ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ ବନ୍ଧୁକ ଓ ଛୁରି ଦେଖାଇ ଗଡ୍ରେଜ୍ରୁ ଶନିବାର ରାତିରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଗ୍ରାମର ଡାକ୍ତର ସଞ୍ଜୀବ ଘଣାଙ୍କ ଘରେ। ୫ଜଣ ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରୁ ୪ଜଣ ମୁଖା ପିନ୍ଧିଥିବା ବେଳେ ଜଣେ ହେଲମେଟ୍ ପିନ୍ଧି ଘର ଭିତରେ ପଶିଥିଲେ। ଜଣେ ଛୋଟାଇ ଛୋଟାଇ ଆସୁଥିବା ବ୍ୟକ୍ତିଙ୍କୁ ଧରି ଘର ଭିତରକୁ ଆସି ପ୍ରଥମେ ରୋଷେୟାଙ୍କୁ ଦୁର୍ଘଟଣା ହୋଇଛି ପାଣି ଟିକିଏ ଦିଅ ବୋଲି କହିବା ପରେ ରୋଷେୟା ପାଣି ଦେଉଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଉପର ମହଲାକୁ ଯାଇ ସଞ୍ଜୀବଙ୍କ ପୁଅଙ୍କ ବେକରେ ଛୁରି ଓ ବନ୍ଧୁକ ଲଗାଇ ଘର ଭିତରେ ପଶି ଗଡ୍ରେଜର ଲକର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ସଞ୍ଜୀବଙ୍କ ମା’ ଝରଣା ଘଣା ଶନିବାର କେନ୍ଦୁଝର ଗହଣା ଦୋକାନରୁ ଆସି ଥିବା ବେଳେ ତାଙ୍କୁ ପିଛା କରି ଏଭଳି ଲୁଟ୍ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଥାନା ଅଧକାରୀ ଦୀପ୍ତିରଞ୍ଜନ ସାହୁ, ଚମ୍ପୁଆ ଏସ୍ଡିପିଓ ରଶ୍ମୀରଞ୍ଜନ ସାହୁ ଶନିବାର ରାତିରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ କରୁଛନ୍ତି।
ପାଟନା ବ୍ୟକ୍ତିଙ୍କ ଦୁର୍ଘଟଣାଜନିତ ଦାବି ଗ୍ୟାରେଜ୍ ଲୁଟ୍ ଆଡ଼କୁ ନେଇଗଲା
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.