଣସ ପିଠା, ଚିକେନ, ମଟନ, ଚୁନା ମାଛ, ଛତୁ ଆଦି ପତ୍ରପୋଡ଼ା, ରୋହି, ଭାକୁର ଭଳି ମାଛ ଭଜା ରହିଛି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ପାଖଲ ଓଡ଼ିଶାର ପରମ୍ପରାର ଏକ ସାଂସ୍କୃତିକ ଆଧାର | Achira News