Achira News Logo
Achira News

ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ହୋମିଓପାଥି ପ୍ରଭାବୀ ଗବେଷକମାନେ ବିକଳ୍ପ ଚିକିତ୍ସାର ପ୍ରଭାବକୁ ଅଧ୍ୟୟନ କରିଛନ୍ତି

Prameya
ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ହୋମିଓପାଥି ପ୍ରଭାବୀ ଗବେଷକମାନେ ବିକଳ୍ପ ଚିକିତ୍ସାର ପ୍ରଭାବକୁ ଅଧ୍ୟୟନ କରିଛନ୍ତି
Full News
Share:

ଭୁବନେଶ୍ୱର,୫/୫: ମଣିଷଙ୍କ ଭଳି ପ୍ରାଣୀଧନଙ୍କୁ ବି ମିଳିବ ହୋମିଓପାଥି ଚିକିତ୍ସା । ପଶୁ ଚିକିତ୍ସା କ୍ଷେତ୍ରରେ ମହଙ୍ଗା ଏଲୋପାଥି ବଦଳରେ ଶସ୍ତା ଓ ପାଶ୍ୱର୍ ପ୍ରତିକ୍ରିୟା ନ ଥିବା ହୋମିଓପାଥିର ପ୍ରୟୋଗ ଲାଗି ଆରମ୍ଭ ହୋଇଛି ପ୍ରୟାସ । ଓୟୁଏଟି ଏବଂ ନୂଆଦିଲ୍ଲୀର କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ (ସିସିଆରଏଚ) ମିଳିତ ପ୍ରୟାସରେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଗବେଷଣା ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରଥମେ କୁକୁଡ଼ା, ପରେ ଗାଈ ଓ କୁକୁରଙ୍କ ଚିକିତ୍ସା ଓ ନିଦାନ ପାଇଁ ହୋମିଓପାଥି ପ୍ରଣାଳୀ ଉପରେ ଅନୁଧ୍ୟାନ କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ଆଗାମୀ ୩ ବର୍ଷ ଯାଏ ନିରନ୍ତର ଗବେଷଣା ଚାଲିବ । ପ୍ରଥମ ପ୍ରକଳ୍ପରେ କୁକୁଡ଼ାଙ୍କ ମଧ୍ୟରେ ବ୍ୟାପକ ଭାବେ ଦେଖାଯାଉଥିବା ନ୍ୟୁ କାସଲ୍ ରୋଗ ନିୟନ୍ତ୍ରଣ ପାଇଁ ମହାବିଦ୍ୟାଳୟର ଭେଟେର୍ନାରୀ ଫାର୍ମାକୋଲୋଜି ଆଣ୍ଡ ଟକ୍ସିକୋଲୋଜୀ ବିଭାଗ ଦ୍ୱାରା ହୋମିଓପଓଥି ଚିକିତ୍ସା ପ୍ରଣାଳୀର କାର୍ଯ୍ୟକ୍ଷମତା ଅଧ୍ୟୟନ କରାଯିବ । ଏହା ଏକ ସଂକ୍ରାମକ ଭୂତାଣୁ ଜନିତ ରୋଗ । ଏହି ରୋଗ କୁକୁଡ଼ା ଚାଷ କ୍ଷେତ୍ରରେ ଅର୍ଥନୈତିକ କ୍ଷତିର ମୁଖ୍ୟ କାରଣ ହୋଇଥିବାରୁ, ଏହାର ନିୟନ୍ତ୍ରଣ ପାଇଁ ଶସ୍ତା ଓ ସୁରକ୍ଷିତ ବିକଳ୍ପ ଚିକିତ୍ସା ଉନ୍ନୟନ ଉପରେ ଗୁରୁତ୍ୱ ଦିଆଯାଇଛି । ଦ୍ୱିତୀୟ ପ୍ରକଳ୍ପ ମାଧ୍ୟମରେ ଗାଈଙ୍କର ବନ୍ଧ୍ୟାଦୋଷକୁ ହୋମିଓପାଥିର ସହାୟତାରେ ଦୂର କରିବା ପାଇଁ ଅଧ୍ୟୟନ କରାଯିବ । ଏଥିପାଇଁ ମହାବିଦ୍ୟାଳୟର ଆନିମଲ୍ ରିପ୍ରଡକ୍ସନ, ଗାଏନାକଲୋଜି ଆଣ୍ଡ ଅବଷ୍ଟେରିକ୍ସ ବିଭାଗର ବୈଜ୍ଞାନିକମାନେ ଗବେଷଣା କରିବେ । ଆହୁରି ପଢନ୍ତୁ-Weather Forecast; ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, ଆଗକୁ ଲଘୁଚପା ! ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ ସେହିପରି ତୃତୀୟ ପ୍ରକଳ୍ପରେ କୁକୁରଙ୍କ ମାମାଲ ଗ୍ଲାଣ୍ଡରେ ହେଉଥିବା ମାମାରୀ ଟ୍ୟୁମର ଉପରେ ଗବେଷଣା କରାଯିବ । ଏହି ଗବେଷଣା ଆଧାରରେ କୁକୁରଙ୍କୁ ହେଉଥିବା କ୍ୟାନ୍ସର ଚିକିତ୍ସାର ସମାଧାନ ସହ ଏଲୋପାଥି, ଆଣ୍ଟିବାୟୋଟିକ, ହର୍ମୋନର ପ୍ରୟାଗକୁ ହ୍ରାସ କରିବ । ଏହି ପ୍ରକଳ୍ପଗୁଡ଼ିକ ପଶୁ ଚିକିତ୍ସା କ୍ଷେତ୍ରରେ ନୂତନ ପଦ୍ଧତି ଉଦ୍ଭାବନ କରିବା ସହ ଚାଷୀ ଓ ପଶୁପାଳକଙ୍କୁ ବ୍ୟବହାରିକ ଲାଭ ଯୋଗାଇବାକୁ ଲକ୍ଷ୍ୟ ରଖିଛି ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି । ଚାଷୀମାନେ ଏଲୋପାଥିକ ଔଷଧ ଉପରେ ଅଧିକ ନିର୍ଭରଶୀଳ ଥିବା ବେଳେ ଏହାର ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ରହିଛି । କିନ୍ତୁ ହୋମିଓପଓଥି ଔଷଧ ଶସ୍ତା ହୋଇଥିବା ବେଳେ ଏହାର ପାଶ୍ୱର୍ ପ୍ରତିକ୍ରିୟା ନାହିଁ ଓ ଏହାକୁ ପ୍ରୟୋଗ ମଧ୍ୟ ଜଣେ ଚାଷୀ ବିନା ଡାକ୍ତର ସହାୟତାରେ ନିଜେ କରିପାରିବ । ଏହା ପଶୁପାଳନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ବୋଲି କୁଳପତି ଆଶାବ୍ୟକ୍ତ କରିଛନ୍ତି । ଗବେଷଣାର ଫଳାଫଳ ଆସନ୍ତା ଦିନରେ ପଶୁ ସ୍ୱାସ୍ଥ୍ୟ ପରିଚାଳନାରେ ଉପକାରୀ ହେବା ସହ ଚାଷୀ ଓ ପଶୁପାଳକଙ୍କ ପାଇଁ ଏକ ନୂତନ ଆଶା ସୃଷ୍ଟି କରିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁଶେନ କୁମାର ପଣ୍ଡା କହିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ହୋମିଓପାଥି ପ୍ରଭାବୀ ଗବେଷକମାନେ ବିକଳ୍ପ ଚିକିତ୍ସାର ପ୍ରଭାବକୁ ଅଧ୍ୟୟନ କରିଛନ୍ତି | Achira News